ETV Bharat / state

ମାନଲେନି କଙ୍ଗାରୁ କୋର୍ଟର ନିର୍ଦ୍ଦେଶ, ଗୋଟିଏ ପରିବାରରକୁ ସଂଘବଦ୍ଧ ଆକ୍ରମଣ

author img

By

Published : Jun 22, 2023, 8:38 AM IST

ଗାଁ ଲୋକମାନଙ୍କ କଥାରେ ପରିଚାଳିତ ନହେବାରୁ ଗୋଟିଏ ପରିବାରର 10 ଜଣଙ୍କୁ ସଂଘବଦ୍ଧ ଆକ୍ରମଣ । ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଜାରି ରଖିଛି । ଅଧିକ ପଢନ୍ତୁ

kangaroo court
kangaroo court
ପରିବାରର 10 ଜଣଙ୍କୁ ସଂଘବଦ୍ଧ ଆକ୍ରମଣ

ଭଦ୍ରକ: ଭଦ୍ରକ ଜିଲ୍ଲାର ତିହିଡି ବ୍ଲକ ପୀରହାଟ ଥାନା ଅନ୍ତର୍ଗତ କେଳା ସାହିରେ କଙ୍ଗାରୁ କୋର୍ଟ । ଗୋଟିଏ ପରିବାରକୁ ଏକ ଘରିକିଆ କରିବା ପରେ ସଂଘବଦ୍ଧ ଆକ୍ରମଣ । ଏଥିସହ ଘରର ସମସ୍ତ ଆସବାବପତ୍ର ଭାଙ୍ଗିବା ସହ ଲକ୍ଷାଧିକ ଟଙ୍କା ଲୁଟ ନେଇଥିବା ଅଭିଯୋଗ ହୋଇଛି । ଏନେଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି କରିଛି ।

ସୂଚନା ଅନୁଯାୟୀ, ଗାଁ ଲୋକମାନଙ୍କ କଥାରେ ପରିଚାଳିତ ନ ହେବା ଯୋଗୁଁ କିଛି ଦିନ ତଳେ ଗାଁର ବୁଦ୍ଧିରାମ ଦାସଙ୍କ ପରିବାରକୁ ଏକ ଘରିଆ କରାଯାଇଥିଲା। ହେଲେ ମଙ୍ଗଳବାର ସନ୍ଧ୍ୟାରେ ସେହି ପରିବାରର ଜଣେ ସଦସ୍ୟ ଗାଁ ମଧ୍ୟରେ ଥିବା ଅନ୍ୟ ଗାଁର ଜଣେ ବ୍ୟକ୍ତିଙ୍କ ସହ କଥା ହୋଇଥିବା ନେଇ ଜଣାପଡିବା ପରେ ହୋଇଥିଲା ସଂଘବଦ୍ଧ ଭାବେ ଆକ୍ରମଣ । ଉକ୍ତ ପରିବାର ମୁରବୀ ସମେତ 3 ଜଣ ପୁଅ, 3 ଜଣ ବୋହୁ ଏବଂ ନାତି ନାତୁଣୀମାନଙ୍କୁ ମଧ୍ୟ ଅକଥନୀୟ ଅତ୍ୟାଚାର କରିବା ସହ ମାରଣା ଅସ୍ତ୍ରରେ ଆକ୍ରମଣ ହୋଇଥିଲା ।

ସେହିପରି ସେମାନେ ଫେରିବା ପରେ ପୁନଶ୍ଚ ଗାଁର ଅନ୍ୟ 12ରୁ ଉର୍ଦ୍ଧ୍ବ ବ୍ୟକ୍ତି ଘରେ ପଶି 3ଟି ମଟର ସାଇକେଲକୁ ଦାଣ୍ଡରେ ଭାଙ୍ଗି ନିକଟସ୍ଥ ନଈକୁ ଫିଙ୍ଗି ଦେଇଥିଲେ । ପରେ ଘରେ ଥିବା ଟିଭି, ଫ୍ରିଜ୍‌, ଆଲମୀରା ସମେତ ବିଭିନ୍ନ ଆସବାବ ପତ୍ରଗୁଡ଼ିକୁ ମଧ୍ୟ ଭାଙ୍ଗି ପକାଇବା ସହ ଚୂରମାର କରି ଦେଇଥିଲେ । ଖାଲି ସେତିକି ନୁହେଁ ଘରେ ଥିବା ସୁନା ଗହଣା ସମେତ ନଗଦ 5 ଲକ୍ଷ ଟଙ୍କା ଲୁଟ କରି ନେଇଥିବା ବି ଅଭିଯୋଗ ହୋଇଛି । ଆକ୍ରମଣର ଶିକାର ହୋଇ ଜରୁରୀକାଳିନ ସେବାକୁ ଫୋନ କରିଥିଲେ ପରିବାର ସଦସ୍ୟ । ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

ପ୍ରକାଶ ଥାଉକି, ଗତକାଲି ମୟୂରଭଞ୍ଜ ଜିଲ୍ଲାରେ ନାବାଳିକାଙ୍କୁ ଅପହରଣ ଅଭିଯୋଗରେ ଜଣେ ପୁରୁଷ ଏବଂ ମହିଳାଙ୍କୁ ବାନ୍ଧି ନିସ୍ତୁକ ପିଟିଥିଲେ ଗ୍ରାମବାସୀ । କରଞ୍ଜିଆ ଥାନା ଅନ୍ତର୍ଗତ ବାଟପଳସା ଗ୍ରାମର ଅନାମ ଦେହୁରୀଙ୍କ ୧୩ ବର୍ଷର ନାବାଳିକା ଝିଅକୁ ଗତ ମଙ୍ଗଳବାର ଅପହରଣ କରାଯାଇଥିବା ଘଟଣାରେ ଗ୍ରାମବାସୀମାନେ ଦୁଇ ଜଣ ପୁରୁଷ ଓ ମହିଳାଙ୍କୁ ବାନ୍ଧି ଦେଇଥିଲେ । ସେମାନଙ୍କୁ ଏକ ପାଣିଟାଙ୍କି ଖୁଣ୍ଟରେ ବାନ୍ଧି ନିସ୍ତୁକ ମାଡ଼ ମାରିଥିଲେ । ତେବେ ନାବାଳିକା ଝିଅକୁ ସେମାନେ ରଥଯାତ୍ରା ଦେଖାଇବା ପାଇଁ ନେଇ ଆଉ ଗାଁକୁ ଫେରି ନଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି । ଗ୍ରାମବାସୀ ଉତ୍ତ୍ୟକ୍ତ ହୋଇ ସେମାନଙ୍କୁ ଧରିବା ପରେ ବାନ୍ଧି ମାଡ଼ ମାରିଥିଲେ । ସେପଟେ ଏ ସମ୍ପର୍କରେ ଖବର ପାଇ କରଞ୍ଜିଆ ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଉଭୟଙ୍କୁ ଉଦ୍ଧାର କରିଛି । ପରେ ଉଭୟଙ୍କୁ କରଞ୍ଜିଆ ଥାନାକୁ ଆଣି ପଚରାଉଚରା ଜାରି ରଖିଛି କରଞ୍ଜିଆ ଥାନା ପୋଲିସ ।

ଇଟିଭି ଭାରତ, ଭଦ୍ରକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.