ETV Bharat / state

ନ୍ଯାୟ ଅପେକ୍ଷାରେ ଘର ପୋଡ଼ି ପୀଡ଼ିତ ପରିବାର, ସରକାରୀ ଆଶ୍ରୟସ୍ଥଳୀରେ ବିତୁଛି ଜୀବନ - ନ୍ଯାୟ ଅପେକ୍ଷାରେ ଘର ପୋଡ଼ି ପୀଡ଼ିତ

ନ୍ଯାୟ ଅପେକ୍ଷାରେ ଘର ପୋଡ଼ି ପୀଡ଼ିତ ପରିବାର । କେବେ ମିଳିବ ସେମାନଙ୍କୁ ନ୍ୟାୟ ସେନେଇ ଚାତକ ଭଳି ଅପେକ୍ଷା କରି ରହିଛନ୍ତି ସୁଦର୍ଶନଙ୍କ ପରିବାର । ଅଧିକ ପଢ଼ନ୍ତୁ

ନ୍ଯାୟ ଅପେକ୍ଷାରେ ଘର ପୋଡ଼ି ପୀଡ଼ିତ ପରିବାର, ସରକାରୀ ଆଶ୍ରୟସ୍ଥଳୀରେ ବିତୁଛି ଜୀବନ

author img

By

Published : May 12, 2022, 6:24 PM IST

ଭଦ୍ରକ : ଭଦ୍ରକ ପୌରାଞ୍ଚଳ ଗବସାହିରେ ଘର ପୋଡ଼ି ଦିଆଯାଇଥିବା ଘଟଣାରେ ଉଭୟ ପକ୍ଷଙ୍କ ଏତଲାକ୍ରମେ ଭଦ୍ରକ ସହରାଞ୍ଚଳ ପୋଲିସ ୨ଟି ପୃଥକ ପୃଥକ୍ ମାମଲା ରୁଜୁ କରି ତଦନ୍ତ ଚଳାଇଛି । ଅନ୍ୟପକ୍ଷରେ ତଦନ୍ତ ପରେ ତଦନ୍ତ ଚାଲୁଥିଲେ ମଧ୍ୟ ପୀଡ଼ିତ ପରିବାରର ସମସ୍ତ ସଦସ୍ଯ ଏଯାଏଁ ଭିଟାମାଟିକୁ ଫେରି ପାରୁନଥିବା ଜଣାଯାଇଛି ।

ନ୍ଯାୟ ଅପେକ୍ଷାରେ ଘର ପୋଡ଼ି ପୀଡ଼ିତ ପରିବାର, ସରକାରୀ ଆଶ୍ରୟସ୍ଥଳୀରେ ବିତୁଛି ଜୀବନ

ସୂଚନାନୁସାରେ ଗବସାହିରେ ରହୁଥିବା ସୁଦର୍ଶନ ଦାସ ଓ ରବିନ୍ଦ୍ର ଦାସଙ୍କ ମଧ୍ୟରେ ଗଣ୍ଡଗୋଳ ପରିସ୍ଥିତି ଲାଗି ରହିଥିଲା । ଏପ୍ରିଲ ୧୩ ତାରିଖରେ ସୁଦର୍ଶନଙ୍କ ଘରେ ନିଆଁ ଲାଗିବା ନେଇ ସୁଦର୍ଶନ ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଅଭିଯୋଗରେ ରବିନ୍ଦ୍ର ତାଙ୍କ ଘରେ ନିଆଁ ଲଗାଇଛି ବୋଲି ଲେଖିଛନ୍ତି । ହେଲେ ଅଭିଯୋଗକୁ ମିଥ୍ୟା ଦର୍ଶାଇ ରବିନ୍ଦ୍ର କହିଛନ୍ତି ଯେ ସୁଦର୍ଶନ ହିଁ ନିଜ ଘରେ ନିଜେ ନିଆଁ ଲଗାଇଛନ୍ତି ।

ଏ ସମ୍ପର୍କରେ ପୋଲିସ ୨ଟି ପୃଥକ ପୃଥକ୍ ମାମଲା ରୁଜୁ କରି ତଦନ୍ତ ଚଳାଇଛି । ତଦନ୍ତ ଏକ ନିର୍ଯାସରେ ନପହଞ୍ଚିବା ପର୍ଯ୍ୟନ୍ତ ସୁଦର୍ଶନ(ପୀଡ଼ିତ)ଙ୍କ ପରିବାର ଉକ୍ତ ସ୍ଥାନରେ ଅସ୍ଥାୟୀ ଘରଟିଏ କରି ରହିବାର ସ୍ବପ୍ନ ମଉଳି ଯାଉଛି । ରୁଗ୍ଣ ବୃଦ୍ଧା ମା'ଙ୍କ ସମେତ ୨ ଝିଅ, ପୁଅ ଓ ସ୍ତ୍ରୀଙ୍କୁ ନେଇ ସରକାରୀ ଆଶ୍ରୟସ୍ଥଳୀରେ ପଡି ରହିଛନ୍ତି ପୀଡିତ ।

ସେପଟେ ଘରପୋଡି ଦେଇଥିବା ଅଭିଯୁକ୍ତମାନଙ୍କ ବିରୋଧରେ ମଧ୍ୟ ପୋଲିସ ଏଯାଏଁ କୌଣସି ପଦକ୍ଷେପ ନେଇନାହିଁ । ଯାହାକୁ ନେଇ ତୀବ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି ପୀଡିତ ପରିବାର । ଯଥାଶୀଘ୍ର ତଦନ୍ତ ସାରିବା ସହିତ ସୁରକ୍ଷା ପ୍ରଦାନ କରି ଉକ୍ତ ଜାଗାରେ ଅବସ୍ଥାପିତ କରିବା ଲାଗି ଦାବି ହୋଇଛି। ତେବେ ଏନେଇ ପୁଲିସ କି ପ୍ରଶାସନ ପକ୍ଷରୁ କୌଣସି ପ୍ରତିକ୍ରିୟା ପ୍ରକାଶ କରାଯାଇ ନାହିଁ ।

ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.