ETV Bharat / state

ମୃତ୍ୟୁପରେ ବି ଛାଡିଲେନି; ବେଆଇନ ଭାବେ ତାଡିନେଲେ ଆଖି !

author img

By

Published : Nov 17, 2019, 2:47 PM IST

ପରିବାରର ବିନା ଅନୁମତିରେ କଟକ ବଡ ମେଡିକାଲରେ ତାଡିନେଲେ ଆଖି । ମୃତଦେହ ବ୍ୟବଚ୍ଛେଦ ପାଇଁ ନେଲେ ଲାଞ୍ଚ । ତୁରନ୍ତ ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି । ଅଧିକ ଖବର ପଢନ୍ତୁ...

ମୃତ୍ୟୁପରେ ବି ଛାଡିଲେ ନାହିଁ

ଭଦ୍ରକ: ସରଳତାର ସୁଯୋଗ ନେଇ ମୃତ୍ୟୁ ପରେ ବି ଛାଡିଲେ ନାହିଁ । ପରିବାର ଲୋକଙ୍କ ବିନା ଅନୁମତିରେ ମୃତ ବ୍ୟକ୍ତିଙ୍କ ତାଡିନେଲେ ଆଖି । ଏତିକିରେ ସରିଲା ନାହିଁ ନିର୍ଯାତନା । ମୃତଦେହ ବ୍ୟବଚ୍ଛେଦ ପାଇଁ ଲାଞ୍ଚ ନେଲେ ଏହାସହ ଶବ ବାହକ ଗାଡି ବାବଦକୁ ଲୁଟିଲେ 4 ହଜାର 5ଶହ ଟଙ୍କା । ଏମିତି ଏକ ଭୟଙ୍କର ଛାତିଥରା ଘଟଣା ଏବେ ସାରା ରାଜ୍ୟକୁ ଦୋହଲାଇ ଦେଇଛି । ଘଟଣା ଘଟିଛି ରାଜ୍ୟର ସର୍ବମାନ୍ୟ କଟକ ବଡ ମେଡିକାଲରେ ।

ପରିବାରର ବିନା ଅନୁମତିରେ କଟକ ବଡ ମେଡିକାଲରେ ଏପରି ଘଟଣା ଘଟିବା ପରେ ଏବେ ସବୁଠି ହଇଚଇ । ଅଭିଯୋଗ ହେବା ପରେ ମାମଲା ରୁଜୁ କରିଛି ଭଦ୍ରକ ଟାଉନ ଥାନା ପୋଲିସ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଭଦ୍ରକ

ସୂଚନା ଅନୁସାରେ, ଗତ 7 ତାରିଖରେ ଭଦ୍ରକ ଜିଲ୍ଲା ବାଗୁରାଇ ଆଦିବାସୀ କଲୋନୀର ବୀର ଗାଗାରା କୌଣସି କାରଣରୁ ବିଷ ପିଇ ଦେଇଥିଲେ । ପରିବାର ଲୋକେ ତାଙ୍କୁ ଭଦ୍ରକ ପରେ କଟକ ବଡ ମେଡିକାଲକୁ ସ୍ଥାନାନ୍ତର କରିଥିଲେ । ହେଲେ 11 ତାରିଖରେ ବୀରଙ୍କ ଚିକିତ୍ସାଧିନ ଅବସ୍ଥାରେ ମୃତ୍ୟୁ ହୋଇଥିଲା । ଶବ ବ୍ୟବଛେଦ ପରେ ପରିବାର ଲୋକେ ମୃତଦେହ ନେଇ ଘରକୁ ଯାଇ ଅନ୍ତିମ ସଂସ୍କାର କରିବା ପାଇଁ ପ୍ରସ୍ତୁତି ଆରମ୍ଭ ବେଳେ ମୃତକଙ୍କ ଆଖି ନଥିବା ଦେଖିଥିଲେ । ପରେ ସନ୍ଦେହ ହେବାରୁ କଟକ ବଡ ମେଡିକାଲ ଦେଇଥିବା କାଗଜ ପତ୍ରରୁ ଜାଣିବାକୁ ପାଇଥିଲେ ଯେ ତାଙ୍କ ଅଜାଣତରେ ବୀରଙ୍କ ଆଖି ତାଡି ନେଇଛନ୍ତି । ଏହାକୁ ନେଇ କିଛି ସ୍ବେଚ୍ଛାସେବୀଙ୍କ ସହାୟତାରେ ପ୍ରଥମେ ଜିଲ୍ଲାପାଳ ପରେ ଭଦ୍ରକ ଏସପିଙ୍କୁ ସାକ୍ଷାତ କରି ନ୍ୟାୟ ଦେବାକୁ ଦାବି କରିଛନ୍ତି ଶୋକାକୁଳ ପରିବାର ।

ଏଠି ପ୍ରଶ୍ନ ଉଠୁଛି ମୃତଦେହକୁ ସମ୍ମାନ ଦେଇ ରାଜ୍ୟ ସରକାର ମହାପ୍ରୟାଣ ଯୋଜନା କରିଛନ୍ତି । ହେଲେ କେଉଁ ପରିସ୍ଥିତିରେ ଏଠି ଜଣେ ସରଳ ନୀରିହ ପରିବାରକୁ ଗାଡି ନଦେଇ ଘରୋଇ ଆମ୍ବୁଲାନ୍ସରେ ଯିବା ପାଇଁ ଦେଲେ । ଯଦ୍ବାରା ସେମାନେ ଆର୍ଥିକ ଶୋଷଣର ଶୀକାର ହୋଇଛନ୍ତି । ଏଥିପାଇଁ ଦାୟୀ କିଏ? ମୃତକ ବୀର ଓ ତାଙ୍କ ପରିବାରର ବିନା ସହମତିରେ କେମିତି ଆଖି ତାଡିଦେଲେ ? ରାଜ୍ୟରେ ବେଆଇନ ଭାବେ ଅଙ୍ଗ ପ୍ରତ୍ୟେଙ୍ଗ ନେବା ଏକ ରାକେଟ କାମ କରୁଛି କି? ଏହି ନୀରିହ ପରିବାରକୁ ରାଜ୍ୟ ସରକାର ନ୍ୟାୟ ଦେଇ ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ କି ନାହିଁ ଏବେ ତା ଉପରେ ନଜର ।

ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ

Intro:SLUG : EYE THEFT 
FORMAT : SPECIAL 
REPORT : DEBASIS MOHAPATRA / BHADRAK
DATE : 17.11.2019 
ANCHOR : ସ୍ଵାମୀ ବିଷ ପିଇଲେ । ଘରଲୋକେ ମେଡିକାଲ ନେଲେ । ଅବସ୍ଥା ଗୁରୁତର ହେବାରୁ କଟକ ଏସସିବି କୁ ନେଲେ । ସେଠାରେ ସ୍ଵାମୀ ଙ୍କ ମୃତ୍ୟୁ ହେଲା । ପରେ ଶବ ବ୍ୟବଛେଦ କରାଯାଇ ମୃତଦେହ ପରିବାର କୁ ହସ୍ତାନ୍ତର କରାଗଲା । ଘରଲୋକେ ଅନ୍ତିମସତ୍କାର ପାଇଁ ଶବ ଖୋଲିଲା ବେଳକୁ ଆଖି ନାହିଁ । ଗାଁ ଲୋକେ ମେଡିକାଲ ରୁ ମିଳିଥିବା କାଗଜପତ୍ର ଦେଖିଲା ବେଳକୁ ଜଣାପଡିଲା ଯେ ପରିବାରଲୋକେ ନିଜ ଇଚ୍ଛା ରେ ଚକ୍ଷୁ ଦାନ କରିଛନ୍ତି । କିନ୍ତୁ ତାଙ୍କ ଅଜାଣତ ରେ ଟିପ ଚିହ୍ନ ଦେବାକୁ କହି ନେଇଗଲେ ଆଖି । ଅଶିକ୍ଷିତ ତଥା ଆଦିବାସୀ ହୋଇଥିବାରୁ ଚଞ୍ଚକତା କରି ଆଖି ନେଇଯାଇଥିବା ନେଇ ମୃତକ ଙ୍କ ସ୍ତ୍ରୀ ଅଭିଯୋଗ କରିଛନ୍ତି । ଏମିତି ଅଭିଯୋଗ ଆସିଛି ଭଦ୍ରକ ଜିଲ୍ଲା ବାଗୁରାଇ ଆଦିବାସୀ କଲୋନୀ ରୁ ।Body:VO_1 : ଆମେ ଆଦିବାସୀ । ପାଠ ପଢି ନାହୁଁ । ଅଶିକ୍ଷିତ । ସେଥିପାଇଁ ଯେଉଁଠି ଟିପ ଚିହ୍ନ ଦେବାକୁ କହିଲେ ଆମେ ଦେଲୁ । କିନ୍ତୁ ଶବ ବ୍ୟବଛେଦ ପରେ ଘରକୁ ଆଣି ଦେଖିଲୁ ଯେ ଆଖି ନାହିଁ । ଏକଥା ଆମେ କହୁନୁ , କହୁଛନ୍ତି ଭଦ୍ରକ ଜିଲ୍ଲା ବାଗୁରାଇ ଆଦିବାସୀ କଲୋନୀ ର ମୃତକ ଙ୍କ ସ୍ତ୍ରୀ ଚମ୍ପା ଗାଗାରାଇ । ଆସନ୍ତୁ ପୁରା ଘଟଣା ଭିତର କୁ ଯିବା । ଭଦ୍ରକ ସହର ର ବାଗୁରାଇ ଆଦିବାସୀ କଲୋନୀ ରେ ବୀର ଗାଗାରା ଙ୍କ ଘର । ପାରିବାରିକ କଳହ ପାଇଁ ବିର ଗତ ସାତ ତାରିଖ ରେ ବିଷ ପିଇଦେଇଥିଲେ । ଘର ଲୋକେ ତାଙ୍କୁ ପ୍ରଥମେ ଭଦ୍ରକ ମୁଖ୍ୟ ଡାକ୍ତରଖାନା ରେ ଭର୍ତ୍ତି କରିଥିଲେ । ପରେ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ କଟକ ଏସସିବି କୁ ସ୍ଥାନାନ୍ତର କରାଯାଇଥିଲା । 11 ତାରିଖ ଦିନ ଏସସିବି ରେ ବିର ଙ୍କ ର ମୃତ୍ୟୁ ହୋଇଥିଲା । ସେଠାରେ ପରିବାର ଲୋକଙ୍କୁ କାଗଜ ରେ ଦସ୍ତଖତ କରିବା ପାଇଁ କୁହାଯାଇଥିଲା । ବିର ଙ୍କ ସ୍ତ୍ରୀ ଓ ଭାଇ ଅଶିକ୍ଷିତ ହୋଇଥିବାରୁ ଟିପ ଚିହ୍ନ ଦେଇଥିଲେ । ପରେ ଶବ ବ୍ୟବଛେଦ କରି ମୃତଦେହ ନେଇ ଘରକୁ ଆସିଥିଲେ । ଆଶ୍ଚର୍ଯ୍ୟର କଥା, ଶବ ବ୍ୟବଚ୍ଛେଦ ପାଇଁ ମଧ୍ଯ ତାଙ୍କୁ ସେଠାରେ ଟଙ୍କା ମଗାଯିବା ପରି ସଙ୍ଗୀନ ଅଭିଯୋଗ କରିଛନ୍ତି ମୃତ ବିର ଙ୍କ ସ୍ତ୍ରୀ। ଅନ୍ତିମସତ୍କାର ବେଳେ ଶବ ଖୋଲିବା ବେଳେ ଆଖି ନଥିବା ଜଣାପଡ଼ିଥିଲା। ପରେ ଗାଁ ର ଅନ୍ୟ ଲୋକ ଙ୍କୁ ଏସସିବି ରୁ ମିଳିଥିବା କାଗଜପତ୍ର ଦେଖାଇଥିଲେ । ଜଣାପଡିଥିଲା ଯେ ବିର ଙ୍କ ପରିବାର ଲୋକେ ନିଜ ଇଚ୍ଛା ରେ ଚକ୍ଷୁ ଦାନ କରିଛନ୍ତି । କିନ୍ତୁ ମୃତ ବିର ଙ୍କ ସ୍ତ୍ରୀ ଅଭିଯୋଗ କରିଛନ୍ତି ଯେ ସେମାନେ ଆଦିବାସୀ ହୋଇଥିବା ରୁ ତାଙ୍କୁ ଠକି ଆଖି ନେଇଯାଇଛନ୍ତି ଏସସିବି ଡାକ୍ତର। 
Bite_1 : ଚମ୍ପା ଗାଗାରାଇ_ମୃତକ ଙ୍କ ସ୍ତ୍ରୀ
Bite_2 : ବିଜୟ ଗାଗାରାଇ_ମୃତକ ଙ୍କ ଭାଇ

VO_2 : ଏବେ ମୃତକ ଙ୍କ ପରିବାର ଲୋକେ ଘଟଣା ର ତଦନ୍ତ ପାଇଁ ଭଦ୍ରକ ଅତିରିକ୍ତ ଜିଲ୍ଲାପାଳ ଙ୍କୁ ମଧ୍ୟ ଭେଟିଛନ୍ତି । ତେବେ ଭଦ୍ରକ ଏସପି ଙ୍କୁ ଭେଟି ଘଟଣା ବିଷୟ ରେ ଅବଗତ ପାଇଁ ଅତିରିକ୍ତ ଜିଲ୍ଲାପାଳ ପରାମର୍ଶ ଦେଇଥିବା ସୂଚନା ମିଳିଛି । 1994 ମସିହା ରେ ମାନବ ଅଙ୍ଗ ପ୍ରତିରୋପଣ ଆଇନ ପ୍ରଣୟନ ହୋଇଛି । ଯେଉଁଥିରେ ମାନବ ଅଙ୍ଗ ପ୍ରତିରୋପଣ ପାଇଁ ନିର୍ଦ୍ଦିଷ୍ଟ ଆଇନ ରହିଛି । ଯେଉଁଥିରେ ଅଙ୍ଗ ଦାନ ବେଳେ ମୃତ୍ୟୁ ପୂର୍ବ ରୁ ମୃତ ବ୍ୟକ୍ତି ଙ୍କ ଲିଖିତ ଅନୁମତି ଆବଶ୍ୟକ । ଏଥିସହ ମୃତକ ଙ୍କ ଅଙ୍ଗ ଦାନ ପାଇଁ ମୃତକ ଙ୍କ ର ଜଣେ ନିକଟ ସମ୍ପର୍କୀୟ ଓ ଅନ୍ୟ ଜଣେ ସାକ୍ଷୀ ମଧ୍ୟ ଆବଶ୍ୟକ । ତେବେ ଆଦିବାସୀ ପ୍ରଥା ଅନୁସାରେ ଅଙ୍ଗ ଦାନର ବ୍ୟବସ୍ଥା ନଥିବା ଜଣାପଡିଛି। ମିଛ କଥା କହି ଏହିପରି ଠକାମିର ଶିକାର ହୋଇଥିବା ପୀଡିତ ଙ୍କ ପରିବାର ର ଏତଲା ଅନୁଯାୟୀ ଭଦ୍ରକ ଟାଉନ ଥାନା 345 ନମ୍ବର ରେ ଏକ ମାମଲା ରୁଜୁ କରାଯାଇଥିବା ସୂଚନା ଦେଇଛନ୍ତି ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ବିକାଶ ଦାସ। ଅଭିଯୋଗ ଅନୁଯାୟୀ ଏନେଇ ବିହୀତ ପଦକ୍ଷେପ ନିଶ୍ଚିତ ଭାବେ ଗ୍ରହଣ କରାଯିବ ବୋଲି ମଧ୍ୟ ସେ ଆମକୁ କହିଛନ୍ତି।
Bite_3 : ବିକାଶ ଦାସ_ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ Conclusion:FVO : 5T ସଚିବ ବିଭିନ୍ନ ମେଡିକାଲକୁ ଅଚାନକ ପରିଦର୍ଶନ କରୁଥିବା ବେଳେ, କଟକ ମେଡିକାଲ କଲେଜ ପରି ଏକ ବଡ ମେଡିକାଲ ରୁ ମୃତକଙ୍କ ପରିବାରକୁ ଠକି ଦୁଇଟି ଆଖି କାଢି ନେବା ସହ ଏକ ଚକ୍ଷୁ ଦାନ ସାଟିର୍ଫିକେଟ୍ ଧରାଇବା ଘଟଣା କିପରି ହେଲା ? ସେନେଇ ଉଠିଛି ପ୍ରଶ୍ନ ।
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.