ETV Bharat / state

ପ୍ରବାସୀ ଓଡିଆ ଫେରିବା ନେଇ ଭଦ୍ରକ ଜିଲ୍ଲା ପ୍ରଶାସନର ବ୍ୟାପକ ପ୍ରସ୍ତୁତି - ପ୍ରବାସୀ ଓଡିଆ ଫେରିବେ

ଭଦ୍ରକରେ ଟ୍ରେନ ଯୋଗେ ପହଞ୍ଚିବେ ପ୍ରବାସୀ ଓଡ଼ିଆ । ଆନ୍ଧ୍ରପ୍ରଦେଶର ଗୁଣ୍ଠୁରରୁ ସ୍ବତନ୍ତ୍ର ଟ୍ରେନ ଯୋଗେ ପ୍ରବାସୀ ଓଡ଼ିଆ ଭଦ୍ରକରେ ପହଞ୍ଚିବେ । ଏ ନେଇ ବ୍ୟାପକ ପ୍ରସ୍ତୁତି କରିଛି ଭଦ୍ରକ ଜିଲ୍ଲା ପ୍ରଶାସନ । ସୁରକ୍ଷା ଦୃଷ୍ଟିରୁ ଷ୍ଟେସନ ପରିସରର 500 ମିଟର ଦୂରତା ପର୍ଯ୍ୟନ୍ତ 24 ଘଣ୍ଟା ପାଇଁ କର୍ଫ୍ୟୁ ଜାରି କରାଯାଇଛି ।

extensive-preparations-by-the-bhadrak-district-administration-for-the-return-of-migrant-odia
ପ୍ରବାସୀ ଓଡିଆ ଫେରିବାକୁ ନେଇ ଭଦ୍ରକ ଜିଲ୍ଲା ପ୍ରଶାସନର ବ୍ୟାପକ ପ୍ରସ୍ତୁତି
author img

By

Published : May 12, 2020, 3:33 PM IST

ଭଦ୍ରକ: ପ୍ରବାସୀ ଓଡ଼ିଆଙ୍କ ଆଗମନ ପାଇଁ ବ୍ୟାପକ ପ୍ରସ୍ତୁତି । ଟ୍ରେନ ଯୋଗେ ଆଜି ଭଦ୍ରକରେ ପହଞ୍ଚିବେ ପ୍ରବାସୀ ଓଡ଼ିଆ । ଆନ୍ଧ୍ରପ୍ରଦେଶର ଗୁଣ୍ଠୁରରୁ ସ୍ବତନ୍ତ୍ର ଟ୍ରେନ ଯୋଗେ ପ୍ରବାସୀ ଓଡ଼ିଆ ଭଦ୍ରକରେ ପହଞ୍ଚିବେ । ଆସନ୍ତାକାଲି ମଧ୍ୟ ଏକ ଟ୍ରେନ ପ୍ରବାସୀ ଓଡ଼ିଆଙ୍କୁ ନେଇ ଭଦ୍ରକରେ ପହଞ୍ଚିବାର କାର୍ଯ୍ୟକ୍ରମ ରହିଛି ।

ପ୍ରବାସୀ ଓଡିଆ ଫେରିବାକୁ ନେଇ ଭଦ୍ରକ ଜିଲ୍ଲା ପ୍ରଶାସନର ବ୍ୟାପକ ପ୍ରସ୍ତୁତି

ଭଦ୍ରକ ଜିଲ୍ଲା ସମେତ କେନ୍ଦ୍ରାପଡା ଓ ଅନ୍ୟ ଜିଲ୍ଲାର ପ୍ରବାସୀ ଓଡିଆ ଚରମ୍ଫା ରେଳଷ୍ଟେସନରେ ପହଞ୍ଚିବେ । ଏଥିପାଇଁ ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି । ଆଜି ଭଦ୍ରକ ଷ୍ଟେସନରେ 400 ପ୍ରବାସୀ ଓହ୍ଲାଇବାର ସୂଚନା ଦେଇଛନ୍ତି ଜିଲ୍ଲାପାଳ । ଭଦ୍ରକ ଷ୍ଟେସନରେ ଲୋକମାନେ ଓହ୍ଲାଉଥିବାରୁ ଲୋକମାନଙ୍କ ସୁରକ୍ଷା ଦୃଷ୍ଟିରୁ ଷ୍ଟେସନ ପରିସର ସମେତ 500 ମିଟର ଦୂରତା ପର୍ଯ୍ୟନ୍ତ 24 ଘଣ୍ଟା ପାଇଁ କର୍ଫ୍ୟୁ ବଳବତ୍ତର ରହିବ ।

ଟ୍ରେନରୁ ଓହ୍ଲାଇବା ପରେ ସେମାନଙ୍କ ନାଁ ପଞ୍ଜିକରଣ କରିବା ସହ ସ୍ବତନ୍ତ୍ର ବସ ଯୋଗେ ନିଜ ନିଜ ଅଞ୍ଚଳକୁ ପଠାଯିବ । ନିଜ ପଞ୍ଚାୟତ, ପୌରାଞ୍ଚଳରେ ହୋଇଥିବା ଅସ୍ଥାୟୀ ସ୍ବାସ୍ଥ୍ୟ କେନ୍ଦ୍ର (TMC) ରେ ଏମାନେ ରହିବେ । ଷ୍ଟେସନ ପରିସରକୁ ସମ୍ପୂର୍ଣ୍ଣ ବିଶୋଧନ କରାଯିବା ସହ କିପରି ସାମାଜିକ ଦୂରତା ଅବଲମ୍ବନ କରିବେ ସେଥିପାଇଁ ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି ।

ଭଦ୍ରକରୁ ଦେବାଶିଷ ମହାପାତ୍ର,ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.