ETV Bharat / state

ବିସ୍ଫୋରଣରେ ଉଡିଗଲା ଘରର ଛାତ, ଚାଲିଗଲା ଜଣଙ୍କ ଜୀବନ

author img

By

Published : Nov 28, 2022, 2:05 PM IST

ଭଦ୍ରକ ଜିଲ୍ଲା ଚାନ୍ଦବାଲି ଥାନା ମତୋ ଦକ୍ଷିଣ ସାହି ଗାଁରେ ବାଣ ବିସ୍ଫୋରଣ ଘଟି ଉଡ଼ିଗଲା ଛାତ । ଘର ମାଟିଲେ ମିଶିବା ସହ ଚାଲିଗଲା ଜଣଙ୍କ ଜୀବନ । ଅଧିକ ପଢନ୍ତୁ

ବାଣ ବିସ୍ଫୋରଣ ଘଟି ଉଡ଼ିଗଲା ଛାତ
ବାଣ ବିସ୍ଫୋରଣ ଘଟି ଉଡ଼ିଗଲା ଛାତ

ଭଦ୍ରକ: ଅଗ୍ନିକାଣ୍ଡ ଯୋଗୁ ବିସ୍ଫୋରଣରେ ଖସି ପଡିଲା ଘରର ଛାତ । ଘର ମାଟିରେ ମିଶିବା ସହ ଚାଲିଗଲା ଜଣଙ୍କ ଜୀବନ । ମୃତକ ହେଲେ ଭଦ୍ରକ ଜିଲ୍ଲା ଚାନ୍ଦବାଲି ଥାନା ମତୋ ଦକ୍ଷିଣ ସାହି ଗାଁର ବିଷ୍ଣୁମୋହନ ସାହୁ ।

ସୂଚନା ମୁତାବକ, ବିଷ୍ଣୁ ମୋହନ ସାହୁଙ୍କ ଘରେ ଅଗ୍ନିକାଣ୍ଡ ଯୋଗୁ ଅଚାନକ ବିସ୍ଫୋରଣ ଘଟିଥିଲା । ବିସ୍ଫୋରଣ ଏତେ ଜୋରରେ ହୋଇଥିଲା ଯେ, କାନ୍ଥ ଓ ଛାତ ତଳକୁ ଗଳି ପଡିଥିଲା । ଏହି ଅଗ୍ନିକାଣ୍ଡରେ ପୋଡି ହୋଇ ଗୁରୁତର ହୋଇଥିବା ବିଷ୍ଣୁ ମୋହନଙ୍କୁ ତୁରନ୍ତ ଉଦ୍ଧାର କରି ପ୍ରଥମେ ଚାନ୍ଦବାଲି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଓ ପରେ କଟକକୁ ସ୍ଥାନାନ୍ତର କରାଯାଇଥିଲା । ତେବେ ବିଷ୍ଣୁ ମୋହନ ଜଣେ ବାଣ ବ୍ୟବସାୟୀ ହୋଇଥିବା ସୂଚନା ରହିଛି । ଘରେ ବାଣ ରଖିଥିବା ବେଳେ କୌଣସି କାରଣରୁ ନିଆଁ ଲାଗି ଏପରି ବିସ୍ଫୋରଣ ହୋଇଥିବା ସୂଚନା ମିଳିଛି ।

ବାଣ ବିସ୍ଫୋରଣ ଘଟି ଉଡ଼ିଗଲା ଛାତ

ଏହା ମଧ୍ୟ ପଢନ୍ତୁ: ଶ୍ରଦ୍ଧା ହତ୍ୟାକାଣ୍ଡର ପୁନରାବୃତ୍ତି, ବାପାକୁ ମାରି ଖଣ୍ଡ ଖଣ୍ଡ କଲେ ମାଆ-ପୁଅ

ଅନ୍ୟ ପକ୍ଷରେ ଇନଭର୍ଟର ବ୍ୟାଟେରୀ କିମ୍ବା ଗ୍ୟାସରୁ ନିଆଁ ଲାଗି ଘଟଣା ଘଟିଥିବା ଭିନ୍ନ ଏକ ସୂତ୍ରରୁ ସୂଚନା ମିଳିଛି । ମୋଟାମୋଟି ଏହି ଅଗ୍ନିକାଣ୍ଡର କାରଣ ସ୍ପଷ୍ଟ ହୋଇନାହିଁ । ତେବେ ନିଆଁ ଲାଗିବା ପରେ 10ରୁ 15 ମିନିଟ ପର୍ଯ୍ୟନ୍ତ ବାଣ ଫୁଟିବାକୁ ଲାଗିଥିଲା । ଅଗ୍ନିକାଣ୍ଡରେ ଗୁରୁତର ଆହତ ବିଷ୍ଣୁମୋହନ ସାହୁଙ୍କୁ ପ୍ରଥମେ ଚାନ୍ଦବାଲି ଓ ପରେ କଟକ ସ୍ଥାନାନ୍ତର କରାଯାଇଥିଲା । କିନ୍ତୁ ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି । ଏନେଇ ଖବର ପାଇ ଘଟଣାସ୍ଥଳରେ ଚାନ୍ଦବାଲି ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିବା ବେଳେ ଚାନ୍ଦବାଲି ପୋଲିସ ଓ ତହସିଲଦାର ପହଞ୍ଚି ଅଧିକ ତଦନ୍ତ ଚଳାଇଛନ୍ତି ।

ଇଟିଭି ଭାରତ, ଭଦ୍ରକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.