ଭଦ୍ରକ : ଭଦ୍ରକ ଜିଲ୍ଲା ଭଣ୍ଡାରିପୋଖରୀ ବ୍ଲକର ଦକ୍ଷିଣ ବାଡ ପଞ୍ଚାୟତ କହରା ପୋଖରୀସ୍ଥିତ ମୁଣ୍ଡାସାହିରେ ଭୟାଵହ ଅଗ୍ନିକାଣ୍ଡ ଘଟିଛି । ଏହି ଅଗ୍ନିକାଣ୍ଡରେ ଜଳିଗଲା 11 ବଖରା ଘର । କେବଳ ଘର ନୁହେଁ ଘରେ ଥିବା ସମସ୍ତ ଆସବାବ ପତ୍ର, ସ୍ଵର୍ଣ୍ଣ ଅଳଙ୍କାର, ଧାନ, ଚାଉଳ, ନଗଦ କିଛି ଟଙ୍କା ଜଳି ପୋଡି ଛାରଖାର ହୋଇଯାଇଥିବା ଜଣାପଡିଛି ।
ଅଗ୍ନିକାଣ୍ଡ ପରେ ସ୍ଥାନୀୟ ଲୋକେ ନିଆଁକୁ ଆୟତ୍ତ କରିବାକୁ ଚେଷ୍ଟା କରିଥିଲେ ମଧ୍ୟ ନିଆଁ ଆୟତ୍ତ ହୋଇନଥିଲା । ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ଥିବା ବେଳେ ଭଣ୍ଡାରିପୋଖରୀରୁ ଦମକଳ ଗାଡି ଆସି ନିଆଁକୁ ଆୟତ୍ତ କରିଛି ।
ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ