ଭଦ୍ରକ: ସମଗ୍ର ଦେଶରେ ଆଜି(ବୁଧବାର) ମୁସଲମାନ ଭାଇ ଭଉଣୀମାନେ ଇଦ୍-ଉଲ-ଜୁହା ପର୍ବକୁ ଆନନ୍ଦ ଉଲ୍ଲାସ ପାଳନ କରୁଛନ୍ତି । ଏହି ଅବସରରେ ଭାଇଚାରାର ସହର ଭଦ୍ରକରେ ଥିବା ମୁସଲମାନ ସମ୍ପ୍ରଦାୟର ଭାଇ ଭଉଣୀ ମାନେ ମଧ୍ୟ ବେସ୍ ଆନନ୍ଦ ଉଲ୍ଲାସରେ ଇଦ୍-ଉଲ-ଜୁହା ପାଳନ କରିଥିବା ଦେଖିବାକୁ ମିଳିଛି ।
କୋରୋନା କଟକଣା କାରଣରୁ ଘରେ ରହି ପର୍ବ ପାଳନ କରିଛନ୍ତି । ଭଦ୍ରକ ସହରର ବିଭିନ୍ନ ମସଜିଦ୍ ସମେତ ଇଦଗାହାରେ ମଧ୍ୟ ନମାଜ୍ ପାଠ କରାଯାଇଛି । ତେବେ ଏହି ନମାଜ୍ ପାଠ କେବଳ ପାଞ୍ଚଜଣକୁ ନେଇ ଅନୁଷ୍ଠିତ ହୋଇଥିଲା । ଧର୍ମଗୁରୁ ପ୍ରୋଫେଟ ମହମ୍ମଦଙ୍କ ପୂର୍ବପୁରୁଷମାନେ, ଇଶ୍ୱରଙ୍କ ଦିବ୍ୟବାଣୀ ଅନୁଯାୟୀ, ନିଜର ସନ୍ତାନମାନଙ୍କୁ ଇଶ୍ଵରଙ୍କ ଉଦ୍ଦେଶ୍ଯରେ ବଳି ଚଢାଇବା ପାଇଁ ଉଦ୍ୟମ କରିଥିଲେ । ସେହି ସମୟରେ ଆଲ୍ଲା ଆବିର୍ଭାବ ହୋଇ ବଳିକୁ ବନ୍ଦ ରଖିଥିଲେ । ସେହି ଦିନଠାରୁ ଇସଲାମ ଧର୍ମାଲମ୍ବିମାନେ ବଳିଦାନର ପର୍ବ ଇଦ୍-ଉଲ୍-ଜୁହା ନାମରେ ପାଳନ କରୁଛନ୍ତି ।
ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ