ETV Bharat / state

Eid Al Adha: ଇଦଗାହା ମଇଦାନରେ ଶ୍ରଦ୍ଧାଳୁଙ୍କ ନମାଜ ପାଠ

ଆଜି ପବିତ୍ର ଇଦ୍ ଉଲ- ଜୁହା । ଏହି ଅବସରରେ ଭଦ୍ରକ କୁଆଁସ ସ୍ଥିତ ଇଦଗାହା ମଇଦାନରେ ହଜାର ହଜାର ଶ୍ରଦ୍ଧାଳୁ ସମୂହ ନମାଜ ପାଠ ଏବଂ କୋରାନ ପାଠ କରିଛନ୍ତି । ଅଧିକ ପଢନ୍ତୁ

author img

By

Published : Jul 10, 2022, 1:58 PM IST

Eid Al Adha: ଇଦଗାହା ମଇଦାନରେ ଶ୍ରଦ୍ଧାଳୁଙ୍କ ନମାଜ ପାଠ
Eid Al Adha: ଇଦଗାହା ମଇଦାନରେ ଶ୍ରଦ୍ଧାଳୁଙ୍କ ନମାଜ ପାଠ

ଭଦ୍ରକ: ଆଜି ପବିତ୍ର ଇଦ୍ ଉଲ-ଜୁହା । ଏହି ପବିତ୍ର ପର୍ବକୁ ସମଗ୍ର ଦେଶରେ ଆଜି ମୁସଲମାନ ଭାଇ ଭଉଣୀମାନେ ଆନନ୍ଦ ଉଲ୍ଲାସର ସହ ପାଳନ କରିଥାନ୍ତି । ଏହି ଅବସରରେ ଭାଇଚାରାର ସହର ଭଦ୍ରକରେ ଥିବା ମୁସଲମାନ ସମ୍ପ୍ରଦାୟର ଭାଇ ଭଉଣୀ ମାନେ ମଧ୍ୟ ବେସ୍ ଆନନ୍ଦ ଉଲ୍ଲାସରେ ଇଦ୍-ଉଲ-ଜୁହା ପାଳନ କରୁଛନ୍ତି ।

ଭଦ୍ରକ କୁଆଁସ ସ୍ଥିତ ଇଦଗାହା ମଇଦାନରେ ହଜାର ହଜାର ଶ୍ରଦ୍ଧାଳୁ ସମୂହ ନମାଜ ପାଠ ଏବଂ କୋରାନ ପାଠ କରିଛନ୍ତି । ଧର୍ମଗୁରୁ ପ୍ରୋଫେଟ ମହମ୍ମଦଙ୍କ ପୂର୍ବପୁରୁଷମାନେ ଇଶ୍ୱରଙ୍କ ଦିବ୍ୟବାଣୀ ଅନୁଯାୟୀ, ନିଜର ସନ୍ତାନମାନଙ୍କୁ ଇଶ୍ଵରଙ୍କ ଉଦ୍ଦେଶ୍ୟରେ ବଳି ଚଢାଇବା ପାଇଁ ଉଦ୍ୟମ କରିଥିଲେ । ସେହି ସମୟରେ ଆଲ୍ଲା ଆବିର୍ଭାବ ହୋଇ ବଳିକୁ ବନ୍ଦ ରଖିଥିଲେ । ସେହି ଦିନଠାରୁ ଇସଲାମ ଧର୍ମାଲମ୍ବୀମାନେ ବଳିଦାନର ପର୍ବ ଇଦ୍-ଉଲ୍-ଜୁହା ନାମରେ ପାଳନ କରୁଛନ୍ତି । ଭଦ୍ରକ ଜିଲ୍ଲାରେ ମଧ୍ୟ ଏହି ବଳିଦାନର ପର୍ବକୁ ବେଶ ଆନନ୍ଦ ଉଲ୍ଲାସର ସହ ଭାଇଚାରା ନୀତିରେ ପାଳନ କରୁଛନ୍ତି ମୁସଲିମ ସମ୍ପ୍ରଦାୟ ।

ସବୁ ମୁସଲିମ୍‌ ସମ୍ପଦ୍ରାୟ ଏକତ୍ରିତ ହୋଇ ନମାଜ ପାଠ କରିବା ସହ ପରସ୍ପରକୁ ଇଦ୍‌ ମୁବାରକର ଶୁଭେଚ୍ଛା ଜଣାଉଛନ୍ତି । ଏହି ପର୍ବରେ ଉଭୟ ହିନ୍ଦୁ ଓ ମୁସଲମାନ ସମ୍ପ୍ରଦାୟର ଲୋକେ ଏକାଠି ହୁଅନ୍ତି ଭଦ୍ରକ ସହରରେ । ଭାଇଚାରାର ରୀତିରେ ପାଳନ ହେଉଥିବା ଏହି ପର୍ବକୁ ଦୃଷ୍ଟିରେ ରଖି ଜିଲ୍ଲା ପୋଲିସ ପ୍ରଶାସନ ପକ୍ଷରୁ କଡା ସୁରକ୍ଷା ବ୍ୟବସ୍ଥା କରାଯାଇଛି ।

ଇଟିଭି ଭାରତ, ଭଦ୍ରକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.