ETV Bharat / state

ରିଲିଫ ବଣ୍ଟାକୁ ନେଇ ଭଦ୍ରକରେ ଗୋଷ୍ଠୀ କନ୍ଦଳ, 5 ଗୁରୁତର

ଫନି ପାଇଁ ଆରମ୍ଭ ହୋଇଯାଇଛି ରିଲିଫ ବଣ୍ଟନକାର୍ଯ୍ୟ । ଏହି ରିଲିଫ ବଣ୍ଟନକୁ କେନ୍ଦ୍ର କରି ଭଦ୍ରକରେ ଧାମନଗର ବିଧାନସଭା ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ତଳଗୋପବିନ୍ଧା ପଞ୍ଚାୟତ ଅଞ୍ଚଳରେ ଦେଖାଦେଇଛି ଗୋଷ୍ଠୀ କନ୍ଦଳ ।

ଫଟୋ ମ
author img

By

Published : May 3, 2019, 5:00 PM IST

Updated : May 3, 2019, 5:11 PM IST

ଭଦ୍ରକ: ଫନି ପାଇଁ ରିଲିଫ ବଣ୍ଟନକୁ କେନ୍ଦ୍ରକରି ଗୋଷ୍ଠୀ ସଂଘର୍ଷ । ଏହି ସଂଘର୍ଷରେ ପାଞ୍ଚଜଣ ଗୁରୁତର ହୋଇ ଭଦ୍ରକ ଜିଲ୍ଲା ମୁଖ୍ୟାଳୟରେ ଭର୍ତ୍ତି ହୋଇଛନ୍ତି । ଧାମନଗର ବିଧାନସଭା ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ତଳଗୋପବିନ୍ଧା ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ଦେଖାଦେଇଛି ଏହି ବିବାଦ। ସୂଚନା ଅନୁଯାୟୀ ଫନି କ୍ଷୟକ୍ଷତି ପରେ ରିଲିଫ ବଣ୍ଟନ କିପରି କରାଯାଇପାରିବ ବୋଲି କାର୍ଯ୍ୟାଳୟ ପରିସରରେ ଆଲୋଚନା ହେଉଥିଲା ।

ଭିଡିଓ ଫଟୋ ସୌଜନ୍ୟ: ସମ୍ବାଦଦାତା ଭଦ୍ରକ

ଏହି ସମୟରେ ଏକ ନିର୍ଦ୍ଦିଷ୍ଟ ଗୋଷ୍ଠୀ ଅନ୍ୟ ଏକ ଗୋଷ୍ଠୀ ଉପରେ ସାମାନ୍ୟ କଥାକୁ କେନ୍ଦ୍ରକରି ଆକ୍ରମଣ କରିଥିଲେ । ଏଥିରେ ପାଞ୍ଚ ଜଣ ଗୁରୁତର ଭାବେ ଆହତ ହୋଇଛନ୍ତି । ଗୁରୁତରଙ୍କୁ ଯଥାଶୀଘ୍ର ଭଦ୍ରକ ଜିଲ୍ଲା ମୁଖ୍ୟାଳୟରେ ଭର୍ତ୍ତି କରାଯାଇଛି। ଗୁରୁତରଙ୍କ ମଧ୍ୟରୁ ଜ୍ଞାନରଞ୍ଜନ ଏବଂ ଶ୍ରୀକାନ୍ତ ମହାଳିକଙ୍କ ସ୍ୱାସ୍ଥ୍ୟବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ କଟକ ବଡ ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଛି।

ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ

Last Updated : May 3, 2019, 5:11 PM IST

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.