ETV Bharat / state

ଭଦ୍ରକରୁ ବିପୁଳ ନକଲି ଜର୍ଦ୍ଦା ଜବତ, ଅଭିଯୁକ୍ତ ଫେରାର

ଜିଲ୍ଲାରେ ବୃଦ୍ଧି ପାଉଥିବା ନକଲି ଜର୍ଦ୍ଦା କାରବାର ଘଟଣାରେ ପୋଲିସ ବିଭିନ୍ନ ସମୟରେ ଅଭିଯୁକ୍ତଙ୍କୁ ଗିରଫ କରୁଥିଲେ ସୁଦ୍ଧା ବର୍ତ୍ତମାନ ମାଷ୍ଟରମାଇଣ୍ଡକୁ ଗିରଫ କରିବାରେ ବିଫଳ ରହିଛି । ଅଧିକ ପଢନ୍ତୁ...

author img

By

Published : Oct 26, 2020, 9:46 AM IST

ଭଦ୍ରକରେ ବିପୁଳ ପରିମାଣର ନକଲି ଜର୍ଦ୍ଦା ଜବତ, ଅଭିଯୁକ୍ତ ଫେରାର

ଭଦ୍ରକ: ଜିଲ୍ଲାର ସହରାଞ୍ଚଳ ଥାନା ପକ୍ଷରୁ ମଠସାହିରେ ନକଲି ଜର୍ଦ୍ଦା ଜବତ । ଜର୍ଦ୍ଦା ତିଆରି ହେଉଥିବା ଏକ ଘରେ ରବିବାର ଚଢାଉ କରିଥିଲା ପୋଲିସ। ଏହି ସମୟରେ ବିପୁଳ ପରିମାଣରେ ନକଲି ଜର୍ଦ୍ଦା ସହ ବିଭିନ୍ନ ନାମିଦାମୀ କମ୍ପାନୀର ଲୋଗୋ ଓ ଡବା ଜବତ ହୋଇଛି। ତେବେ ପୋଲିସକୁ ଦେଖି ଘଟଣାସ୍ଥଳରୁ ଚମ୍ପଟ ମାରିଛନ୍ତି ଅଭିଯୁକ୍ତ।

ପୋଲିସକୁ ଦେଖି ଘଟଣାସ୍ଥଳରୁ ଅଭିଯୁକ୍ତ ଚମ୍ପଟ ମାରିଥିଲେ। ପ୍ରାୟ ଲକ୍ଷାଧିକ ଟଙ୍କାର ନକଲି ଜର୍ଦ୍ଦା ଜବତ ହୋଇଥିବା ଜଣାପଡିଛି। ପୁରୁଣାବଜାର ଥାନା ଅଞ୍ଚଳରୁ ପ୍ରତ୍ୟେକ ଦିନ ନକଲି ଜର୍ଦ୍ଦା ଧରାପଡୁଥିବା ବେଳେ, ଏବେ ସହରାଞ୍ଚଳ ଥାନା ଅଞ୍ଚଳରୁ ନକଲି ଜର୍ଦ୍ଦା ଜବତ ହୋଇଛି।

ରବିବାର ପୁରୁଣାବଜାର ଅଞ୍ଚଳରୁ ନକଲି ଜର୍ଦ୍ଦା କାରଖାନାରେ ଚଢାଉ ବେଳେ ପୋଲିସ ଓ ସାମ୍ବାଦିକଙ୍କୁ ଆକ୍ରମଣ କରିଥିଲେ ଜର୍ଦ୍ଦା ମାଫିଆ। ପୋଲିସ ଯେତେ ଚଢାଉ ଓ ଗିରଫ କଲେ ମଧ୍ୟ ମାଷ୍ଟରମାଇଣ୍ଡ ଏବେବି ପୋଲିସ ପଞ୍ଝାକୁ ଆସିପାରିନାହିଁ।

ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.