ETV Bharat / state

ଭଦ୍ରକରୁ ବିପୁଳ ପରିମାଣରେ ନକଲି ଜର୍ଦ୍ଦା ଜବତ

ଭଦ୍ରକ ଜିଲ୍ଲା ପୁରୁଣା ବଜାର ଥାନା ଅନ୍ତର୍ଗତ ମିର୍ଜାପୁର ଚିଡିୟା ମାରପଦାରୁ ବିପୁଳ ପରିମାଣରେ ନକଲି ଜର୍ଦ୍ଦା ସହ ଏଥିରେ ବ୍ୟବହୃତ ବିଭିନ୍ନ ସାମଗ୍ରୀ ଜବତ ହୋଇଛି । ଅଧିକ ପଢ଼ନ୍ତୁ

author img

By

Published : May 30, 2022, 6:54 AM IST

ବିପୁଳ ପରିମାଣରେ ନକଲି ଜର୍ଦ୍ଦା ଜବତ
ବିପୁଳ ପରିମାଣରେ ନକଲି ଜର୍ଦ୍ଦା ଜବତ

ଭଦ୍ରକ: ଭଦ୍ରକ ଜିଲ୍ଲା ପୁରୁଣା ବଜାର ଥାନା ଅନ୍ତର୍ଗତ ମିର୍ଜାପୁର ଚିଡିୟା ମାରପଦାରୁ ବିପୁଳ ପରିମାଣରେ ନକଲି ଜର୍ଦ୍ଦା ସହ ଏଥିରେ ବ୍ୟବହୃତ ବିଭିନ୍ନ ସାମଗ୍ରୀ ଜବତ ହୋଇଛି । ସୂଚନା ଅନୁଯାୟୀ ପୁରୁଣା ବଜାର ଥାନା ମିର୍ଜାପୁର ଚିଡିୟା ମାରପଦା ଅଞ୍ଚଳର ସେକ ମୈରାଜ ନାମକଙ୍କ ଘରେ ନକଲି ଜର୍ଦ୍ଦା ତିଆରି ଚାଲିଥିବା ଖବର ପୋଲିସ ଜାଣିବାକୁ ପାଇଥିଲା ।

ବିପୁଳ ପରିମାଣରେ ନକଲି ଜର୍ଦ୍ଦା ଜବତ

ପରେ ପୁରୁଣା ବଜାର ପୋଲିସ ପକ୍ଷରୁ ଏକ ଟିମ ସମ୍ପୃକ୍ତ ଅଞ୍ଚଳକୁ ଯାଇ ଚଢଉ କରିବା ସହ ବିପୁଳ ପରିମାଣରେ ନକଲି ଜର୍ଦ୍ଦା, ବିଭିନ୍ନ ନାମୀ ଦାମୀ କମ୍ପାନୀ ଡବା ସହ ଅନ୍ୟାନ୍ୟ ସମାଗ୍ରୀ ଜବତ କରିଛି । ତେବେ ଆସାମୀ ଜଣଙ୍କ ଘଟଣାସ୍ଥଳରୁ ଫେରାର ହୋଇଯାଇଥିବା ଜଣାପଡ଼ିଛି । ଜବତ ହୋଇଥିବା ନକଲି ଜର୍ଦ୍ଦାର ଆନୁମାନିକ ମୂଲ୍ୟ ଲକ୍ଷାଧିକ ଟଙ୍କା ହେବ ବୋଲି ସୂଚନା ମିଳିଛି । ହେଲେ ଏନେଇ ପୋଲିସ ପକ୍ଷରୁ କୌଣସି ପ୍ରତିକ୍ରିୟା ପ୍ରକାଶ କରାଯାଇନାହିଁ ।

ଇଟିଭି ଭାରତ, ଭଦ୍ରକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.