ଭଦ୍ରକ: ଗାଡିରେ ଚୋରା ଚାଲାଣ ବେଳେ ନକଲି ଜର୍ଦ୍ଦା ସହ ଅଟୋ ଜବତ କରିଛି ଭଦ୍ରକ ପୁରୁଣା ବଜାର ପୋଲିସ । ଏହା ସହ ଜଣକୁ ଗିରଫ କରିଛି ପୋଲିସ ।
ସୂଚନା ଅନୁସାରେ, ଏକ ଗାଡିରେ ନକଲି ଜର୍ଦ୍ଦା ଚୋରାରେ ଆଣିବା ସହ ବେପାରୀ ଚନ୍ଦନ ବଜାର ଅଞ୍ଚଳର ଦୋକାନୀଙ୍କୁ ଯୋଗାଉଥିଲେ । ଏହା ଜାଣିବା ପରେ ପୋଲିସ ଘଟଣାସ୍ଥଳକୁ ଯାଇଥିଲା । ହେଲେ ସେତେବେଳକୁ ଗାଡିଟି ଖସିଯାଇଥିଲା ।

ପରେ ଅନ୍ୟ ଏକ ଅଟୋରେ ନକଲି ଜର୍ଦ୍ଦା ଯାଉଥିବା ଖବରପାଇ ପୋଲିସ ହଳଦୀଡିହ ଛକ ନିକଟରେ ଅଟୋକୁ ଅଟକାଇଥିଲା । ସେଥିରୁ ବିପୁଳ ପରିମାଣର ନକଲି ଜର୍ଦ୍ଦା ଜବତ କରାଯାଇଛି । ଗାଡି ସହ ଜଣେ ଅଭିଯୁକ୍ତ ମଧ୍ୟ ପୋଲିସ ଦ୍ବାରା ଗିରଫ ହୋଇଛି । ଜବତ ଜର୍ଦ୍ଦାର ମୂଲ୍ୟ ଲକ୍ଷାଧିକ ଟଙ୍କା ହେବ ବୋଲି ପୋଲିସ କହିଛି ।
ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ