ETV Bharat / state

ଭଦ୍ରକ ମୁଖ୍ୟ ଚିକିତ୍ସାଳୟରେ ନକଲି ଡାକ୍ତର, ଧରିଲେ ମୁଖ୍ୟ ଚିକିତ୍ସାଧିକାରୀ

author img

By

Published : Feb 2, 2023, 12:51 PM IST

ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ନକଲି ଡାକ୍ତରଙ୍କୁ ଧରିଲେ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ । ଅଧିକ ପଢନ୍ତୁ

ଜିଲ୍ଲା ମୁଖ୍ଯ ଚିକିତ୍ସାଳୟରେ ନକଲି ଡାକ୍ତର
ଜିଲ୍ଲା ମୁଖ୍ଯ ଚିକିତ୍ସାଳୟରେ ନକଲି ଡାକ୍ତର
ଜିଲ୍ଲା ମୁଖ୍ଯ ଚିକିତ୍ସାଳୟରେ ନକଲି ଡାକ୍ତର

ଭଦ୍ରକ: ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ନକଲି ଡାକ୍ତର । ଠାବ କଲେ ଖୋଦ୍ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ । ଯାହାକି ଚକିତ କରି ଦେଇଛି । ଯାଜପୁର ଜିଲ୍ଲା ଖଣ୍ଡରା ଅଞ୍ଚଳର ରାଜୀବ ଲୋଚନ ନାୟକ ନିଜକୁ ପ୍ରସୂତୀ ବିଭାଗର ନବ ନିଯୁକ୍ତ ଡାକ୍ତର ବୋଲି ପରିଚୟ ଦେଇଥିଲେ । ଏଥିସହ ବେକରେ ଟେଥିସ୍କୋପ ପକାଇ, ନକଲି ପରିଚୟ ପତ୍ର ସହପ୍ରସୂତୀ ବିଭାଗର ୱାର୍ଡ ବାଟ ଦେଇ ଓଟିକୁ ଯାଉଥିଲେ । ଏନେଇ ସେଠାରେ ଉପସ୍ଥିତ ଥିବା ସିଡିଏମଓଙ୍କ ସନ୍ଦେହ ହୋଇଥିଲା । ତେଣୁ ସେ ତାଙ୍କୁ ଡାକି ପରିଚୟ ପଚାରି ଥିଲେ। ହେଲେ ସେ ସନ୍ତୋଷ ଜନକ ଉତ୍ତର ଦେଇ ପାରି ନଥିଲେ ।

ସେହିପରି ଏଥିପୂର୍ବରୁ ସମ୍ପୃକ୍ତ ନକଲି ଡାକ୍ତର ଜଣଙ୍କ ଭଦ୍ରକ ଜିଲ୍ଲା ମୁଖ୍ୟ ଡାକ୍ତରଖାନାର ପ୍ରସୂତି ବିଭାଗ ବିଷୟରେ ସିକ୍ୟୁରିଟି ଗାର୍ଡଙ୍କୁ ପଚାରି ଥିଲେ ଯେ, ମୋତେ ପ୍ରସୂତି ବିଭାଗର ୱାର୍ଡ ଏବଂ ଓଟିକୁ ରାସ୍ତା କୁହ । ମୁଁ ଆଜି ନୂଆ ନିଯୁକ୍ତି କରିଛି । ତେବେ ସମ୍ପୃକ୍ତ ସିକ୍ୟୁରିଟି ଗାର୍ଡ ମଧ୍ୟ ତାଙ୍କୁ ଅସଲି କି ନକଲି ଚିହ୍ନି ନପାରି ରାସ୍ତା ଦେଖାଇ ଦେଲେ ବୋଲି ସୂଚନା ମିଳିଛି । ତେବେ ଶେଷରେ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ମେଡିକାଲରେ ଥିବା ପୋଲିସ ସହାୟତା କେନ୍ଦ୍ରକୁ ସମ୍ପୃକ୍ତ ବ୍ୟକ୍ତିଙ୍କୁ ହସ୍ତାନ୍ତର କରିଥିଲେ । ସେଠାରେ ପଚରାଉଚରା ବେଳେ ଯୁବକ ଜଣକ ନକଲି ଡାକ୍ତର ବୋଲି ଜଣା ପଡ଼ିପାରେ ।

ତେବେ ପରେ ଅଧିକ ତଦନ୍ତ ପାଇଁ ସମ୍ପୃକ୍ତ ବ୍ୟକ୍ତିଙ୍କୁ ଭଦ୍ରକ ଟାଉନ ଥାନା ପୋଲିସକୁ ହସ୍ତାନ୍ତର କରାଯାଇଛି । ତା ନିକଟରୁ ପୋଲିସ ଟେଥସ୍କୋପ, ନକଲି ପରିଚୟ ପତ୍ର ସହ ଅନ୍ୟାନ୍ୟ କିଛି ଜିନିଷ ଜବତ କରିଥିବା ସୂଚନା ମିଳିଛି । ତେବେ ଏନେଇ ପୋଲିସ ତଦନ୍ତ ଜାରି ରହିଥିବା ବେଳେ ପୂର୍ଣ୍ଣାଙ୍ଗ ତଦନ୍ତ ପରେ ଚିତ୍ର ସ୍ପଷ୍ଟ ହେବ ବୋଲି ଜଣାପଡିଛି । ହେଲେ ପୋଲିସ ପକ୍ଷରୁ ଏନେଇ କୌଣସି ପ୍ରତିକ୍ରିୟା ପ୍ରକାଶ କରାଯାଇନାହିଁ ।

ଇଟିଭି ଭାରତ, ଭଦ୍ରକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.