ETV Bharat / state

ଜମି ବିବାଦ: ଅସଦାଚରଣ ଅଭିଯୋଗ ଆଣିଲେ ମହିଳା, ମିଥ୍ୟା ଅଭିଯୋଗ କହିଲେ ଗ୍ରାମବାସୀ

ଯୁବତୀଙ୍କୁ ଅସଦାଚରଣ ଅଭିଯୋଗ । ଗ୍ରାମବାସୀ ଆରକ୍ଷୀ ଅଧିକ୍ଷକଙ୍କୁ ଭେଟି ପ୍ରକୃତ ଦୋଷୀ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି । ଅଧିକ ପଢନ୍ତୁ

author img

By

Published : Jul 4, 2023, 2:23 PM IST

villagers protest
villagers protest
villagers protest

ଭଦ୍ରକ: ଯୁବତୀଙ୍କୁ ଅସଦାଚରଣ ଅଭିଯୋଗ ପରେ ସତ୍ୟାସତ୍ୟ ତଦନ୍ତ ପାଇଁ ଭଦ୍ରକ ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କୁ ଭେଟିଲେ ଗ୍ରାମବାସୀ । ଏଭଳି ଘଟଣା ଦେଖିବାକୁ ମିଳିଛି ଭଦ୍ରକ ଜିଲ୍ଲା ପୀରହାଟ ଥାନା ଅନ୍ତର୍ଗତ ବାରସର ଗ୍ରାମରେ । ସରକାରୀ ଜାଗା ଜବରଦଖଲକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ଗ୍ରାମରେ ଉତ୍ତେଜନା ପ୍ରକାଶ ପାଇଥିଲା । ଏହାକୁ ନେଇ ଗୋଟିଏ ଗୋଷ୍ଠୀର ମହିଳା ଅସଦାଚରଣ ସହ SC/ST ଦଫା ଲଗାଇ ଥାନାରେ ଏକ ମାମଲା ରୁଜୁ କରିଛନ୍ତି। ସେପଟେ ଅନ୍ୟ ଗୋଷ୍ଠୀ ଗ୍ରାମବାସୀଙ୍କୁ ନେଇ ସରକାରୀ ଜାଗାକୁ ଜବରଦଖଲ ମୁକ୍ତ କରିବା ସହ ମହିଳାଙ୍କ ଅସଦାଚରଣ ସମ୍ପୂର୍ଣ୍ଣ ମିଥ୍ୟା ଏବଂ ଭିତ୍ତିହୀନ ବୋଲି ଭଦ୍ରକ ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ ନିକଟରେ ଅଭିଯୋଗ କରିଛନ୍ତି । ଏଥିସହ ଏହି ଘଟଣା ଉପରେ ବିହିତ ତଦନ୍ତ କରି ପ୍ରକୃତ ଦୋଷୀ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିବେଦନ କରିଛନ୍ତି ।

ସୂଚନା ଅନୁଯାୟୀ, ଗ୍ରାମର ଏକ ସରକାରୀ ଜମି ଜବରଦଖଲକୁ କେନ୍ଦ୍ର କରି ଦୁଇ ଗୋଷ୍ଠୀ ମଧ୍ୟରେ ବିବାଦ ସହ ଉତ୍ତେଜନା ଦେଖା ଦେଇଛି । ସରକାରୀ ସ୍ତରରେ ମାପଚୁପ କରାଯିବା ପରେ ମଧ୍ୟ ଏକ ନିର୍ଦ୍ଦିଷ୍ଟ ଗୋଷ୍ଠୀ ଜବରଦଖଲରୁ ମୁକ୍ତ ହେଉ ନଥିବାରୁ ଗ୍ରାମବାସୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଥିଲା । ଏନେଇ ଅନ୍ୟ ଗୋଷ୍ଠୀର ଜଣେ ଯୁବକ ସଂପୃକ୍ତ ଗୋଷ୍ଠୀର ଜନୈକ ଯୁବତୀଙ୍କୁ ଅସଦାଚରଣ ଉଦ୍ୟମ କରିବା ସହିତ ଏସିଡ ପକାଇ ଜୀବନରୁ ମାରି ଦେବାକୁ ଧମକ ଦେଇଥିବା ନେଇ ଥାନାରେ ଅଭିଯୋଗ ହୋଇଥିବା ବେଳେ ପୋଲିସ ଏନେଇ ଏକ ମାମଲା ରୁଜୁ କରିଛି ।

ସେପଟେ ଏହି ଘଟଣାକୁ ନେଇ ପ୍ରତିକ୍ରିୟାଶୀଳ ହୋଇଛନ୍ତି ସଂପୃକ୍ତ ଯୁବକଙ୍କ ସମେତ ଗ୍ରାମବାସୀ । ସରକାରୀ ଜମିକୁ ଜବରଦଖଲ କରିଥିବା ନେଇ ମହିଳାଙ୍କ ଗୋଷ୍ଠୀ ବିରୋଧରେ ଗ୍ରାମବାସୀଙ୍କ ପକ୍ଷରୁ ଅଭିଯୋଗ କରାଯାଇଛି । ପରେ ତହସିଲ ପ୍ରଶାସନ ପକ୍ଷରୁ ମାପଚୁପ୍ କରାଯିବା ପରେ ଜବରଦଖଲରୁ ମୁକ୍ତ କରିବା ପାଇଁ ମଧ୍ୟ କୁହାଯାଇଥିଲା । ମାତ୍ର ସେମାନେ ସେଥିରୁ ନିବୃତ ନହୋଇ ସଂପୃକ୍ତ ଯୁବକଙ୍କ ବିରୋଧରେ ମିଥ୍ୟା ମାମଲା ରୁଜୁ କରିଛନ୍ତି ଏବଂ ବିଭିନ୍ନ ସମୟରେ ମାଲିମକଦ୍ଦମାର ଭୟ ଦେଖାଉଥିବା ପାଲଟା ଅଭିଯୋଗ ହୋଇଛି ।

ଅଭିଯୋଗକୁ ଭିତ୍ତିକରି ଥାନାରେ ଦୁଇଟି ମାମଲା ରୁଜୁ ହୋଇଛି । ଯାହା ତଦନ୍ତାଧିନ ରହିଛି ବୋଲି ପୀରହାଟ ଥାନା ସୂତ୍ରରୁ ସୂଚନା ମିଳିଛି । ଏଥିସହ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ମଧ୍ୟ ଘଟଣା ରେ ପୁଙ୍ଖାନୁପୁଙ୍ଖ ତଦନ୍ତ କରିବା ପାଇଁ ଗ୍ରାମବାସୀଙ୍କୁ ପ୍ରତିଶୃତି ଦେଇଥିବା ଜଣା ପଡିଛି । ତେବେ ତଦନ୍ତ ପରେ ଘଟଣାର ସତ୍ୟତା ବାହାରକୁ ଆସିବ ବୋଲି ଜଣାପଡ଼ିଛି ।

ଇଟିଭି ଭାରତ, ଭଦ୍ରକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.