ETV Bharat / state

ଅଭିଯୁକ୍ତ ନ ହୋଇବି ଗିରଫ କଲା ପୋଲିସ, SPଙ୍କ ଦ୍ବାରସ୍ଥ ହେଲେ ଦିବ୍ୟାଙ୍ଗ ବୃଦ୍ଧ

ଭଦ୍ରକ ଜିଲ୍ଲା ବନ୍ତ ପୋଲିସ ବିରୋଧରେ ଏସପିଙ୍କ ଦ୍ବାରସ୍ଥ ହେଲେ ଦିବ୍ୟାଙ୍ଗ 74 ବର୍ଷିୟ ବୃଦ୍ଧ । ଅଭିଯୁକ୍ତ ନ ହୋଇବି ବଳପୂର୍ବକ ଘରୁ ଗିରଫ କରିଥିଲା ପୋଲିସ । ଅଧିକ ପଢନ୍ତୁ

ଅଭିଯୁକ୍ତ ନ ହୋଇବି ବୃଦ୍ଧ ଦିବ୍ୟାଙ୍ଗଙ୍କୁ ଘରୁ ଗିରଫ କରି ବିବାଦରେ ପୋଲିସ

author img

By

Published : Jul 15, 2022, 12:12 PM IST

ଭଦ୍ରକ: ଜିଲ୍ଲା ବନ୍ତ ପୋଲିସ ବିରୋଧରେ ଏସପିଙ୍କ ଦ୍ବାରସ୍ଥ ହେଲେ ଦିବ୍ୟାଙ୍ଗ 74 ବର୍ଷିୟ ବୃଦ୍ଧ । ଅଭିଯୁକ୍ତ ନ ହୋଇବି ବଳପୂର୍ବକ ଘରୁ ଗିରଫ କରିଥିଲା ପୋଲିସ । 29 ବର୍ଷ ତଳର ଏକ ପୁରୁଣା ମାମଲାରେ କୋର୍ଟ ପକ୍ଷରୁ ଜାରି ହୋଇଥିବା ଓ୍ବାରେଣ୍ଟ ବଳରେ ତାଙ୍କୁ ବଳପୂର୍ବକ ଘରୁ ଗିରଫ କରିଥିବା ବେଳେ ଥାନାରେ ଦସ୍ତଖତ କରିବା ସମୟରେ କାଗଜ ପତ୍ର ଯାଞ୍ଚ କଲାବେଳେ ସେ ନୁହଁନ୍ତି ବୋଲି ଜଣାପଡ଼ିଥିଲା ।

ଅଭିଯୁକ୍ତ ନ ହୋଇବି ବୃଦ୍ଧ ଦିବ୍ୟାଙ୍ଗଙ୍କୁ ଘରୁ ଗିରଫ କରି ବିବାଦରେ ପୋଲିସ

ଏହି ଘଟଣାରେ ବୃଦ୍ଧ ଦିବ୍ୟାଙ୍ଗଙ୍କ ସମ୍ମାନହାନି ହୋଇଥିବା ଦର୍ଶାଇ ସମ୍ପୃକ୍ତ ପୋଲିସ କର୍ମଚାରୀଙ୍କ ବିରୋଧରେ ଦୃଷ୍ଟାନ୍ତ ମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିବେଦନ କରିଥିଲେ । ମାତ୍ର ଏସପିଙ୍କ ପକ୍ଷରୁ ଏଯାବତ କୌଣସି ନ୍ୟାୟ ପାଇନଥିବାରୁ ଆଗାମୀ 15 ଦିନ ମଧ୍ୟରେ ନ୍ୟାୟ ନ ମିଳିଲେ ଭିନ୍ନକ୍ଷମ ସୁରକ୍ଷା ମଞ୍ଚର ସହଯୋଗରେ ଏସପିଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିବେ ବୋଲି ଚେତାବନୀ ଦେଇଛନ୍ତି ।

ଏଭଳି ଘଟଣା ଦେଖିବାକୁ ମିଳିଛି ଭଦ୍ରକ ଜିଲ୍ଲା ବନ୍ତ ବ୍ଲକ ପଧାନପଡା ଗ୍ରାମର କାର୍ତ୍ତିକ ଚନ୍ଦ୍ର ଜେନାଙ୍କ କ୍ଷେତ୍ରରେ । ଏହି ଥାନାର 1993 ମସିହାର ଏକ ପୁରୁଣା ଧର୍ତ୍ତବ୍ୟ ଅପରାଧିକ କେଶ ନମ୍ବର 133 ଆଧାରରେ ଗିରଫ କରି ଘରୁ ବଳପୂର୍ବକ ଉଠେଇ ଆଣିଥିଲେ । ମାତ୍ର କୋର୍ଟ ଚାଲାଣ ପୂର୍ବରୁ ଥାନାରେ ଅଭିଯୁକ୍ତ ଭାବେ ଦସ୍ତଖତ କରିବା ସମୟରେ କାଗଜପତ୍ର ଯାଞ୍ଚ କରାଯିବା ବେଳେ ଉକ୍ତ ମାମଲାର ଅଭିଯୁକ୍ତ ସ୍ଥାନୀୟ ଚାଇଁପୁର ଗାଁର କାର୍ତ୍ତିକ ଜେନା ବୋଲି ଜଣାପଡିଥିଲା।

IICଙ୍କ ହସ୍ତକ୍ଷେପରେ ଦିବ୍ୟାଙ୍ଗ ବୃଦ୍ଧଙ୍କୁ ଛାଡି ଦିଆଯାଇଥିଲା । ତେବେ ଶହେ ଦୋଷୀ ବରଂ ଖସି ଯାଆନ୍ତୁ ହେଲେ ନିର୍ଦୋଷ ଦଣ୍ଡ ନପାଉ ଏପରି ଭାରତୀୟ ଆଇନ ବ୍ୟବସ୍ଥା ହୋଇଥିବା ବେଳେ ବନ୍ତ ପୋଲିସ ନ ଜାଣି ଓ୍ବାରେଣ୍ଟ ନ ଦେଖି ଦିବ୍ୟାଙ୍ଗ କାର୍ତ୍ତିକଙ୍କୁ ଅମାନୁଷିକ ଭାବେ ବଳପୂର୍ବକ ଘରୁ ଗିରଫ କରିବା ଘଟଣାକୁ ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ତେବେ ଏନେଇ ପୋଲିସ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ ।

ଭଦ୍ରକ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.