ETV Bharat / state

Doctor Subhashree Death Mystery: ମୁହଁ ଖୋଲିଲେ ପୁରୁଷ ବନ୍ଧୁଙ୍କ ପରିବାର - ପୁରୁଷ ବନ୍ଧୁ ଦିବ୍ୟରଞ୍ଜନ ମାଝୀ

ଡାକ୍ତରାଣୀ ଶୁଭଶ୍ରୀ କରଙ୍କ ମୃତ୍ୟୁ ଘଟଣାରେ ଶୁଭଶ୍ରୀଙ୍କ ପୁରୁଷ ବନ୍ଧୁଙ୍କୁ ଖୋଜୁଛି ପୋଲିସ । ଏହି ଘଟଣାକୁ ନେଇ ମୁହଁ ଖୋଲିଛନ୍ତି ପୁରୁଷ ବନ୍ଧୁ ଦିବ୍ୟରଞ୍ଜନ ମାଝୀଙ୍କ ପରିବାର ଲୋକେ । ଅଧିକ ପଢନ୍ତୁ

Subhashree Death Mystery
Subhashree Death Mystery
author img

By

Published : Jan 4, 2023, 7:25 AM IST

Subhashree Death Mystery

ଭଦ୍ରକ: କେନ୍ଦୁଝର ଜିଲ୍ଲା ଯୋଡା ଅଞ୍ଚଳର ଡାକ୍ତରାଣୀ ଶୁଭଶ୍ରୀ କରଙ୍କ ମୃତ୍ୟୁ ଘଟଣା । ଡାକ୍ତରାଣୀଙ୍କ ମୃତ୍ୟୁ ପାଇଁ ପୁରୁଷ ବନ୍ଧୁ ଦିବ୍ୟ ରଞ୍ଜନ ମାଝୀ ଦାୟୀ ବୋଲି ଅଭିଯୋଗ ହୋଇଛି । ଏନେଇ ମୁହଁ ଖୋଲିଲେ ଶୁଭଶ୍ରୀଙ୍କ ପୁରୁଷ ବନ୍ଧୁ ଦିବ୍ୟରଞ୍ଜନଙ୍କ ପରିବାର ଲୋକେ । କହିଲେ ଏଭଳି ଲଗାଇଥିବା ଆରୋପ ସମ୍ପୁର୍ଣ୍ଣ ମିଥ୍ୟା ଏବଂ ଭିତ୍ତିହୀନ । ଆଇନ ତା ବାଟରେ ଯିବ ।

ଏହି ଘଟଣା ପରେ ଦିବ୍ୟ ରଞ୍ଜନ ମାଝୀଙ୍କ ଦାଦା କହିଛନ୍ତି," ଦିବ୍ୟ ସେମିତି ପିଲା ନୁହେଁ । ଛୋଟ ବେଳୁ ସେ ଭଦ୍ର । ସେ ଏହି ଘଟଣାରେ ସମ୍ପୃକ୍ତ ରହିଥିବ ବୋଲି ଆମେ ଭାବୁ ନାହୁଁ । ପୂର୍ବରୁ ତାଙ୍କର କୌଣସି ବିବାଦୀୟ ରେକର୍ଡ ନାହିଁ । ଏହି ଘଟଣା ବିଷୟରେ ଟିଭିରୁ ଜାଣିଲୁ । ଯାହାକି ଆଦୌ ସମ୍ଭବପର ନୁହେଁ । ତେବେ ପରିବାର ଲୋକେ ଚାଲୁଥିବା କଥା ସମୂର୍ଣ୍ଣ ମିଛ । ତାଙ୍କ ବାପା ଘରେ ରୁହନ୍ତୁ ନାହିଁ । ସେ ବାହାରେ ରୁହନ୍ତି । ତାଙ୍କ ମାଆ କିଛିଦିନ ହେବ ବନ୍ଧୁଙ୍କ ଘରକୁ ଯାଇଛନ୍ତି । ଦିବ୍ୟ ମଧ୍ୟ ବାହାରେ ପାଠ ପଢି ଚାକିରି କରେ । ପରିବାର ଲୋକେ ଏହି ବିଷୟରେ କିଛି ଜାଣିନାହାନ୍ତି । ଆମେ ଅନୁମାନ କରୁଛୁ ସେ ଭୟଭୀତ ହୋଇ ଚାକିରିରୁ ଇସ୍ତଫା ଦେଇଥାଇପାରେ ।"

ଏହା ମଧ୍ୟ ପଢନ୍ତୁ: ମହିଳା ଡାକ୍ତରଙ୍କ ମୃତଦେହ ଉଦ୍ଧାର, ଆତ୍ମହତ୍ୟା ସନ୍ଦେହ

ସୂଚନା ମୁତାବକ, ସରକାରଙ୍କ ନିରାମୟ ଯୋଜନାରେ ଯୋଡା ପୌରାଞ୍ଚଳର ବନେଇକଳା ଠାରେ ଥିବା ସହରାଞ୍ଚଳ ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ରରେ କାର୍ଯ୍ୟରତ ଥିଲେ ଡାକ୍ତର ଶୁଭଶ୍ରୀ କର । ତାଙ୍କ ନିଜ ଘର କଟକ ଜିଲ୍ଲା ନିଆଳିରେ । ସେ ସ୍ୱାସ୍ଥ୍ୟକେନ୍ଦ୍ରର ଉପର ମହଲାରେ ରହୁଥିବାବେଳେ ସେ ୧ ତାରିଖରେ ମେଡିକାଲକୁ ଆସିନଥିଲେ । ମେଡିକାଲର ଅନ୍ୟ କର୍ମଚାରୀ ଖୋଜାଖୋଜି ପରେ ମଧ୍ୟ କୌଣସି ଖୋଜ ଖବର ମିଳିନଥିଲା । ଶେଷରେ ସନ୍ଦେହ ହେବାରୁ ପୋଲିସକୁ ଖବର ଦେଇଥିଲେ ସହ କର୍ମଚାରୀ ।

ଏନେଇ ବଡବିଲ ତହସିଲଦାରଙ୍କ ଉପସ୍ଥିତିରେ ପୋଲିସ ଘରର କବାଟ ଭାଙ୍ଗି ଶୁଭଶ୍ରୀଙ୍କୁ ଖଟ ଉପରେ ପଡିଥିବା ପାଇଥିଲେ । ଏନେଇ ଘଟଣା ସ୍ଥଳରେ ତାଙ୍କୁ ତୁରନ୍ତ ଯୋଡା ସ୍ଥିତ ଟାଟା ଡାକ୍ତରଖାନାକୁ ନିଆଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ତେବେ ଏହା ହତ୍ୟା ନା ଆତ୍ମହତ୍ୟା ତାହା ଜଣାପଡି ନ ଥିବାବେଳେ କାରଣ ଅସ୍ପଷ୍ଟ ରହିଛି। ବିଷକ୍ରିୟା ଯୋଗୁଁ ତାଙ୍କର ମୃତ୍ୟୁ ହୋଇଥିବା ବ୍ୟବଚ୍ଛେଦ ରିପୋର୍ଟରେ ପ୍ରକାଶ ପାଇଛି ।

ତେବେ ଏହି ଶୁଭଶ୍ରୀଙ୍କ ମୃତ୍ୟୁ ପାଇଁ ତାଙ୍କ ପୁରୁଷ ବନ୍ଧୁ ଦିବ୍ୟ ରଞ୍ଜନ ମାଝୀ ଦାୟୀ ବୋଲି ଅଭିଯୋଗ ହେଉଛି । ଯାହାକୁ ଆଧାର କରି ଏବେ ଦିବ୍ୟ ରଞ୍ଜନଙ୍କୁ ପୋଲିସ ଖୋଜୁଥିବା ଜଣାପଡିଛି । ଦିବ୍ୟ ରଞ୍ଜନଙ୍କ ଘର ଭଦ୍ରକ ଜିଲ୍ଲା ଧୂସୁରି ଥାନା ଵମକୁରା ଗାଁରେ ହୋଇଥିବା ସୂଚନା ରହିଛି ।

ଇଟିଭି ଭାରତ, ଭଦ୍ରକ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.