ETV Bharat / state

ଧାମନଗର ମୁସ୍ତାଫାପୁର ପଞ୍ଚାୟତ 48 ଘଣ୍ଟିଆ ସଟଡାଉନ - ଧାମନଗରରେ ପଞ୍ଚାୟତ 48 ଘଣ୍ଟିଆ ସଟଡ଼ାଉନ

ଭଦ୍ରକ ଧାମନଗର ବ୍ଲକ ମୁସ୍ତାଫାପୁର ସରପଞ୍ଚ, ପଞ୍ଚାୟତରେ ଜଣେ କୋରୋନା ପଜିଟିଭ ଚିହ୍ନଟ ପରେ ପଞ୍ଚାୟତକୁ 48 ଘଣ୍ଟା ସଟଡ଼ାଉନ ଘୋଷଣା କରିଛନ୍ତି ।

bhadrak
ଧାମନଗରରେ ସଟଡ଼ାଉନ
author img

By

Published : Jul 16, 2020, 7:39 PM IST

ଭଦ୍ରକ: କୋରୋନା ମହାମାରୀ ସମଗ୍ର ବିଶ୍ବରେ କାୟା ବିସ୍ତାର କରି ଚାଲିଥିବା ବେଳେ ରାଜ୍ୟ ସରକାର ସମସ୍ତ ସରପଞ୍ଚଙ୍କୁ ଜିଲ୍ଲାପାଳ କ୍ଷମତା ଦେଇଛନ୍ତି । ଆଉ ଏହି କ୍ଷମତାକୁ ଉପଯୋଗ କରି ଭଦ୍ରକ ଧାମନଗର ବ୍ଲକ ମୁସ୍ତାଫାପୁର ସରପଞ୍ଚ, ପଞ୍ଚାୟତରେ ଜଣେ କୋରୋନା ପଜିଟିଭ ଚିହ୍ନଟ ପରେ ପଞ୍ଚାୟତକୁ 48 ଘଣ୍ଟା ସଟଡ଼ାଉନ ଘୋଷଣା କରିଛନ୍ତି ।

ଧାମନଗରରେ ସଟଡ଼ାଉନ

ସୂଚନା ଅନୁଯାୟୀ, ଉକ୍ତ ବ୍ୟକ୍ତି ଜଣଙ୍କ ପୂର୍ବରୁ ଧାମନଗର ଅଞ୍ଚଳର କୋରୋନା ପଜିଟିଭିରେ ମୃତ୍ୟୁବରଣ କରିଥିବା ହୋମିଓପ୍ୟାଥିକ ଡାକ୍ତରଙ୍କ ପାଖରେ ସହଯୋଗୀ ଭାବେ କାର୍ଯ୍ୟ କରୁଥିଲେ । ପରେ ତାଙ୍କ ନମୁନା ପରୀକ୍ଷା କରାଯାଇଥିଲା ଏବଂ ତାଙ୍କ ରିପୋର୍ଟ କୋରୋନା ପଜିଟିଭ ଆସିଛି ।

ଯେହେତୁ ଏହି ବ୍ୟକ୍ତି ଜଣଙ୍କ ବହୁ ଲୋକଙ୍କ ସଂସ୍ପର୍ଶରେ ଆସିଥିବା ସନ୍ଦେହ କରି ମୁସ୍ତାଫାପୁର ସରପଞ୍ଚ ପଞ୍ଚାୟତକୁ 48 ଘଣ୍ଟିଆ ସଟଡ଼ାଉନ ଘୋଷଣା କରିଛନ୍ତି । ଏହି ସମୟରେ ସ୍ଥାନୀୟ ଅଞ୍ଚଳରେ ସାନିଟାଇଜେସନ ସହ ଘରକୁ ଘର ଯାଇ ସମସ୍ତଙ୍କ ସ୍ବାସ୍ଥ୍ୟବସ୍ଥା ଯାଞ୍ଚ କରାଯିବ ବୋଲି ଜଣାପଡିଛି ।

ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.