ETV Bharat / state

Dhamnagar ByPoll: କଠୋର ହେଲେ ସିଇଓ, 2 ମାମଲାରେ କାର୍ଯ୍ୟାନୁଷ୍ଠାନ - ଧାମନଗର ଉପନିର୍ବାଚନ

ଧାମନଗର ଉପନିର୍ବାଚନ (Dhamnagar ByPoll ) ନେଇ ପ୍ରକ୍ରିୟା ଜାରି ରହିଥିବାବେଳେ ବିଭିନ୍ନ ରାଜନୈତିକ ଦଳ ବେଆଇନ କାର୍ଯ୍ୟ କରୁଥିବା ନେଇ ଅଭିଯୋଗ ଆସିଛି । ତେବେ 2ଟି ମାମଲା ରୁଜୁ ହୋଇଥିବା ସୂଚନା ରହିଛି । ଅଧିକ ପଢନ୍ତୁ

Etv Bharat
Etv Bharat
author img

By

Published : Oct 26, 2022, 6:04 PM IST

ଭୁବନେଶ୍ବର: ଧାମନଗର ଉପନିର୍ବାଚନ (Dhamnagar ByPoll ) ନେଇ ପ୍ରକ୍ରିୟା ଜାରି ରହିଥିବାବେଳେ ବିଭିନ୍ନ ରାଜନୈତିକ ଦଳ ବେଆଇନ କାର୍ଯ୍ୟ କରୁଥିବା ନେଇ ଅଭିଯୋଗ ଆସିଛି । ଆଦର୍ଶ ଆଚରଣ ବିଧି ଉଲଂଘନ ନେଇ ପରସ୍ପର ବିରୋଧରେ ଏହି ଅଭିଯୋଗ ଆଣିଛନ୍ତି ରାଜନୈତିକ ଦଳ । ସଂସ୍ଥା ଓ ସରକାରୀ ଅଧିକାରୀଙ୍କ ବିରୋଧରେ ଅଭିଯୋଗ ଆସିଥିବା ସିଇଓ ସୁଶୀଲ କୁମାର ଲୋହାନି ସୂଚନା ଦେଇଛନ୍ତି । ବିଭିନ୍ନ ଗଣମାଧ୍ୟମରେ ମଧ୍ୟ ଏହା ପ୍ରକାଶ ପାଇଛି ବୋଲି ସେ କହିଛନ୍ତି ।

ସିଇଓଙ୍କ ସୂଚନା ଅନୁସାରେ କିଛି ସାଧାରଣ ଅଭିଯୋଗ ଆସୁଛି । ଯେଉଁଥିରେ ନିର୍ଦ୍ଧିଷ୍ଟ ତର୍ଜମା କରିବାର କିଛି ନଥାଏ । ଯେତେବେଳେ କିଛି ନିର୍ଦ୍ଧିଷ୍ଟ ତର୍ଜମା କରିବା ପରି ନଥାଏ, ତାହାକୁ ଜିଲ୍ଲାପାଳଙ୍କ ପାଖକୁ ପଠାଯାଏ । ଏଭଳି ଅଭିଯୋଗ ଉପରେ ନିଜର ରଖିବାକୁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦିଆଯାଏ । ନିର୍ଦ୍ଦିଷ୍ଟ ଭାବରେ କାହା ବିରୋଧରେ ଅଭିଯୋଗ ଆସିଲେ ପୁଙ୍ଖାନୁପୁଙ୍ଖ ତଦନ୍ତ କରାଯାଏ । ଆଇନ ଅନୁସାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଏ । ନିର୍ବାଚନ କମିଶନଙ୍କ ଗାଇଡ଼ ଲାଇନ ଅନୁସାରେ ଆଦର୍ଶ ଆଚରଣ ବିଧି ଉଲଂଘନ ଅଭିଯୋଗର 48 ଘଣ୍ଟା ଭିତରେ କାର୍ଯ୍ୟାନୁଷ୍ଠାନ ନିଆଯାଏ । 2 ଟି ନିର୍ଦ୍ଧିଷ୍ଟ ଅଭିଯୋଗ ଆସିଥିବା ସିଇଓ ସୂଚନା ଦେଇଛନ୍ତି ।

ଏହା ସୋସିଆଲ ମିଡ଼ିଆ, ବୈଦ୍ୟୁତିକ ମିଡ଼ିଆ ଓ ପ୍ରିଣ୍ଟ ମିଡିଆରେ ପ୍ରକାଶ ପାଇଛି । ନିର୍ଦ୍ଧିଷ୍ଟ ଭାବେ ନାଁ ନନେଇ ବିଜେପି କରିଥିବା ଅଭିଯୋଗ ନେଇ ସିଇଓ ସୂଚନା ଦେଇଛନ୍ତି । ବିଜେପି ପକ୍ଷରୁ ଏକ ଭିଡ଼ିଓ କ୍ଲିପିଙ୍ଗ ସିଇଓଙ୍କୁ ଦିଆଯାଇଥିଲା । ଏହାକୁ ସିଇଓଙ୍କ ପକ୍ଷରୁ ତର୍ଜମା କରାଯାଇଛି । ଦୁଇ ଜଣ ମହିଳାଙ୍କ ମଧ୍ୟରେ କଥାବାର୍ତ୍ତାର ଫୁଟେଜ ଥିଲା । କେଉଁ ସ୍ଥାନର ଏହି ଭିଡିଓ ଉତ୍ତୋଳନ ହୋଇଥିଲା ଜଣାପଡୁନଥିଲା । ଅଧିକ ତଥ୍ୟ ଲାଗି ଉକ୍ତ ରାଜନୈତିକ ଦଳର ସହଯୋଗ ଲୋଡ଼ିଥିଲେ ସିଇଓ କାର୍ଯ୍ୟାଳୟ । ଉଚିତ ସହଯୋଗ ମିଳିନଥିଲେ ବି ସିଇଓଙ୍କ ପକ୍ଷରୁ ପୁଙ୍ଖାନୁପୁଙ୍ଖ ତଦନ୍ତ କରାଯାଇଛି । ଦୁଇ ମହିଳା କିଏ, କେଉଁଠି ଅଛନ୍ତି ବୋଲି ଜଣାପଡିଛି । ତାଙ୍କୁ ଚିହ୍ନଟ କରାଯାଇଛି ।

ଆଇନ ଅନୁସାରେ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଇଛି । ଅଭିଯୋଗର 48 ଘଣ୍ଟା ମଧ୍ୟରେ ଧାମନଗର ଥାନାରେ କେସ ନମ୍ବର 391- dtd 24-10-22 u/s 171(E)IPC, 123(1), 134 RP Act ଅନୁସାରେ ମାମଲା ରୁଜ୍ଜୁ ହୋଇଛି । ଦ୍ଵିତୀୟ ମାମଲାରେ ଗୋଟେ ପଞ୍ଚାୟତରେ ଏକ ବୈଠକ ହେଉଛି । ବୈଠକରେ ଜଣେ ବ୍ୟକ୍ତି ଟଙ୍କା ପଇସା କଥା କହୁଛନ୍ତି । ଭୋଟ ଦେଲେ ଟଙ୍କା ମିଳିବ । ଉନ୍ନୟନ ମୂଳକ କାର୍ଯ୍ୟ ଅଧିକ ହେବ । ଏନେଇ ଗତକାଲି ଅଭିଯୋଗ ହୋଇଥିଲା । ପ୍ରାଥମିକ ତଦନ୍ତରୁ ପ୍ରମାଣ ମିଳିବା ପରେ କାର୍ଯ୍ୟାନୁଷ୍ଠାନ ନିଆଯାଇଛି ।

ଏନେଇ ଧାମନଗରରେ u/s 123(1)/123(2)a(i)/123(3A) RP act 1951/s 171(B)/171(E) IPC ଅନୁସାରେ ମାମଲା ରୁଜ୍ଜୁ ହୋଇଛି । ଅଭିଯୁକ୍ତଙ୍କୁ ଗିରଫ କରାଯାଇ ଜେଏମଏଫସି କୋର୍ଟକୁ ପଠାଇ ଦିଆଯାଇଛି । ନିର୍ଦ୍ଦିଷ୍ଟ ଭାବେ ଅଭିଯୋଗ ଆସିଲେ ଏମିତି ତ୍ୱରିତ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଧାମନଗର ଭୋଟରଙ୍କୁ ସିଇଓ ପ୍ରତିଶ୍ରୁତି ଦେଇଛନ୍ତି । ନିରପେକ୍ଷ ଭାବେ କାର୍ଯ୍ୟାନୁଷ୍ଠାନ ନିଆଯାଉଛି କେହି ଭ୍ରମିତ ହେବାର ଦରକାର ନାହିଁ ବୋଲି ସେ କହିଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.