ଭଦ୍ରକ: ଧାମନଗର ଉପ ନିର୍ବାଚନ ପାଇଁ ବିଜେଡି ପ୍ରାର୍ଥିନୀ ଅବନ୍ତୀ ଦାସଙ୍କ ମାରାଥନ ପ୍ରଚାର। ତିହିଡି ବ୍ଲକ ଅଧିନ 6 ନମ୍ବର ଜିଲ୍ଲା ପରିଷଦ ଜୋନରେ ଦମଦାର ପ୍ରଚାର କରିଛନ୍ତି । ତାଳପଦା ଗୋପମହାଳିକ ସାହିରୁ ଆରମ୍ଭ ହୋଇଥିବା ଏକ ବିଶାଳ ଶୋଭାଯାତ୍ରା ପଞ୍ଚାୟତ ପରିକ୍ରମା କରିବା ପରେ ଗୁଆମାଳ, ଦୋଳସାହି, ନୂଆନନ୍ଦ, ପାଳିଆବିନ୍ଧା ଓ ସଂଧ୍ୟାରେ ଅଚକ ପଞ୍ଚାୟତରେ ପ୍ରଚାର କରାଯାଇଥିଲା ।
ଖୋଲା ଗାଡିରେ ପ୍ରାର୍ଥିଙ୍କ ସମେତ ନେତା ଯାଉଥିବା ବେଳେ ବିଶାଳ ବାଇକ ଶୋଭାଯାତ୍ରାରେ କର୍ମୀମାନେ ଗାଁ ଗଣ୍ଡାକୁ ଶଙ୍ଖମୟ କରି ଦେଇଥିଲେ । ଆଗାମୀ 3 ତାରିଖରେ ଅନୁଷ୍ଠିତ ହେବାକୁ ଯାଉଥିବା ଉପନିର୍ବାଚନରେ 30 ହାଜରରୁ ଉର୍ଦ୍ଧ ଭୋଟରେ ବିଜୟୀ ହେବାର ଆଶା କରିଛି ଦଳ । ସେପଟେ ବିଜେଡିରୁ ଆଶାୟୀ ପ୍ରାର୍ଥି ପୂର୍ବତନ ବିଧାୟକ ରାଜେନ୍ଦ୍ର ଦାସ ଟିକେଟରୁ ବାଦ ପଡିବା ପରେ ସ୍ୱାଧିନ ଭାବେ ମୈଦାନରେ ଉଭା ହୋଇଥିଲେ ହେଁ ଦଳର ଭୋଟ ପ୍ରତି କୌଣସି ଆଞ୍ଚ ଆସିବ ନାହିଁ ଏବଂ ବିଜେପି ପ୍ରାର୍ଥିଙ୍କ ସହିତ ବିଜେଡିର ଲଢେଇ ହେବ ବୋଲି ଦୃଢୋକ୍ତି ସହ ପ୍ରକାଶ କରିଛନ୍ତି ।
ଆଜି ଅବନ୍ତୀ ଦାସଙ୍କ ପ୍ରଚାର ମଙ୍ଗ ଧରିଥିଲେ ଖୋଦ ବାସୁଦେବପୁର ବିଧାୟକ ବିଷ୍ଣୁବ୍ରତ ରାଉତରାୟ । ତାଙ୍କ ସହିତ ସାମିଲ ହୋଇଛନ୍ତି ଦଳର ରାଜ୍ୟ ଉପସଭାପତି ପୂର୍ବତନ ମନ୍ତ୍ରୀ ତଥା ବିଧାୟକ ଦେବୀ ପ୍ରସାଦ ମିଶ୍ର, ସୋର ବିଧାୟକ ପର୍ଶୁରାମ ଧଡ୍ଡା ଓ ରାଜ୍ୟସଭା ସାଂସଦ ତଥା ସିନେ ତାରାକା ମୁନ୍ନା ଖାଁ ଓ ଅନ୍ୟମାନେ । ବିଗତ 22 ବର୍ଷ ହେଲା ବିଜେଡି ସରକାର ଲୋକଙ୍କ ସହିତ ରହିଛି । ଗାଁକୁ କାମ ଆଉ ମାଆକୁ ସମ୍ମାନ ଜଣାଇବା ସହିତ ଜନ୍ମରୁ ମୃତ୍ୟୁ ପର୍ଯ୍ୟନ୍ତ ଯେଉଁସବୁ ଯୋଜନା ପ୍ରଣୟନ କରାଯାଇଛି । ବିଜେଡି ରାଜ୍ୟ ରାଜନୀତିରେ ସଂପ୍ରତି ଓଡିଶାର ସାମୂହିକ ତଥା ଗତିଶୀଳ ଆନ୍ଦୋଳନରେ ପରିଣତ ହୋଇଛି ବୋଲି ଆୟୋଜିତ ସଭାରେ ନେତାମାନେ ମତବ୍ୟକ୍ତ କରିଛନ୍ତି।
ଇଟିଭି ଭାରତ, ଭଦ୍ରକ