ETV Bharat / state

କଲଭର୍ଟ ସହ ସ୍ଲୁଇସ୍ ଗେଟ ନିର୍ମାଣ ଦାବି - ଭଦ୍ରକ ସ୍ଲୁଇସ୍ ଗେଟ ନିର୍ମାଣ ଦାବି

ଭଦ୍ରକ କୁବେରା ପଞ୍ଚାୟତ ଅଧିନ ଦେଉଳା-ଦହପାଣିଆ ରାସ୍ତାରେ କଲର୍ଭଟ ନିର୍ମାଣ ଏବଂ ଗୋହିରୀ ନାଳ ମୁହଁରେ ସ୍ଲୁଇସ ଗେଟ ନିର୍ମାଣ ଦାବି । ଅଧିକ ପଢନ୍ତୁ...

କଲଭର୍ଟ ସହ ସ୍ଲୁଇସ୍ ଗେଟ ନିର୍ମାଣ ଦାବି
କଲଭର୍ଟ ସହ ସ୍ଲୁଇସ୍ ଗେଟ ନିର୍ମାଣ ଦାବି
author img

By

Published : Mar 23, 2021, 8:26 PM IST

ଭଦ୍ରକ: ଜିଲ୍ଲା ତିହିଡ଼ି ବ୍ଲକ କୁବେରା ପଞ୍ଚାୟତ ଅଧିନ ଦେଉଳା-ଦହପାଣିଆ ରାସ୍ତାରେ କଲର୍ଭଟ ନିର୍ମାଣ କରାଯିବା ସହ ଗୋହିରୀ ନାଳ ମୁହଁରେ ସ୍ଲୁଇସ ଗେଟ ନିର୍ମାଣ କରିବାକୁ ଚାଷୀ ମୂଲିଆ ସଙ୍ଘ ପକ୍ଷରୁ ଦାବି କରାଯାଇଛି । ଏନେଇ ଜିଲ୍ଲାପାଳ, ସାଳନ୍ଦୀ ଜଳସେଚନ, ଡ୍ରେନେଜ, ରାସ୍ତା ଓ ଗୃହ ନିର୍ମାଣ ବିଭାଗ, ତିହିଡ଼ି ତହସିଲଦାର ଓ ବିଡିଓଙ୍କୁ ଲିଖିତ ଭାବେ ଜଣାଯିବା ସହ ଏକ ସପ୍ତାହ ଭିତରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାନଗଲେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଆନ୍ଦୋଳନ କରାଯିବ ବୋଲି ସଙ୍ଘ ପକ୍ଷରୁ ଚେତାବନୀ ଦିଆଯାଇଛି ।

କଲଭର୍ଟ ସହ ସ୍ଲୁଇସ୍ ଗେଟ ନିର୍ମାଣ ଦାବି

ଖବର ଅନୁଯାୟୀ, ବର୍ଷା ଦିନରେ ସାଳନ୍ଦୀ ନଦୀରେ ବନ୍ୟା ଆସିଲେ କୁବେରା ପଞ୍ଚାୟତର ଦେଉଳା ଗ୍ରାମ ଦେଇ ସାଳନ୍ଦୀ ନଦୀରୁ ବାହାରିଥିବା ଶାଖା ନାଳ ଗୋହିରୀ ଦେଇ ବନ୍ୟାଜଳ ପ୍ରବାହିତ ହୋଇଥାଏ । ଯଦ୍ବାରା ଶହ ଶହ ଏକର ଧାନଚାଷ ପାଣି ମାଡି ନଷ୍ଟ ହୋଇଥାଏ । ବନ୍ୟାପାଣି ଓ ବର୍ଷା ପାଣି ନଦୀରେ ଅଧିକ ହେଲେ ଏହାକୁ ଅଟକ କରିବା ପାଇଁ ଗୋହିରୀ ନାଳ ମୁହଁରେ ସ୍ଲୁଇସ ଗେଟର ଆବଶ୍ୟକତା ରହିଛି । ଅପରପକ୍ଷେ ଜମିରୁ ବନ୍ୟାଜଳ ନିଷ୍କାସନ ପାଇଁ ଦେଉଳା-ଦହପାଣିଆ ରାସ୍ତା ପ୍ରତିବନ୍ଧକ ସାଜିଛି । ଏହି ରାସ୍ତାଟି ନାଳର ଉଭୟ ପାଶ୍ୱର୍ରେ 3 କିଲୋମିଟର ପର୍ଯ୍ୟନ୍ତ ଲମ୍ବିଛି । ପୂର୍ବରୁ ରାସ୍ତା ନଥିବାରୁ ଉଭୟ ପାଶ୍ୱର୍କୁ ବନ୍ୟା ଜଳ ପ୍ରବାହିତ ହେଉଥିଲା । ମାତ୍ର 3 ବର୍ଷ ହେଲା ରାସ୍ତା ନିର୍ମାଣ ହେବାଠାରୁ ମାତ୍ର ଗୋଟିଏ ପାର୍ଶ୍ବରେ ଏହା ପ୍ରବାହିତ ହେଉଛି । ଯାହା ବନ୍ୟାପାଣି ଚାଷଜମିରେ ଜମି ରହି ଚାଷୀଙ୍କର ଧାନ ନଷ୍ଟ କରୁଛି ।

ଏ ସମ୍ପର୍କରେ ବାରମ୍ବାର ଅଭିଯୋଗ କରାଯାଇଥିଲେ ମଧ୍ୟ ଜିଲ୍ଲା ପ୍ରଶାସନ ପକ୍ଷରୁ ଏହାର କୌଣସି ପ୍ରତିକାର କରାଯାଉ ନାହିଁ । ଗୋହିରୀ ନାଳ ସଂସ୍କାର ପାଇଁ ମନରେଗା ଯୋଜନାରେ ପର୍ଯ୍ୟାପ୍ତ ଅନୁଦାନ ଆସିଥିଲେ ମଧ୍ୟ ସଠିକ ବିନିଯୋଗ କରାନଯାଇ ଅର୍ଥକୁ ବାଟମାରଣା କରାଯାଇଥିବା ଅଭିଯୋଗରେ ଦର୍ଶାଯାଇଛି । ଏହାର ତଦନ୍ତ କରାଯାଇ ରାସ୍ତାରେ କଲର୍ଭଟ ଓ ଗୋହିରୀ ମୁହଁରେ ସ୍ଲୁଇସ ଗେଟ ନିର୍ମାଣ କରାଯିବାକୁ ପକ୍ଷରୁ ଦାବି କରିଛି ଚାଷୀ ମୂଲିଆ ସଙ୍ଘ । ସେପଟେ ଏନେଇ ପ୍ରଶାସନ ପକ୍ଷରୁ କୌଣସି ପ୍ରତିକ୍ରିୟା ପ୍ରକାଶ ପାଇନାହିଁ ।

ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.