ETV Bharat / state

ଦାଦାବଟି ନଦେବାରୁ ଡ୍ରାଇଭରଙ୍କୁ ମରଣାନ୍ତକ ଆକ୍ରମଣ

author img

By

Published : Jun 9, 2019, 9:32 PM IST

ଦାଦାବଟି ଆଦାୟକୁ କେନ୍ଦ୍ର କରି ଚାନ୍ଦବାଲି ବ୍ଲକ ଅନ୍ତର୍ଗତ ଘଣ୍ଟେଶ୍ଵର ବଜାରରେ ମରଣାନ୍ତକ ଆକ୍ରମଣ । ଘଟଣାରେ ଜଣେ ଗାଡି ଚାଳକ ଗୁରୁତର ହୋଇଛନ୍ତି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ଭଦ୍ରକ

ଭଦ୍ରକ: ଦାଦାବଟି ଆଦାୟକୁ କେନ୍ଦ୍ର କରି ଚାନ୍ଦବାଲି ବ୍ଲକ ଅନ୍ତର୍ଗତ ଘଣ୍ଟେଶ୍ଵର ବଜାରରେ ମରଣାନ୍ତକ ଆକ୍ରମଣ । ଘଟଣାରେ ଜଣେ ଗାଡି ଚାଳକ ଗୁରୁତର ହୋଇଛନ୍ତି । ଗୁରୁତରଙ୍କୁ ତୁରନ୍ତ ଚାନ୍ଦବାଲି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ସ୍ଥାନାନ୍ତର କରାଯାଇ ଚିକିତ୍ସା କରାଯାଉଛି । ଏନେଇ ସ୍ଥାନୀୟ ଘଣ୍ଟେଶ୍ବର ଫାଣ୍ଡିରେ ଅଭିଯୋଗ ହେବା ପରେ ଅଭିଯୁକ୍ତ ଫେରାର ରହିଥିବା ଜଣା ପଡିଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଭଦ୍ରକ

ଅଭିଯୋଗ ମୁତାବକ ଘଣ୍ଟେଶ୍ଵର ବଜାରରେ ଅଧିକାଂଶ ଦିନ ସିଲୁଆ ଦାସ ଓ କିଛି ସହଯୋଗୀ ଗାଡି ଚାଳକମାନଙ୍କଠାରୁ ଜୋର ଜବରଦସ୍ତ ଦାଦାବଟି ଆଦାୟ କରିଥାନ୍ତି । ଏହି କ୍ରମରେ ରବିବାର ପ୍ରଫୁଲ୍ଲ ଦାସ ନାମକ ଜଣେ ଗାଡି ଚାଳକଙ୍କ ଗାଡିକୁ ଅଭିଯୁକ୍ତ ସିଲୁଆ ଅଟକାଇବା ସହ ଦାଦାବଟି ମାଗିଥିଲେ । ହେଲେ ସେ ଦିନକୁ ଦୁଇଥର ଟଙ୍କା ଦେଇପାରିବେ ନାହିଁ ବୋଲି କହିଥିଲେ ।

ଏଥିରେ ଉତ୍‌କ୍ଷିପ୍ତ ହୋଇ ସିଲୁଆ ଦାସ ପ୍ରଫୁଲ୍ଲଙ୍କୁ ମାଡ ମାରିବା ସହ ଏକ ଧାରୁଆ ବ୍ଲେଡରେ ଆକ୍ରମଣ କରିଥିଲା । ଫଳରେ ଡ୍ରାଇଭର ଜଣଙ୍କ ଗୁରୁତର ଭାବେ ଆହତ ହୋଇଥିଲେ । ଆହତ ଅବସ୍ଥାରେ ସ୍ଥାନୀୟ ଲୋକେ ତାଙ୍କୁ ତୁରନ୍ତ ଘଣ୍ଟେଶ୍ଵର ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ । ପରେ ତାଙ୍କୁ ଚାନ୍ଦବାଲି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ସ୍ଥାନାନ୍ତରିତ କରାଯାଇଛି ।

ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ

SLUG : ATTACK 
FORMAT : AVB 
REPORT : DEBASIS MOHAPATRA / BHADRAK
DATE : .09.06.2019

ANCHOR : ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକ ଅନ୍ତର୍ଗତ ଘଣ୍ଟେଶ୍ଵର ବଜାରରେ ମରଣାନ୍ତକ ଆକ୍ରମଣ। ଜଣେ ଗୁରୁତର। ଦାଦା ବଟି ଆଦାୟକୁ କେନ୍ଦ୍ରକରି ଏହିପରି ଘଟଣା ଘଟିଥିବା ଅଭିଯୋଗ ହୋଇଛି। ସୂଚନା ଅନୁଯାୟୀ ଘଣ୍ଟେଶ୍ଵର ବଜାରରେ ଅଧିକାଂଶ ଦିନ ସିଲୁଆ ଦାସ ଏବଂ କିଛି ସହଯୋଗୀ ଗାଡି ଚାଳକ ମାନଙ୍କ ଠାରୁ ଜୋର ଜବରଦସ୍ତ ଦାଦା ବଟି ଆଦାୟ କରିଥାନ୍ତି। ଏହି କ୍ରମରେ ଆଜି ପ୍ରଫୁଲ୍ଲ ଦାସ ନାମକ ଜଣେ ଗାଡି ଚାଳକଙ୍କ ଗାଡିକୁ ଅଭିଯୁକ୍ତ ସିଲୁଆ ଦାସ ଅଟକାଇ ଦାଦା ବଟି ମାଗିଥିଲେ। ହେଲେ ସେ ଦିନକୁ ଦୁଇଥର ଟଙ୍କା ଦେଇପାରିବେ ନାହିଁ ବୋଲି କହିଥିଲେ। ଏଥିରେ ଉତକ୍ଷୀପ୍ତ ହୋଇ ସିଲୁଆ ଦାସ ପ୍ରଫୁଲ୍ଲ ଙ୍କୁ ମାଡ ମାରିବା ସହ ଏକ ଧାରୁଆ ବ୍ଲେଡରେ ଆକ୍ରମଣ କରିଥିଲେ। ଫଳରେ ସେ ଗୁରୁତର ଭାବେ ଆହତ ହୋଇଥିଲେ। ଆହତ ଅବସ୍ଥାରେ ସ୍ଥାନୀୟ ଲୋକେ ତାଙ୍କୁ ତୁରନ୍ତ ଘଣ୍ଟେଶ୍ଵର ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତି କରିଥିଲେ ଏବଂ ପରେ ତାଙ୍କୁ ଚାନ୍ଦବାଲି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ସ୍ଥାନାନ୍ତରିତ କରାଯାଇଛି। ଏନେଇ ସ୍ଥାନୀୟ ଘଣ୍ଟେଶ୍ଵର ଫାଣ୍ଡିରେ ଅଭିଯୋଗ ହେବାପରେ ଅଭିଯୁକ୍ତ ଫେରାର ହୋଇଯାଇଥିବା ସୂଚନା ମିଳିଛି।
ବାଇଟ_ପ୍ରଫୁଲ୍ଲ ଦାସ_ଗାଡି ଚାଳକ 
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.