ETV Bharat / state

ସମସ୍ୟା ଘେରରେ ନୀଳମାଧବ ଜୀଉ ସରକାରୀ ବିଦ୍ୟାଳୟ - SHORTAGE OF TEACHERS

ମାଳ ମାଳ ସମସ୍ୟା ଘେରରେ ନୀଳମାଧବ ଜୀଉ ସରକାରୀ ବିଦ୍ୟାଳୟ । ବିଦ୍ୟାଳୟରେ ନାହାଁନ୍ତି ଆବଶ୍ୟକୀୟ ଶିକ୍ଷକ । ଅଭିଭାବକ ଓ ଛାତ୍ରଛାତ୍ରୀ ଅସନ୍ତୋଷ ।

SHORTAGE OF TEACHERS IN SCHOOL
SHORTAGE OF TEACHERS IN SCHOOL (ETV Bharat Odisha)
author img

By ETV Bharat Odisha Team

Published : Nov 13, 2024, 9:50 PM IST

ନିଆଳି: ଆଗକୁ ଆସୁଛି ପରୀକ୍ଷା । ୫ଟି ସରକାରୀ ବିଦ୍ୟାଳୟରେ ନାହାଁନ୍ତି ଆବଶ୍ୟକୀୟ ଶିକ୍ଷକ । ଫଳରେ ପାଠ ପଢାରେ ବାଧାପ୍ରାପ୍ତ ହୋଇଥିବା ନେଇ ଅଭିଯୋଗ କରିଛନ୍ତି ଛାତ୍ରଛାତ୍ରୀ । ଖେଳ ପଡିଆରେ ଆଣ୍ଠୁଏ ଉଚ୍ଚରେ ଉଠିଛି ଅନାବନା ଘାସ । ଏଭଳି ମାଳମାଳ ସମସ୍ୟା ଦେଇ ଗତି କରୁଛି କଟକ ଜିଲ୍ଲା ନିଆଳି ବ୍ଳକର ସିଠାଳୋ ପଞ୍ଚାୟତ ଶାସନପଦା ନୀଳମାଧବଜୀଉ ସରକାରୀ ଉଚ୍ଚ ବିଦ୍ୟାଳୟ ।ବିଦ୍ୟାଳୟ ବିଭିନ୍ନ ସମସ୍ୟାକୁ ନେଇ ମୁହଁ ଖୋଲିଛନ୍ତି ଅଭିଭାବକ ଓ ଛାତ୍ରଛାତ୍ରୀ ।

ଏମିତି କହିଲେ ଅଭିଭାବକ:

SHORTAGE OF TEACHERS IN SCHOOL (ETV Bharat Odisha)

ଅଭିଭାବକ ଶୁଭେନ୍ଦୁ ନାୟକ କହିଛନ୍ତି,"ବିଦ୍ୟାଳୟଟି ବହୁ ପୁରାତନ । ଏଠାରେ ମୁଁ ପାଠ ପଢୁଥିଲି । ଏବେ ମୋ ଛୁଆ ପଢୁଛନ୍ତି । ବିଦ୍ୟାଳୟଟି ୫ଟିରେ ରୂପାନ୍ତରିତ ହୋଇଛି ସତ କିନ୍ତୁ ବିଭିନ୍ନ ସମସ୍ୟା ଦେଇ ଗତି କରୁଛି । ଆବଶ୍ୟକୀୟ ଶିକ୍ଷକ ନାହାଁନ୍ତି । ପାଠ ପଢାରେ ବାଧାପ୍ରାପ୍ତ ହୋଇଛି । ଆଗକୁ ପରୀକ୍ଷା ପାଠ ପଢାରେ ପିଲାମାନଙ୍କ ଅସୁବିଧା ହେଉଛି । ଏଠାରେ ପ୍ରଥମରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ଚାଲୁଛି । ନବମ ଓ ଦଶମ ଶ୍ରେଣୀ ପାଇଁ ଆର୍ଟସ, ହିନ୍ଦୀ, ପିଟି ଶିକ୍ଷକଙ୍କ ଠାରୁ ଆରମ୍ଭ କରି ପିଅନ ଓ କ୍ଲର୍କ ପଦବୀ ଖାଲି ପଡ଼ିଛି । ପଦବୀ ଖାଲି ପଡିବା ଯୋଗୁଁ ବିଭିନ୍ନ ସମସ୍ୟା ଦେଖା ଦେବା ସହିତ ପାଠପଢ଼ାରେ ବାଧା ସୃଷ୍ଟି ହୋଇଛି । ଖେଳ ପଡ଼ିଆରେ ଆଣ୍ଠୁଏ ଓ ଅଣ୍ଟାଏ ଉଚ୍ଚରେ ଅନାବନା ଘାସ ମାଡି ଗଲାଣି । ପିଇବା ପାଣି ସମସ୍ୟା ଓ ପାଇଖାନାର ଘୋର ସମସ୍ୟା ଦେଖା ଦେଇଛି ।‌"

SHORTAGE OF TEACHERS IN SCHOOL
SHORTAGE OF TEACHERS IN SCHOOL (ETV Bharat Odisha)

'ପିଲାଙ୍କ ଭବିଷ୍ୟତ ପୂରା ଅନ୍ଧାର': ଶିକ୍ଷକ

ସେହିପରି ବିଦ୍ୟାଳୟର ଅବସରପ୍ରାପ୍ତ ଶିକ୍ଷକ କେଦାର ଚରଣ ନାୟକ କହିଛନ୍ତି,"ଏଠାରେ ସ୍କୁଲ ନଥିବାରୁ ସାତ କିଲୋମିଟର ଦୂର ପାଠ ପଢିବା ପାଇଁ ଯିବାକୁ ପଡୁଥିଲା । ଅଞ୍ଚଳର ବୃଦ୍ଧିଜୀବୀ ମାନେ ଉଦ୍ୟମରେ ୧୯୬୫ ମସିହାରେ ଶାସନପଦାରେ ଗଢି ଉଠିଥିଲା ମାଧବାନନ୍ଦଜୀଉ ସରକାରୀ ଉଚ୍ଚ ବିଦ୍ୟାଳୟ । ଉଦ୍ଦେଶ୍ୟ ଥିଲା ଶିକ୍ଷାର ବିକାଶ ।ଏହି ବିଦ୍ୟାଳୟରେ ପାଠ ପଢି ରାଜ୍ୟ ଓ ରାଜ୍ୟ ବାହାରେ ବିଭିନ୍ନ ସରକାରୀ ସଂସ୍ଥାରେ ବହୁ ବ୍ୟକ୍ତି ବିଭିନ୍ନ ପଦପଦବୀରେ ରହିଛନ୍ତି । ହେଲେ ବର୍ତ୍ତମାନ ବିଦ୍ୟାଳୟରେ ଶିକ୍ଷକ ନଥିବାରୁ ପିଲାଙ୍କ ଭବିଷ୍ୟତ ପୂରା ଅନ୍ଧାର ହୋଇଯାଇଛି ।"ସେହିପରି ଛାତ୍ରୀ ଅଭିଲିପ୍ସା ନାୟକ କହିଛନ୍ତି,"ଆମ ବିଦ୍ୟାଳୟରେ ଗୁରୁତ୍ୱପୂର୍ଣ୍ଣ ଶିକ୍ଷକ ପଦବୀ ଖାଲିପଡ଼ିଛି । ଯାହାଫଳରେ ପାଠ ପଢାରେ ବାଧାପ୍ରାପ୍ତ ହୋଇଛି । ଆଗକୁ ଆସୁଛି ପରୀକ୍ଷା ଏଥିପାଇଁ ଆମେ ଚିନ୍ତାରେ ଅଛୁ । ସରକାର ଆମ ସ୍କୁଲ ପ୍ରତି ସ୍ବତନ୍ତ୍ର ଦୃଷ୍ଟି ଦେବା ଆବଶ୍ୟକ । "

ଏହା ମଧ୍ୟ ପଢନ୍ତୁ...ଉପାନ୍ତ ନୁହେଁ ଉପକଣ୍ଠ: ଦିନେ 5Tରେ ହୋଇଥିଲା ରୂପାନ୍ତରଣ, ଆଜି ଯାଏଁ ପହଞ୍ଚିନି କମ୍ପ୍ୟୁଟର

ଏହା ମଧ୍ୟ ପଢନ୍ତୁ...ବାଟବଣା 5ଟି ସ୍କୁଲ: ଅଧାରୁ କାମ ବନ୍ଦ, ବାରାଣ୍ଡାରେ ଚାଲିଛି ପାଠପଢା, ନାହିଁ ଶୌଚାଳୟ

ଏହା ମଧ୍ୟ ପଢନ୍ତୁ...ସାର୍ ମୋ ଗୁହାରୀ ଶୁଣନ୍ତୁ, ମୁଁ ସ୍କୁଲ ଛାଡି ଆସିଛି...

ଅଭିଯୋଗକୁ ସ୍ବୀକାର କଲେ ସିଆରସିସି:
ସେପଟେ ସିଆରସିସି ସୁକଦେବ ସୋରେନ କହିଛନ୍ତି,"ଆମ ହାଇସ୍କୁଲରେ ଶିକ୍ଷକ ଅଭାବ ଯୋଗୁଁ ପାଠପଢ଼ା ବ୍ୟାହତ ହେଉଛି । ଠିକରେ ପାଠପଢ଼ା ହୋଇପାରୁ ନାହିଁ । ଛାତ୍ରଛାତ୍ରୀଙ୍କ ଯାହା ଉନ୍ନତି ହେବା କଥା ସେଥିରେ ବାଧକ ସୃଷ୍ଟି ହେଉଛି । ଏହି ବିଷୟରେ ଆମେ ଉପରିସ୍ଥ ଅଧିକାରୀଙ୍କୁ ଜଣାଇଛୁ । ଖେଳ ପଡ଼ିଆ ମଧ୍ୟ ଅବହେଳିତ ଅବସ୍ଥାରେ ରହିଛି । ଯଥାଶୀଘ୍ର ଆମେ ଶ୍ରମିକ ଲଗାଇ ଏହାକୁ ସଫା କରିବୁ ।"

ଇଟିଭି ଭାରତ, ନିଆଳି

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.