ETV Bharat / state

ବିବାହର ଦୁଇମାସରେ ନବବଧୂର ଆତ୍ମହତ୍ୟା - ନବବଧୂ

ବିବାହକୁ ମାତ୍ର ଦୁଇମାସ ନପୁରୁଣୁ ଏକ ଘର ମଧ୍ୟରେ କବାଟ ଦେଇ ନବବଧୂ ଜଣକ କିରୋସିନ ଢାଳି ଆଜି ଆତ୍ମହତ୍ୟା କରିଥିବା ଜଣାପଡିଛି ।

ଫଟୋ ସୌଜନ୍ୟ- ସମ୍ବାଦଦାତା, ଭଦ୍ରକ
author img

By

Published : Aug 7, 2019, 10:47 PM IST

ଭଦ୍ରକ: ସୋସିଆଲ ମିଡିଆରେ ଚାଟିଂ ରୁ ପ୍ରେମ, ପରେ ବିବାହ। ହେଲେ ବିବାହର ଦୁଇ ମାସ ନପୁରୁଣୁ ଆତ୍ମହତ୍ୟା କଲେ ପତ୍ନୀ । ଏହି ଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଜିଲ୍ଲା ଧାମନଗର ଥାନା ଅନ୍ତର୍ଗତ ପାହାଡପୁର ଅଞ୍ଚଳରେ ।

ଭିଡିଓ ସୌଜନ୍ୟ- ସମ୍ବାଦଦାତା, ଭଦ୍ରକ

ସୂଚନା ଅନୁଯାୟୀ ରାଉଲକେଲା ଅଞ୍ଚଳର ଜନୈକ ଯୁବତୀ ଭଦ୍ରକ ଜିଲ୍ଲା ପାହାଡପୁର ଖୁଣ୍ଟିଆ ସାହିର ଜନୈକ ଯୁବକଙ୍କ ସହ ସୋସିଆଲ ମିଡିଆରେ ପରିଚୟ ହୋଇଥିଲା । ଧୀରେ ଧୀରେ ଏହି ସମ୍ପର୍କ ପ୍ରେମରେ ପରିଣତ ହୋଇ ଶେଷରେ ବିବାହ ହୋଇଥିଲା । ବିବାହକୁ ମାତ୍ର ଦୁଇମାସ ନପୁରୁଣୁ ଏକ ଘର ମଧ୍ୟରେ କବାଟ ଦେଇ ନବ ବଧୂ ଜଣକ କିରୋସିନ ଢାଳି ଆଜି ଆତ୍ମହତ୍ୟା କରିଥିବା ଜଣାପଡିଛି । ଏହି ଘଟଣା ଜାଣିବା ପରେ ପରିବାର ଲୋକେ ପୁଲିସକୁ ଖବର ଦେଇଥିଲେ । ଖବର ପାଇ ଧାମନଗର ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତ ଶରୀରକୁ ଜବତ କରିବା ସହ ଏନେଇ ଅଧିକ ତଦନ୍ତ ଜାରି ରଖିଛି । ପାରିବାରିକ କଳହକୁ କେନ୍ଦ୍ରକରି ଏହିପରି ଘଟଣା ଘଟି ଥାଇପାରେ ବୋଲି ଅନୁମାନ କରାଯାଉଛି ।

ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ

Intro:ସୋସିଆଲ ମିଡିଆରେ ଚାଟିଂ ରୁ ପ୍ରେମ, ପରେ ବିବାହ। ହେଲେ ବିବାହର ଦୁଇ ମାସ ନଯାଉଣୁ ଆତ୍ମହତ୍ୟା କଲେ ପତ୍ନୀ।Body:ସୋସିଆଲ ମିଡିଆରେ ଚାଟିଂ ରୁ ପ୍ରେମ, ପରେ ବିବାହ। ହେଲେ ବିବାହର ଦୁଇ ମାସ ନଯାଉଣୁ ଆତ୍ମହତ୍ୟା କଲେ ପତ୍ନୀ। ଏହିଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଭଦ୍ରକ ଜିଲ୍ଲା ଧାମନଗର ଥାନା ଅନ୍ତର୍ଗତ ପାହାଡପୁର ଅଞ୍ଚଳରେ। ସୂଚନା ଅନୁଯାୟୀ ରାଉଲକେଲା ଅଞ୍ଚଳର ଜନୈକ ଯୁବତୀ ଭଦ୍ରକ ଜିଲ୍ଲା ପାହାଡପୁର ଖୁଣ୍ଟିଆ ସାହିର ଜନୈକ ଯୁବକଙ୍କ ସହ ସୋସିଆଲ ମିଡିଆରେ ପରିଚୟ ହୋଇଥିଲା। ଧୀରେ ଧୀରେ ଏହି ସମ୍ପର୍କ ପ୍ରେମରେ ପରିଣତ ହୋଇ ଶେଷରେ ବିବାହ ହୋଇଥିଲା। ବିବାହକୁ ମାତ୍ର ଦୁଇମାସ ନପୁରୁଣୁ ଏକ ଘର ମଧ୍ୟରେ କବାଟ ଦେଇ ନବ ବଧୂ ଜଣକ କିରୋସିନ ଢାଳି ଆଜି ଆତ୍ମହତ୍ୟା କରିଥିବା ଜଣାପଡିଛି। ଏହି ଘଟଣା ଜାଣିବା ପରେ ପରିବାର ଲୋକେ ପୁଲିସକୁ ଖବର ଦେଇଥିଲେ। ଖବର ପାଇ ଧାମନଗର ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତ ଶରୀର କୁ ଜବତ କରିବା ସହ ଏନେଇ ଅଧିକ ତଦନ୍ତ ଜାରି ରଖିଛି। ପାରିବାରିକ କଳହକୁ କେନ୍ଦ୍ରକରି ଏହିପରି ଘଟଣା ଘଟି ଥାଇପାରେ ବୋଲି ଅନୁମାନ କରାଯାଉଛି।Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.