ETV Bharat / state

ଗେଷ୍ଟ ହାଉସରୁ ଯୁବକଯୁବତୀଙ୍କ ମୃତହେହ ଉଦ୍ଧାର

ଭଦ୍ରକ ଜିଲ୍ଲାରେ ଥିବା ଏକ ଗେଷ୍ଟ ହାଉସରୁ ଯୁବକଯୁବତୀଙ୍କ ମୃତହେହ ଉଦ୍ଧାର କରାଯାଇଛି । ଯୁବକ ଜଣକ ଭଦ୍ରକର ହୋଇଥିବାବେଳେ ଯୁବତୀଙ୍କ ପରିଚୟ ଏପର୍ଯ୍ୟନ୍ତ ମିଳିପାରିନାହିଁ ।

ଫଟୋ ସୌଜନ୍ୟ:ସମ୍ବାଦଦାତା, ଭଦ୍ରକ
author img

By

Published : May 6, 2019, 2:19 PM IST

ଭଦ୍ରକ: ଗେଷ୍ଟ ହାଉସରୁ ଯୁବକଯୁବତୀଙ୍କ ମୃତହେହ ଉଦ୍ଧାର । ଏଭଳି ଅଭାବନୀୟ ଘଟଣା ଘଟିଛି ଭଦ୍ରକ ଜିଲ୍ଲାରେ । ତେବେ ଯୁବକ ଜଣକ ଭଦ୍ରକ ପୌରାଞ୍ଚଳ ଅନ୍ତର୍ଗତ ମୁଲ୍ଲାସାହି ଅଞ୍ଚଳର ମୁଲ୍ଲା ମହମ୍ମଦ ଅବଦୁଲ ବୋଲି ଜଣାପଡିଥିବା ବେଳେ ଯୁବତୀଙ୍କ ପରିଚୟ ମିଳିପାରିନାହିଁ ।

ଭିଡିଓ ସୌଜନ୍ୟ:ସମ୍ବାଦଦାତା, ଭଦ୍ରକ

ସୂଚନା ଅନୁଯାୟୀ,ସୋମବାର ଗେଷ୍ଟ ହାଉସର କିଛି କର୍ମଚାରୀ ଏକ ରୁମ୍ରୁ ଚିତ୍କାର ଶୁଣି ଗେଷ୍ଟ ହାଉସ ମାଲିକଙ୍କୁ ଖବର ଦେଇଥିଲେ । ଏହାପରେ କର୍ମଚାରୀ ଏବଂ ମାଲିକ ମିଶି ଉକ୍ତ ରୁମର ଡୋର ବାଡେଇଥିଲେ । କବାଟ ନଖୋଲିବାରୁ ସମସ୍ତଙ୍କ ସନ୍ଦେହ ବଢିଥିଲା । ଏହାପରେ ମାଲିକଙ୍କ ଅନୁମତିରେ କର୍ମଚାରୀମାନେ ଡୋର ଭାଙ୍ଗିବାପରେ ଉକ୍ତ ରୁମରୁ ଯୁବକଯୁବତୀଙ୍କ ମୃତହେହ ପଡିଥିବାର ଦେଖି ମାଲିକ ପୋଲିସ ଖବର ଦେଇଥିଲେ ।

ଏହାପରେ ପୋଲିସ ଖବର ପାଇ ଘଟଣା ସ୍ଥଳରେ ପହଁଞ୍ଚି ଶବ ବ୍ୟବଚ୍ଛେଦ ପାଇଁ ଭଦ୍ରକ ମୁଖ୍ୟ ଚିକିତ୍ସାଳୟକୁ ନେଇଥିଲେ । ତେବେ ପୋଷ୍ଟମର୍ଟମ ରିପୋର୍ଟ ଆସିବା ପରେ ଘଟଣାର ପ୍ରକୃତ କାରଣ ସ୍ପଷ୍ଟ ହେବ ।

ଭଦ୍ରକରୁ ଦେବାଶିଷ୍ ମହାପାତ୍ର, ଇଟିଭି ଭାରତ

ଫନି ର ବାଲିଚର ଭିତରେ ଚନ୍ଦ୍ରଭାଗା,
ଏବେରି ପୁରି ସହ ଯୋଗାଯୋଗ ବିଛିନ୍ନ

ପ୍ରଳୟକାରି ବାତ୍ଯା ଫନିର ପ୍ରଭାବରେ ଚନ୍ଦ୍ରଭାଗାରେ ସ୍ଥିତି ସଙ୍ଗିନ। ପାଂଚ ଫୁଟ ଉଚର ପାଣି ଉଠି ମାଡି ଯାଇଛି ବାଲି। ଯାହାକି ସ୍ଥାନିୟ ଲୋକ ଓ ଯିବାଆସିବାରେ ସୃଷ୍ଟି ହେଉଛି ବାଧା। ଚନ୍ଦ୍ରଭାଗା କୁଳହେ ଥିବା ପଇଡ ଦୋକାନ ଦେଖିଲେ ଏଥିରୁ ବାହି ହୋଇପଡୁଛି। ବାଲି ଚର ଭିତରେ ପୁରା ଦୋକାନ। ତାରି ଭିତରୁ ପଇଡ ସବୁ କାଢି ବିକୁଝନ୍ତି ମଉସା। ସେହିପରି ଫନିର ତାଣ୍ଡବ ପରେ ଚନ୍ଦ୍ରଭାଗାର ସ୍ଥିତି ଦେଖିବା ପାଇଁ ଲୋକଙ୍କ ଲାଗୁଛି ଭିଡ। ହେଲେ ଏହାରି ଭିତରେ ଚନ୍ଦ୍ର ଭାଗା ଯାଏ ଯିବା ସମ୍ଭବ। ହେଲେ ଆଗକୁ ଚନ୍ଦ୍ରଭାଗାରୁ ପୁରି ଯୋଗାଯୋଗ ବିଛିନ୍ନ। ରାସ୍ତା ଉପରେ ଆଣ୍ଠୁଏ ଉଚର ବାଲି।ଦୁଇଚକିଆ କି ଚାରି ଚକିଆ ଯିବା ମୁସ୍କିଲ। ଏନେଇ ପ୍ରଶାସନ ପକ୍ଷରୁ ରାସ୍ତ ଉପରୁ ବାଲି ଉଠାଣ କାର୍ଯ ଆରମ୍ଭ ହୋଇଥିଲେ ବି । ଏଯାଏ ପୁରି ଯାଏ ଯୋଗାଯୋଗ ବିଛିନ୍ନ। କେବଳ ରାମଚଣ୍ଡି ବାଲି ଉଠା ସରିଧିବା ଆଗକୁ ଯିବା କମ୍ଭବ ହୋଇପାରୁନି।
ବାଇଟ-ପଇଡ ଦୋକାନି
ବାଇଟ-ସ୍ଥାନୀୟ ଲୋକ
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.