ETV Bharat / state

Dhamnagar ByPoll: ଅସନ୍ତୁଷ୍ଟଙ୍କୁ ମନାଉଛି ବିଜେଡି, ପ୍ରଚାର ମୈଦାନରେ ଧର୍ମେନ୍ଦ୍ର - ରୋଚକ ସ୍ଥିତିରେ ଧାମନଗର ଉପ ନିର୍ବାଚନ

ରୋଚକ ସ୍ଥିତିରେ ଧାମନଗର ଉପ ନିର୍ବାଚନ । ନିର୍ବାଚନ ପାଇଁ ଭୋଟଗ୍ରହଣ ତାରିଖ ଯେତିକି ପାଖେଇ ଆସୁଛି ପ୍ରମୁଖ ରାଜନୈତିକ ଦଳ ମାନଙ୍କର ରଣନୀତି ସେତିକି ବଦଳୁଛି । ପ୍ରମୁଖ ଦୁଇ ରାଜନୀତିକ ଦଳ ବିଜେଡି ଓ ବିଜେପି ମଧ୍ୟରେ ସିଧାସଳଖ ପ୍ରତିଦ୍ୱନ୍ଦିତା ହେବ ବୋଲି ରାଜନୈତିକ ପାଣିପାଗରୁ ଜଣାପଡୁଛି । ହେଲେ ସ୍ଵାଧୀନ ପ୍ରାର୍ଥୀ ଏବଂ ଦୁଇ ଦଳର ଅସନ୍ତୁଷ୍ଟ ଏହି ଉପ ନିର୍ବାଚନ ରେ ନିର୍ଣ୍ଣାୟକ ହେବେ । ତେଣୁ ସେମାନଙ୍କୁ ନିଜ ପକ୍ଷକୁ ଆଣିବା ସହିତ ହାଇ ଭୋଲ୍ଟେଜ ପ୍ରଚାର ଜୋରଦାର ହୋଇଛି । ଅଧିକ ପଢନ୍ତୁ

Dhamnagar ByPoll: ଅସନ୍ତୁଷ୍ଟଙ୍କୁ ମନାଉଛି ବିଜେଡି, ମୈଦାନରେ ଧର୍ମେନ୍ଦ୍ର

author img

By

Published : Oct 28, 2022, 11:04 PM IST

ଭଦ୍ରକ: ଧାମନଗର ଉପ ନିର୍ବାଚନ ଯେତିକି ପାଖେଇ ଆସୁଛି ପ୍ରମୁଖ ରାଜନୈତିକ ଦଳ ମାନଙ୍କର ରଣନୀତି ସେତିକି ବଦଳୁଛି । ପ୍ରମୁଖ ଦୁଇ ରାଜନୀତିକ ଦଳ ବିଜେଡି ଓ ବିଜେପି ମଧ୍ୟରେ ସିଧାସଳଖ ପ୍ରତିଦ୍ୱନ୍ଦିତା ହେବ ବୋଲି ରାଜନୈତିକ ପାଣିପାଗରୁ ଜଣାପଡୁଛି । ହେଲେ ସ୍ଵାଧୀନ ପ୍ରାର୍ଥୀ ଏବଂ ଦୁଇ ଦଳର ଅସନ୍ତୁଷ୍ଟ ଏହି ଉପ ନିର୍ବାଚନରେ ନିର୍ଣ୍ଣାୟକ ହେବେ । ତେଣୁ ସେମାନଙ୍କୁ ନିଜ ପକ୍ଷକୁ ଆଣିବା ସହିତ ହାଇ ଭୋଲ୍ଟେଜ ପ୍ରଚାର ଜୋରଦାର ହୋଇଛି । କଂଗ୍ରେସ ଏବଂ ସ୍ଵାଧୀନ ପ୍ରାର୍ଥୀ ମଧ୍ଯ ସେମାନଙ୍କ ପ୍ରଚାରକୁ ବଳ ଯୋଗାଇଛନ୍ତି ।

Dhamnagar ByPoll: ଅସନ୍ତୁଷ୍ଟଙ୍କୁ ମନାଉଛି ବିଜେଡି, ମୈଦାନରେ ଧର୍ମେନ୍ଦ୍ର

ଧାମନଗର ଉପନିର୍ବାଚନ ଏବେ ରୋଚକ ସ୍ଥିତିରେ । ସ୍ୱାଧୀନ ପ୍ରାର୍ଥି ଭାବେ ବିଜେଡିର ବହିସ୍କୃତ ପୂର୍ବତନ ବିଧାୟକ ନିର୍ବାଚନ ମୈଦାନକୁ ଆସିବା ପରେ ନିର୍ବାଚନ ରୋଚକ ମୋଡ ନେଉଛି । ରାଜୁ ଦାସଙ୍କ ସମର୍ଥନରେ ଥିବା ବିଜେଡି ଦଳର ଛାମୁଆ ସମର୍ଥକ ମାନଙ୍କୁ କୌଣସି ଉପାୟ ରେ ବୁଝାସୁଝା କରି ନିଜ ପକ୍ଷକୁ ଆଣିବା ପାଇଁ ବିଜେଡି ପକ୍ଷରୁ ପ୍ରଚେଷ୍ଟା ଜାରି ରହିଛି । ଏହି କ୍ରମରେ ଏବେ ରାଜୁ ଦାସଙ୍କ ହାତ ଛାଡୁଛନ୍ତି କିଛି ସମର୍ଥକ । ତେଣୁ ବିଜୁ ଜନତା ଦଳରେ ପୁଣି ସାମିଲ ହୋଇଥିବା ନେଇ ଏକ ସାମ୍ବାଦିକ ସମ୍ମିଳନୀରେ ସେମାନେ କହିଛନ୍ତି । ବିଜେଡିର ଜିଲ୍ଲା ଯୁବ ସମ୍ପାଦକ ମାନସ କୁମାର ରାଉତ ଓ ବିଜୁ ଛାତ୍ର ଜନତା ଦଳର ଜିଲ୍ଲା ଉପସଭାପତି ସଞ୍ଜୀବ ମଲ୍ଲିକ ରାଜେନ୍ଦ୍ର ଦାସଙ୍କ ସମର୍ଥନରେ ଥିଲେ । କିନ୍ତୁ ଏବେ ରାଜେନ୍ଦ୍ର ଦାସଙ୍କ ହାତ ଛାଡି ବିଜେଡିକୁ ଫେରିଛନ୍ତି । ଏଥିସହ ଦଳର ଅନ୍ୟ କିଛି ଅସନ୍ତୁଷ୍ଟଙ୍କୁ ବିଜେଡି ମଧ୍ୟ ମନାଇବା ଜାରୀ ରଖିଛି । କାରଣ ସେହି ଅସନ୍ତୁଷ୍ଟ ମାନେ ଉପନିର୍ବାଚନରେ ନିର୍ଣ୍ଣାୟକ ହେବେ ବୋଲି ଦଳ ପକ୍ଷରୁ ବୋଧହୁଏ ଅନୁମାନ କରାଯାଉଛି ।

ଏହା ମଧ୍ୟ ପଢନ୍ତୁ: Dhamnagar ByPoll: ପରସ୍ପର ବିରୋଧରେ ଅଭିଯୋଗ ଆଣି CEO ଙ୍କୁ ଫେରାଦ

ବିଜେଡ଼ି ପକ୍ଷରୁ ହାଇ ଭୋଲ୍ଟେଜ ପ୍ରଚାରକୁ ମଧ୍ୟ ଜୋରଦାର କରାଯାଇଥିବା ବେଳେ ଦଳର ଷ୍ଟାର ପ୍ରଚାରକ ପ୍ରମିଳା ମଲ୍ଲିକ ପ୍ରଚାର ସମୟରେ ହଟହଟା ହେବା ଘଟଣା ଏବେ ଚର୍ଚ୍ଚାରେ ରହିଛି । ଅନ୍ୟ ପକ୍ଷରେ ଆଜି ଧାମନଗର ଉପନିର୍ବାଚନରେ ବିଜେପି ପ୍ରାର୍ଥୀ ସୂର୍ଯ୍ୟବଂଶୀ ସୁରଜଙ୍କ ଲାଗି ପ୍ରଚାର ମଇଦାନକୁ ଓହ୍ଲାଇଛନ୍ତି କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଧାମନଗର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଧାମନଗର ବ୍ଲକର ବିଭିନ୍ନ ପଞ୍ଚାୟତ ଓ ଧାମନଗର ଏନଏସି ଅଞ୍ଚଳରେ ଧର୍ମେନ୍ଦ୍ର ବିଜେପି ପ୍ରାର୍ଥୀ ସୂର୍ଯ୍ୟବଂଶୀଙ୍କ ଲାଗି ରୋଡ ସୋ କରିଛନ୍ତି । ବିଜେପିର ଏଇ ପ୍ରଚାର ଓ ରୋଡ ସୋ ବେଳେ ହଜାର ହଜାର ସଂଖ୍ୟାରେ ବିଜେପି କର୍ମୀ ଯୋଗ ଦେଇଥିଲେ । ଧର୍ମେନ୍ଦ୍ରଙ୍କ ସହ ରାଜ୍ୟ ବିଜେପି ନେତା ତଥା ପୂର୍ବତନ ମନ୍ତ୍ରୀ ମନମୋହନ ସାମଲ ଯୋଗ ଦେଇଥିଲେ ।

ଅନ୍ୟ ପକ୍ଷରେ କଂଗ୍ରେସ ପକ୍ଷରୁ ହାଇ ଭୋଲ୍ଟେଜ ପ୍ରଚାର ଜାରି ରହିଥିବା ବେଳେ ସ୍ଵାଧୀନ ପ୍ରାର୍ଥୀ ରାଜେନ୍ଦ୍ର ଦାସ ଘରକୁ ଘର ବୁଲି ଭୋଟର ଙ୍କ ହୃଦୟ ଜିଣିବାରେ ଲାଗିଛନ୍ତି । ତେବେ ଦେଖିବାକୁ ବାକି ରହିଲା କେଉଁ ଦଳ କେତେ ପରିମାଣରେ ନିର୍ବାଚନକୁ ମ୍ୟାନେଜ କରି ବାଜିମାତ କରିବାରେ ସଫଳ ହେଉଛି ।

ଇଟିଭି ଭାରତ, ଭଦ୍ରକ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.