ଭଦ୍ରକ: ଲଘୁଚାପ ଜନିତ ବର୍ଷା ବିତ୍ପାତ ଯୋଗୁଁ ଭଦ୍ରକ ଜିଲ୍ଲାରେ 64 ହଜାର 790 ହେକ୍ଟର ଖରିଫ ଧାନ ଚାଷ ପ୍ରଭାବିତ ହୋଇଥିବା କୃଷି ବିଭାଗ ପ୍ରାଥମିକ ଆକଳନରୁ ଜଣାପଡିଛି। ସୂଚନା ଅନୁଯାଇ ଚଳିତ ଖରିଫ ଧାନ ଚାଷରେ 1 ଲକ୍ଷ 60 ହଜାର 185 ହେକ୍ଟର ଜମିରେ ଧାନ ଚାଷ ହୋଇଥିଲା। ବର୍ଷା ଯୋଗୁଁ ଜିଲ୍ଲାରେ 7ଟି ବ୍ଲକରେ 196ଟି ପଞ୍ଚାୟତ ଓ 3ଟି ପୌରପାଳିକାର 1183ଟି ଗ୍ରାମର ସମୁଦାୟ 64 ହଜାର 790 ହେକ୍ଟର ଜମିରେ ଧାନ ଚାଷ ପ୍ରଭାବିତ ହୋଇଥିବା ଜଣାପଡିଛି।
ଅନ୍ୟପକ୍ଷରେ 10 ହଜାର ହେକ୍ଟର ଜମିରେ ପରିବା ଚାଷ ହୋଇଥିବାବେଳେ 2 ହଜାର 225 ହେକ୍ଟର ପରିବା ଚାଷ ବିଶେଷ ଭାବେ ପ୍ରଭାବିତ ହୋଇଥିବା ପ୍ରାଥମିକ ଆକଳନରୁ ଜଣାପଡିଛି। ତେବେ ସରକାରଙ୍କ ନିର୍ଦ୍ଦେଶ ଅନୁଯାଇ ସମସ୍ତ କ୍ଷୟକ୍ଷତିର ଆକଳନ ସପ୍ତାହ ମଧ୍ୟରେ ତଦନ୍ତ କରି ସରକାରଙ୍କୁ ଆଧିକାରିକ ରିପୋର୍ଟ ପ୍ରଦାନ କରାଯିବ ବୋଲି ଜିଲ୍ଲାପାଳ ତ୍ରିଲୋଚନ ମାଝୀ କହିଛନ୍ତି।
ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ