ETV Bharat / state

ଦିନତମାମ ନାକେଦମ କରିବା ପରେ ଧରାପଡିଲା କୁମ୍ଭୀର - ଭଦ୍ରକ ଖବର

ଦୀର୍ଘ ସମୟର ଉଦ୍ୟମ ପରେ ଧରାପଡିଲା ପୋଖରୀରୁ ୩ ଫୁଟିଆ କୁମ୍ଭୀର । ଅଧିକ ପଢନ୍ତୁ

ପୋଖରୀରୁ ଉଦ୍ଧାର ହେଲା ୩ ଫୁଟିଆ କୁମ୍ଭୀର
ପୋଖରୀରୁ ଉଦ୍ଧାର ହେଲା ୩ ଫୁଟିଆ କୁମ୍ଭୀର
author img

By

Published : May 19, 2022, 9:36 AM IST

ଭଦ୍ରକ: ଦୀର୍ଘ ସମୟର ଉଦ୍ୟମ ପରେ ଧରାପଡିଲା ପୋଖରୀରୁ ୩ ଫୁଟିଆ କୁମ୍ଭୀର । ଦିନ ତମାମ ବନ ବିଭାଗ ସମେତ ଅଗ୍ନିଶମ ବିଭାଗ ନାକେଦମ ହେବାକୁ ପଡିଥିଲା । ଭଦ୍ରକ ଜିଲ୍ଲା ତିହିଡି ପ୍ରଶାସନ ପକ୍ଷରୁ ସମସ୍ତ ପ୍ରକାର ବ୍ୟବସ୍ଥା କରାଯାଇଥିଲା । ଶେଷରେ ପୋଖରୀରୁ ପାଣି ନିଷ୍କାସନ ପରେ ଧରା ପଡିଛି କୁମ୍ଭୀର । ବନ ବିଭାଗ ପକ୍ଷରୁ କୁମ୍ଭୀରକୁ ଚାନ୍ଦବାଲି ନିଆଯାଇଥିବା ଜଣାଯାଇଛି ।

ପୋଖରୀରୁ ଉଦ୍ଧାର ହେଲା ୩ ଫୁଟିଆ କୁମ୍ଭୀର

ସୂଚନା ମୁତାବକ, କିଛିଦିନ ହେଲା ତିହିଡି ବ୍ଲକ ମହରମପୁର ପଞ୍ଚାୟତ ଷାଠିବାଟି ଗାଁର ଏକ ପୋଖରୀରେ ଗୋଟିଏ କୁମ୍ଭୀର ଥିବା ନେଇ ଲୋକେ ଭୟଭୀତ ଅବସ୍ଥାରେ ରହୁଥିଲେ । ତେବେ ବୁଧବାର ଦିନ ବନ ବିଭାଗର କର୍ମଚାରୀମାନେ କୁମ୍ଭୀରକୁ ଉଦ୍ଧାର ପାଇଁ ଦମକଳ ବାହିନୀକୁ ଖବର ଦେଇଥିଲେ । ବନବିଭାଗ ଓ ଦମକଳ ବାହିନୀର ମିଳିତ ସହଯୋଗରେ ଆରମ୍ଭ ହୋଇଥିଲା ଅପରେସନ । 4ଟି ପାଣି ପମ୍ପରେ ପୋଖରୀରୁ ପାଣି ନିଷ୍କାସନ କରାଯାଇଥିଲା । ତହସିଲଦାରଙ୍କ ସମେତ ସ୍ଥାନୀୟ ସରପଞ୍ଚ ଏହାର ତଦାରଖ କରୁଥିବା ବେଳେ କୁମ୍ଭୀର ଦେଖିବା ପାଇଁ ଶହ ଶହ ଲୋକଙ୍କ ଭିଡ ଜମିଥିଲା । ତେବେ ଏନେଇ ବନ ବିଭାଗ କି ପ୍ରଶାସନ ପକ୍ଷରୁ କୌଣସି ପ୍ରତିକ୍ରିୟା ପ୍ରକାଶ କରାଯାଇନାହିଁ।

ଭଦ୍ରକୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.