ETV Bharat / state

Cameraman Manas Swain Murder Case: ଆସନ୍ତାକାଲି କ୍ରାଇମ ସିନ ରିକ୍ରିଏସନ

author img

By

Published : Mar 31, 2022, 6:01 PM IST

ବହୁ ଚର୍ଚ୍ଚିତ କ୍ୟାମେରାମ୍ୟାନ ମାନସ ସ୍ୱାଇଁ ହତ୍ୟାକାଣ୍ଡ ଘଟଣାର ଧିରେ ଧିରେ ଫିଟୁଛି ଗୁମର । ଅଧିକ ପଢନ୍ତୁ

Cameraman Manas Swain Murder Case:: ଆସନ୍ତାକାଲି ହେବ କ୍ରାଇମ ସିନ ରିକ୍ରିଏସନ

ଭଦ୍ରକ : ବହୁ ଚର୍ଚ୍ଚିତ କ୍ୟାମେରାମ୍ୟାନ ମାନସ ସ୍ୱାଇଁଙ୍କ ହତ୍ୟାକାଣ୍ଡ ଘଟଣା । ଏହି ମାମଲାରେ ସମ୍ପୃକ୍ତ ଥିବା ଶର୍ମିଷ୍ଠା ରାଉତ ଓ ଝୁନା ଭୋଇକୁ କ୍ରାଇମବ୍ରାଞ୍ଚ ମାର୍ଚ୍ଚ 28 ତାରିଖ ଦିନ ଭଦ୍ରକ ଜିଲ୍ଲା ନଳାଙ୍ଗ ଅଞ୍ଚଳରୁ ଗିରଫ କରି ଚାନ୍ଦବାଲି JMFC କୋର୍ଟରେ ହାଜର କରିଥିଲା । ଏହାସହ ଘଟଣାରେ ସମ୍ପୃକ୍ତ ଥିବା ସମସ୍ତଙ୍କୁ 10 ଦିନିଆ ରିମାଣ୍ଡରେ ନେବା ପାଇଁ ଆବେଦନ କରିଥିଲା ।

ହେଲେ ଏହି ମାମଲର ଶୁଣାଣି କରି ମାନ୍ୟବର କୋର୍ଟ, ଶର୍ମିଷ୍ଠା ରାଉତଙ୍କ ସହଯୋଗୀ ଝୁନା ଭୋଇ ଏବଂ ନିରଞ୍ଜନ ସେଠୀଙ୍କ ସହ ରଞ୍ଜନ ନାୟକଙ୍କୁ ମିଶାଇ 4 ଜଣ ଅଭିଯୁକ୍ତଙ୍କୁ 5 ଦିନିଆ ରିମାଣ୍ଡ ପାଇଁ ନିର୍ଦ୍ଦେଶ ଦେଇଥିଲେ। ତେବେ ଆଜି(ଗୁରୁବାର) ରିମାଣ୍ଡ ଅବଧିର ତୃତୀୟ ଦିନରେ ହତ୍ୟାକାଣ୍ଡର ସମସ୍ତ ବ୍ଲୁ ପ୍ରିଣ୍ଟ ରଞ୍ଜନ ନାୟକ କ୍ରାଇମବ୍ରାଞ୍ଚ ସମ୍ମୁଖରେ ଓଗାଳି ଥିବା ଜଣାପଡ଼ିଛି । ରଞ୍ଜନର ସ୍ୱୀକାରୋକ୍ତିକୁ ଆଧାର କରି କ୍ରାଇମବ୍ରାଞ୍ଚ ଚଣ୍ଡିଖୋଲ ଅଞ୍ଚଳରୁ ହତ୍ୟାକାଣ୍ଡ ସମ୍ପର୍କିତ ତଥ୍ଯ ଓ ପ୍ରମାଣ ପାଇଥିବା ସୂଚନା ମିଳିଛି।

ଏହାବି ପଢନ୍ତୁ : Manas Murder Case: ସତ ଓଗାଳିଲା ଅଭିଯୁକ୍ତ, ଚଣ୍ଡିଖୋଲରୁ ମିଳିଲା ହତ୍ୟାର ପ୍ରମାଣ

ଅନ୍ୟ ପକ୍ଷରେ ଆଜି ଏହି ସମସ୍ତ ଅଭିଯୁକ୍ତଙ୍କୁ କ୍ରାଇମବ୍ରାଞ୍ଚ ପଳାଶପୁରକୁ ଆଣୁଥିବା ଘଟଣା ପ୍ରଘଟ ହେବା ପରେ ସେଠାରେ ଲୋକାରଣ୍ୟ ହୋଇଥିଲା। ତେବେ ସେମାନଙ୍କୁ ଆସନ୍ତାକାଲି ଚାନ୍ଦବାଲିର ପଳାଶପୁରକୁ ଅଣାଯାଇ କ୍ରାଇମ ସିନ ରିକ୍ରିଏସନ କରାଯିବ ବୋଲି ସୂଚନା ମିଳିଛି। ପ୍ରକାଶ ଥାଉ କି, ଭଦ୍ରକ ଜିଲ୍ଲା ଚାନ୍ଦବାଲି ଥାନା ଅନ୍ତର୍ଗତ ପଳାଶପୁରରୁ ପ୍ରଥମେ ଅପହରଣ କରି ଭୁବନେଶ୍ଵରରେ ହତ୍ୟା ପରେ ମୃତଦେହକୁ ନୟାଗଡ ଜିଲ୍ଲା ରଣପୁର ଅଞ୍ଚଳ ବଢିପାଟଣା ଧାନ ବିଲରୁ ଉଦ୍ଧାର କରାଯାଇଥିଲା ।

ମାଜିଷ୍ଟ୍ରେଟ୍‌ଙ୍କ ଉପସ୍ଥିତିରେ ଜଣେ ପ୍ରତ୍ୟକ୍ଷଦର୍ଶୀଙ୍କ ବୟାନକୁ ଆଧାର କରି ସାମ୍ନାକୁ ଆସିଥିଲା କ୍ୟାମେରାମ୍ୟାନ୍‌ ମାନସ ସ୍ୱାଇଁ ହତ୍ୟା ଘଟଣାରେ ସମ୍ପୃକ୍ତ ଥିବା ଅପହରଣ ଓ ହତ୍ୟାକାଣ୍ଡ ଘଟାଇଥିବା ଅଭିଯୁକ୍ତଙ୍କ ଅସଲି ଚିତ୍ର । ପ୍ରଥମେ 3 ଜଣ ଅଭିଯୁକ୍ତଙ୍କୁ ଗିରଫ କରିବା ପରେ ଅନ୍ୟ ଅଭିଯୁକ୍ତଙ୍କୁ ଖୋଜିଥିଲା ପୁଲିସ। ଏଥିସହ ଏହି ହତ୍ୟାକାଣ୍ଡର ମୁଖ୍ୟ ଷଡଯନ୍ତ୍ରକାରୀ ନିରଞ୍ଜନ ସେଠୀ ଓ ରଞ୍ଜନ ନାୟକଙ୍କୁ ଚାନ୍ଦବାଲି ପୋଲିସ ମାର୍ଚ୍ଚ ମାସ 21 ତାରିଖ ଦିନ ଗିରଫ କରିଥିଲା। ପରବର୍ତ୍ତୀ ପର୍ଯ୍ୟାୟରେ ଏହି ଘଟଣାର ଗୁରୁତ୍ଵକୁ ଦେଖି ଏହାକୁ କ୍ରାଇମବ୍ରାଞ୍ଚକୁ ହସ୍ତାନ୍ତର କରାଯାଇଥିଲା ।

ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.