ETV Bharat / state

Cameraman Manas Murder Case: 8 ଜଣଙ୍କ ନାଁରେ ଚାର୍ଜର୍ସିଟ ଦାଖଲ କଲା କ୍ରାଇମବ୍ରାଞ୍ଚ

ବହୁ ଚର୍ଚ୍ଚିତ କ୍ୟାମେରାମ୍ୟାନ ମାନସ ସ୍ୱାଇଁ ହତ୍ୟାକାଣ୍ଡ ଘଟଣା । ଆଜି କ୍ରାଇମବ୍ରାଞ୍ଚ ପକ୍ଷରୁ ଚାନ୍ଦବାଲି ଜେଏମଏଫସି କୋର୍ଟରେ 8 ଜଣ ଅଭିଯୁକ୍ତଙ୍କୁ ହାଜର କରାଯାଇଛି । ଏହାସହ 905 ପୃଷ୍ଠାର ଚାର୍ଜସିଟ ଦାଖଲ କରାଯାଇଛି । ଅଧିକ ପଢନ୍ତୁ

Cameraman Manas Swain Murder Case: କୋର୍ଟରେ 8 ଜଣ ଅଭିଯୁକ୍ତଙ୍କୁ ହାଜର କଲା କ୍ରାଇମବ୍ରାଞ୍ଚ

author img

By

Published : Jul 8, 2022, 7:31 PM IST

ଭଦ୍ରକ: ବହୁ ଚର୍ଚ୍ଚିତ କ୍ୟାମେରାମ୍ୟାନ ମାନସ ସ୍ୱାଇଁ ହତ୍ୟାକାଣ୍ଡ ଘଟଣା (Cameraman Manas Swain Murder Case) । ଆଜି କ୍ରାଇମବ୍ରାଞ୍ଚ ପକ୍ଷରୁ ଚାନ୍ଦବାଲି ଜେଏମଏଫସି କୋର୍ଟରେ 8 ଜଣ ଅଭିଯୁକ୍ତଙ୍କୁ ହାଜର କରାଯିବା ସହିତ 905 ପୃଷ୍ଠାର ଚାର୍ଜସିଟ ଦାଖଲ କରାଯାଇଛି । ଯେଉଁଥିରେ 34 ଜଣ ସାକ୍ଷୀ ରହିଛନ୍ତି ।

Cameraman Manas Swain Murder Case: କୋର୍ଟରେ 8 ଜଣ ଅଭିଯୁକ୍ତଙ୍କୁ ହାଜର କଲା କ୍ରାଇମବ୍ରାଞ୍ଚ

କ୍ରାଇମବ୍ରାଞ୍ଚ ଡିଏସପି କଳ୍ପନା ସାହୁଙ୍କ ନେତୃତ୍ୱରେ ଆସିଥିବା ଏକ 4 ଜଣିଆ ଟିମ କୋର୍ଟକୁ ଆସି ଏହା ଦାଖଲ କରିଛନ୍ତି । ମୁଖ୍ୟ ଅଭିଯୁକ୍ତ ଶର୍ମିଷ୍ଠା ରାଉତଙ୍କ ସମେତ ନିରଞ୍ଜନ ସେଠୀ, ଝୁନା ଭୋଇ,ପରମେଶ୍ୱର ରାଉତ, ନିରଞ୍ଜନ ନାୟକ, ଭାଗ୍ୟଧର ନାୟକ, କୃଷ୍ଣଚନ୍ଦ୍ରର ନାୟକ ଓ ନାବଳକ ନାମରେ ବିଭିନ୍ନ ଦଫା ଲଗାଯାଇ ଚାର୍ଜସିଟ କ୍ରାଇମବ୍ରାଞ୍ଚ ଦାଖଲ କରିଥିବା ଜଣାପଡିଛି । ହେଲେ ଏନେଇ କ୍ରାଇମବ୍ରାଞ୍ଚ ପକ୍ଷରୁ କୌଣସି ପ୍ରତିକ୍ରିୟା ପ୍ରକାଶ କରାଯାଇନାହିଁ ।

ପ୍ରକାଶ ଥାଉ କି, ଭଦ୍ରକ ଜିଲ୍ଲା ଚାନ୍ଦବାଲି ଥାନା ଅନ୍ତର୍ଗତ ପଳାଶପୁରରୁ ମାନସ ସ୍ୱାଇଁଙ୍କୁ ପ୍ରଥମେ ଅପହରଣ କରି ଭୁବନେଶ୍ଵରରେ ହତ୍ୟା ପରେ ମୃତଦେହକୁ ନୟାଗଡ ଜିଲ୍ଲା ରଣପୁର ଅଞ୍ଚଳ ବଢିପାଟଣା ଧାନ ବିଲରୁ ଉଦ୍ଧାର କରାଯାଇଥିଲା । ମାଜିଷ୍ଟ୍ରେଟ୍‌ଙ୍କ ଉପସ୍ଥିତିରେ ଜଣେ ପ୍ରତ୍ୟକ୍ଷଦର୍ଶୀଙ୍କ ବୟାନକୁ ଆଧାର କରି ସାମ୍ନାକୁ ଆସିଥିଲା କ୍ୟାମେରାମ୍ୟାନ୍‌ ମାନସ ସ୍ୱାଇଁ ହତ୍ୟା ଘଟଣାରେ ସମ୍ପୃକ୍ତ ଥିବା ଅପହରଣ ଓ ହତ୍ୟାକାଣ୍ଡ ଘଟାଇଥିବା ଅଭିଯୁକ୍ତଙ୍କ ଅସଲି ଚିତ୍ର ।

ପ୍ରଥମେ 3 ଜଣ ଅଭିଯୁକ୍ତଙ୍କୁ ଗିରଫ କରିବା ପରେ ଅନ୍ୟ ଅଭିଯୁକ୍ତଙ୍କୁ ଖୋଜିଥିଲା ପୁଲିସ। ଏଥିସହ ଏହି ହତ୍ୟାକାଣ୍ଡର ମୁଖ୍ୟ ଷଡଯନ୍ତ୍ରକାରୀ ନିରଞ୍ଜନ ସେଠୀ ଓ ରଞ୍ଜନ ନାୟକଙ୍କୁ ଚାନ୍ଦବାଲି ପୋଲିସ ମାର୍ଚ୍ଚ ମାସ 21 ତାରିଖ ଦିନ ଗିରଫ କରିଥିଲା। ପରବର୍ତ୍ତୀ ପର୍ଯ୍ୟାୟରେ ଏହି ଘଟଣାର ଗୁରୁତ୍ଵକୁ ଦେଖି ଏହାକୁ କ୍ରାଇମବ୍ରାଞ୍ଚକୁ ହସ୍ତାନ୍ତର କରାଯାଇଥିଲା ।

ଇଟିଭି ଭାରତ, ଭଦ୍ରକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.