ଭଦ୍ରକ: ଆଶ୍ଚର୍ଯ୍ୟ, ଅଦଭୂତ ଅବିଶ୍ବସନୀୟ । ଗୋଟିଏ ବାଛୁରୀ ଜନ୍ମ ଦେବାର 10 ଦିନ ପରେ ପୁଣି ଗୋଟିଏ ବାଛୁରୀ ଜନ୍ମ ଦେଇଛି (ଗାଈ) ଝୁମ । 10 ଦିନ ଅନ୍ତରାଳରେ ପୁଣି ଆଉ ଏକ ବାଛୁରୀ ଜନ୍ମ ନେବା ଚର୍ଚ୍ଚାର ବିଷୟ ହୋଇଛି । ଏପରି ଘଟଣା ଦେଖିବାକୁ ମିଳିଛି ଭଦ୍ରକ ଜିଲ୍ଲା ରାଜପୁର ତିହିଡି ଅଞ୍ଚଳରେ ।
ସୂଚନାଅନୁସାରେ, ମାଲିକ ମଧୂସୁଦନ ପଣ୍ଡାଙ୍କୁ ଗାଈ ଝୁମ 10 ଦିନ ବ୍ୟବଧାନରେ ଦୁଇଟି ବାଛୁରୀ ଜନ୍ମ ଦେଇଛି । ପ୍ରଥମେ ଫେବୃୟାରୀ ମାସ 6 ତାରିଖ ଦିନ ଗୋଟିଏ ମାଈ ବାଛୁରୀ ଜନ୍ମ ଦେଇଥିଲା ଝୁମ। ପରେ 15 ତାରିଖରେ ସକାଳୁ ପୁଣି ଗୋଟିଏ ଅଣ୍ଡିଆ ବାଛୁରୀ ଜନ୍ମ ଦେଇଛି । ଏ ଘଟଣା ପରେ ଝୁମର ମାଲିକ ପଶୁ ବିଶେଷଜ୍ଞଙ୍କ ସହ କଥା ହୋଇଥିଲେ । ପୂର୍ବରୁ ଏପରି ଘଟଣା କେବେ ଦେଖିନଥିବା କହିଥିଲେ ପଶୁ ବିଶେଷଜ୍ଞ । ଏ ଘଟଣାକୁ ନେଇ ଆଶ୍ଚର୍ଯ୍ୟ ହୋଇଛନ୍ତି ବିଶେଷଜ୍ଞ ।
ଏହି ଘଟଣା ପ୍ରଚାର ହେବା ପରେ ଗ୍ରାମବାସୀମାନେ ଦୁଇ ବାଛୁରୀକୁ ଦେଖିବା ପାଇଁ ଭିଡ଼ ଜମାଇଛନ୍ତି । ଏମିତି କି 10 ଦିନରେ ଦୁଇଟି ବାଛୁରୀ ଜନ୍ମ ନେବା ଘଟଣା ବିଷୟ ରେ କେବେ କେହି ଶୁଣିନଥିବା କହିଛନ୍ତି । ତେବେ ଏନେଇ ପ୍ରାଣୀ ବିଜ୍ଞାନୀଙ୍କ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ। ଏହାକୁ ଏକ ଆଲୌକିକି ଘଟଣା ବୋଲି ବିଶ୍ବାସ କରୁଛନ୍ତି ଗ୍ରାମବାସୀ ।
ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ