ETV Bharat / state

କୋରୋନା ପ୍ରଭାବ: ପେଟ ଭୋକରେ ଆଉଟୁପାଉଟୁ ତାଳପଦାର ମଜୁରିଆ - bhadrak corona

ଭଦ୍ରକ ତାଳପଦା ପଞ୍ଚାୟତରେ କାୟା ମେଲାଇଛି କୋରୋନା । ଅଞ୍ଚଳର ଅଧିକାଂଶ ବାସିନ୍ଦା କୋରୋନାରେ ଆକ୍ରାନ୍ତ ହୋଇଥିବାରୁ ମଜୁରିଆ ଶ୍ରେଣୀର ଲୋକେ କେଉଁଠି କାମଧନ୍ଦା ପାଉନାହାନ୍ତି । ଫଳରେ ପେଟ ପୋଷିବା ସେମାନଙ୍କ ପାଇଁ କଷ୍ଟସାଧ୍ୟ ହୋଇପଡିଛି । ଅଧିକ ପଢନ୍ତୁ...

କୋରୋନା ପ୍ରଭାବ: ପେଟପାଟଣା ଚିନ୍ତାରେ ଗରୀବ
କୋରୋନା ପ୍ରଭାବ: ପେଟପାଟଣା ଚିନ୍ତାରେ ଗରୀବ
author img

By

Published : Jun 22, 2021, 7:59 PM IST

ଭଦ୍ରକ: ଜିଲ୍ଲା ତିହିଡି ବ୍ଲକ ତାଳପଦା ପଞ୍ଚାୟତରେ କାୟା ମେଲିଛି କୋରୋନା । ବିଗତ 3 ସପ୍ତାହ ମଧ୍ୟରେ 3ଟି ଗାଁର 4 ଜଣ ବ୍ୟକ୍ତି କୋରୋନାରେ ପ୍ରାଣ ହରାଇ ସାରିଲେଣି । ସମ୍ପ୍ରତ୍ତି 16 ଜଣ ସଂକ୍ରମିତ ହୋଇଛନ୍ତି । ଗୋଟିଏ ପଟେ ଏହି ପଞ୍ଚାୟତର ଅଧିକାଂଶ ଲୋକେ ଗରିବ ଶ୍ରେଣୀର ହୋଇଥିବାବେଳେ ବର୍ତ୍ତମାନ ମହାମାରୀ ଅପେକ୍ଷା ଏମାନଙ୍କୁ ଅଧିକ ଯାତନା ଦେଉଛି ପେଟର ଭୋକ । ଏଠାକର ଲୋକେ ପ୍ରାୟତଃ ମଜୁରିଆ ଶ୍ରେଣୀର ହୋଇଥିବା ଯୋଗୁଁ ସେମାନଙ୍କୁ କୋରୋନା ଆକ୍ରାନ୍ତ କହି ବାହାର ଗ୍ରାମର ଲୋକେ କାମରେ ରଖୁନାହାନ୍ତି । ଫଳସୂରୁପ କାମଧନ୍ଦା ନ ପାଇ ସେମାନେ ଭୋକ ଉପାସରେ କାଳାତିପାତ କରୁଥିବା ଜଣାପଡିଛି ।

କୋରୋନା ପ୍ରଭାବ: ପେଟପାଟଣା ଚିନ୍ତାରେ ଗରୀବ

ସେହିପରି ନିକଟରେ ତାଳପଦା ପଞ୍ଚାୟତ ଅଧିନ ଜେନାସାହିର ଅଟୋ ଚାଳକ ଭରତ ଜେନାଙ୍କ କୋରୋନାରେ ମୃତ୍ୟୁ ହୋଇଛି । ଭରତଙ୍କ ମୃତ୍ୟୁ ପରେ ତାଙ୍କ ପରିବାର ଏବେ ବେସାହାରା ହୋଇଯାଇଛି । ବୃଦ୍ଧ ମାଆ ସମେତ ପତ୍ନୀ ଓ ଦୁଇଟି ପୁଅ ଏବେ ପେଟ ପୋଷିବାକୁ ଦାନା ନ ପାଇ ସରକାରୀ ସହାୟତା ପାଇଁ ଆକୁଳ ନିବେଦନ କରିଛନ୍ତି ।

ସେପଟେ ଗ୍ରାମରେ ଦିନକୁ ଦିନ କୋରୋନା ଜନିତ ମୃତ୍ୟୁ ବୃଦ୍ଧି ପାଉଥିବାରୁ ଗାଁରେ ବର୍ତ୍ତମାନ କୋକୁଆ ଭୟ ସୃଷ୍ଟି ହୋଇଛି । ପ୍ରଶାସନ ହସ୍ତକ୍ଷେପରେ ଯଦିଓ ସେମାନଙ୍କର କୋରୋନା ଟେଷ୍ଟିଂ କରାଯାଇଛି, ହେଲେ ଲୋକେ ମାନସିକ ସ୍ତରରେ ଖୁବ୍ ଦୁର୍ବଳ ହୋଇଯାଇଥିବା ବାରି ହେଉଛି । ସୂଚନାଯୋଗ୍ୟ, ପଞ୍ଚାୟତର ଗଦାଧରପୁର, ଗୋପ, ମହାଳିକସାହି, ମିଶ୍ରସାହି, ତାଳପଦା, ବେହେରାସାହି, ତାଳପଦା ଓ ଜେନାସାହିରେ RTPCR ଓ ଆଣ୍ଟିଜେନ୍ ଟେଷ୍ଟ କରାଯାଇଛି । ପ୍ରାୟ 12 ଶହ ଲୋକଙ୍କର ଏହି ପରୀକ୍ଷା ହୋଇଥିବା ବେଳେ 16 ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ସୂଚନା ମିଳିଛି । ସେମାନଙ୍କ ମଧ୍ୟରୁ ଗୁରୁତର ହୋଇଥିବା 5 ଜଣଙ୍କୁ କୋଭିଡ୍ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିବା ବେଳେ ଅନ୍ୟମାନେ ଘରେ ଚିକିତ୍ସା ହେଉଥିବା ଜଣାଯାଇଛି ।

ଅନ୍ୟପଟେ RTPCR ଟେଷ୍ଟ ରିପୋର୍ଟ ଆସିବା ପରେ ଆକ୍ରାନ୍ତଙ୍କ ସଂଖ୍ୟା ବଢିବାର ସନ୍ଦେହ ମଧ୍ୟ କରାଯାଉଛି । ତେବେ ପ୍ରଶାସନ ତଥା ସ୍ୱାସ୍ଥ୍ୟ ବିଭାଗର ଦାୟିତ୍ୱବୋଧ ରହିଥିବାରୁ ସମସ୍ତଙ୍କୁ ଚିକତ୍ସା ଯୋଗାଇ ଦିଆଯାଉଛି । ଆକ୍ରାନ୍ତ ଚିହ୍ନଟ ହୋଇଥିବା ବ୍ୟକ୍ତିଙ୍କୁ ଭୟଭୀତ ନ ହେବାକୁ ପରାମର୍ଶ ଦିଆଯାଇଛି । ଏଥିସହ ମୃତକ ପରିବାରକୁ ସରକାରୀ ସହାୟତା ଯୋଗାଇ ଦେବା ସହିତ ଗରିବ ଲୋକଙ୍କୁ କାମଧନ୍ଦା ଯୋଗାଇ ଦେବାକୁ ସାଧାରଣରେ ଦାବି ହୋଇଛି ।

ଭଦ୍ରକରୁ ଦେବଶିଷ ମହାପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.