ETV Bharat / state

କୋରୋନା କାଳରେ ଶିକ୍ଷାଦାନ, ବିଦ୍ୟାଳୟ ବଦଳରେ ବୃକ୍ଷ ମୂଳେ ପାଠପଢା

କୋରୋନା ବଦଳାଇ ଦେଇଛି ପାଠପଢ଼ା । ବିଦ୍ୟାଳୟ ଚାରି କାନ୍ଥ ମଧ୍ୟରେ ଘଣ୍ଟା ଘଡି ଦେଖି ପାଠ ପଢ଼ୁଥିବା ପିଲାମାନେ ଏବେ ସ୍କୁଲ ଛାଡି ଗାଁ୍‌ଂ ଦାଣ୍ଡ, ମନ୍ଦିର ବାରଣ୍ଡା ନଚେତ ଗଛ ମୁଳେ ବସି ପାଠ ପଢ଼ୁଥିବା ବେଳେ ସେମାନଂକୁ ପାଠ ପଢ଼ାଉଛନ୍ତି ସ୍କୁଲ ଶିକ୍ଷକ। ଭଦ୍ରକ ଜିଲ୍ଲା ତିହିଡି ବ୍ଲକ କାନପୁର ଆଶ୍ରମ ସ୍କୁଲ ରେ ଦେଖିବାକୁ ମିଳିଛି ଏହି ଦୃଶ୍ୟ। ଅଧିକ ପଢନ୍ତୁ..

କୋରୋନା କାଳରେ ଶିକ୍ଷାଦାନ, ବିଦ୍ୟାଳୟ ବଦଳରେ ବୃକ୍ଷ ମୂଳେ ପାଠପଢା
କୋରୋନା କାଳରେ ଶିକ୍ଷାଦାନ, ବିଦ୍ୟାଳୟ ବଦଳରେ ବୃକ୍ଷ ମୂଳେ ପାଠପଢା
author img

By

Published : Jun 26, 2020, 5:24 PM IST

ଭଦ୍ରକ: ବିଦ୍ୟାଳୟରେ ପାଠ ପଢ଼ନ୍ତି 3 ସହ ଛାତ୍ରଛାତ୍ରୀ। ସେମାନଙ୍କୁ ପାଠ ପଢ଼ାନ୍ତି 4 ଜଣ ଶିକ୍ଷକ। କୋରୋନା ଯୋଗୁଁ ସ୍କୁଲ ବନ୍ଦ ହୋଇଯିବା ପରେ ଏବେ କାନପୁର, ହରିସିଂପୁର, ପାଳିକାସାହି, ସନଦକପୁର ପ୍ରଭୁତି ଗାଁ ଗାଁ ବୁଲି ପିଲାଙ୍କୁ ପାଠ ପଢ଼ାଉଛନ୍ତି ଶିକ୍ଷକ। ଯାହାକୁ ନେଇ କେବଳ ଛାତ୍ରଛାତ୍ରୀ ନୁହଁନ୍ତି, ଅବିଭାବକ ମାନେ ମଧ୍ୟ ଖୁସି ପ୍ରକଟ କରିଛନ୍ତି। ଗାଁରେ ଘର ପାଖରେ ଏମିତିକି ଗଛମୂଳରେ ବସି ପାଠ ପଢିବାକୁ ଭାରି ଖୁସି ଲାଗୁଛି ବୋଲି କହିଛନ୍ତି ଛାତ୍ରଛାତ୍ରୀ। ଏଥିରେ ଶିକ୍ଷକ ମାନେ ସହଯୋଗ କରୁଛନ୍ତି। ବୁଝି ହେଉନଥିବା ପାଠ କୁ ଭଲଭାବେ ଆମକୁ ବୁଝାଇ ଦେଉଛନ୍ତି ଶିକ୍ଷକ। କୋରୋନା ଯୋଗୁ ସ୍କୁଲ ବନ୍ଦ ହୋଇଯିବା ପରେ ଗାଁକୁ ଆସି ଦିଦି ଏବଂ ସାର ମାନେ ଆମକୁ ପାଠ ପଢ଼ାଉଛନ୍ତି ବୋଲି ଛାତ୍ରଛାତ୍ରୀ କହିଛନ୍ତି।

କୋରୋନା କାଳରେ ଶିକ୍ଷାଦାନ, ବିଦ୍ୟାଳୟ ବଦଳରେ ବୃକ୍ଷ ମୂଳେ ପାଠପଢା
କୋରୋନା ଯୋଗୁ ସ୍କୁଲ ବନ୍ଦ ହୋଇଯିବା ପରେ ସରକାର ଗାଁ ଗାଁ ବୁଲି ପିଲାଙ୍କୁ ପାଠ ପଢ଼ାଇବାକୁ ନିର୍ଦେଶ ଦେଲେ । ସରକାରଙ୍କ ମେଟ୍ରୋସିପି କାର୍ଯ୍ୟକ୍ରମ ମାଧ୍ୟମରେ ବିଭିନ୍ନ WhatsApp ଗ୍ରୁପ ଜରିଆରେ ପିଲାମାନଙ୍କୁ ପାଠ ପଢ଼ାଯାଉଛି। ଗତ ମଇ ମାସ 15 ତାରିଖ ଠାରୁ 4 ଜଣ ଶିକ୍ଷକ 5 ଗୋଟି ଗାଁରେ ଦିନକୁ 2/3 ଟି କରି ସପ୍ତାହ କୁ ଅନ୍ୟୁନ 7 ଗୋଟି କ୍ଳାସ ନେଉଛନ୍ତି। ପାଠପଢାର ଅଗ୍ରଗତିକୁ ବ୍ଲକ ଶିକ୍ଷା ଅଧିକାରୀ ଆସି ଅନୁଧ୍ୟାନ କରୁଛନ୍ତି। ଗତ ମଇ 15 ତାରିଖ ଠାରୁ ତିହିଡି ବ୍ଳକରେ ଏହି ଆଶ୍ରମ ସ୍କୁଲ ବ୍ୟତୀତ ଦହପାଣିଆ ସରକାରୀ ହାଇସ୍କୁଲରେ ମଧ୍ୟ ଚାଲିଛି ଅନଲାଇନ ପାଠପଢା। ତେବେ ଅନଲାଇନ ପାଠପଢ଼ାକୁ ଅଧିକ ପ୍ରଭାବଶାଳୀ କରିବାକୁ ଶିକ୍ଷକ ମାନେ ଗାଁ ଗାଁ ବୁଲି କ୍ଲାସ କରୁ ଥିବାବେଳେ ପିଲାମାନଙ୍କୁ ଭଲଭାବେ ପାଠ୍ୟ ଅଭ୍ୟାସ କରାଉଛନ୍ତି। କୋରୋନା ଯୋଗୁ ଗୁରୁତର ଭାବେ ପ୍ରଭାବିତ ହୋଇଛି ପାଠପଢ଼ା। ସରକାର ପିଲାମାନଙ୍କୁ ଅନଲାଇନରେ ମୋବାଇଲ ଆପରେ ପାଠ ପଢିବାକୁ ନିର୍ଦ୍ଦେଶ ଦେଇଛନ୍ତି । ହେଲେ ସମସ୍ତକ ପାଖରେ ମୋବାଇଲ ନଥିବା ବେଳେ ମୋବାଇଲ ନେଟୱାର୍କ ଅନଲାଇନ ପାଠପଢ଼ାରେ ବାଧା ସୃଷ୍ଟି କରୁଛି। ତେଣୁ ଗାଁ ଗାଁ ବୁଲି ଶିକ୍ଷକ ମାନେ ପିଲାଙ୍କୁ ପାଠ ପଢ଼ାଇବା ସହିତ କୋରୋନା ପ୍ରତି କରାଉଛନ୍ତି ସଚେତନତା।

ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.