ଭଦ୍ରକ: ଚାନ୍ଦବାଲି ଶାଖା ସେବା ସମବାୟ ବ୍ୟାଙ୍କ ପକ୍ଷରୁ ଦୁର୍ଘଟଣା ଜନିତ ବୀମା ରାଶି ପ୍ରଦାନ କରାଯାଇଛି। ବାଲେଶ୍ବର-ଭଦ୍ରକ ସେବା ସମବାୟ ବ୍ୟାଙ୍କ ଚାନ୍ଦବାଲି ଶାଖା ଅଧିନ ଜଳଧରପୁର ସେବା ସମବାୟ ସମିତିର ଚାଷୀ ବ୍ରଜ କିଶୋର ସାହୁଙ୍କର ଦୁର୍ଘଟଣାରେ ମୃତ୍ୟୁ ହୋଇଥିଲା।
ଏହାପରେ ବ୍ରଜଙ୍କ ପରିବାରକୁ ଏନେଇ ଉଦ୍ଦିଷ୍ଟ ବୀମା ରାଶି ପ୍ରଦାନ କରାଯାଇଛି । ଖବର ଅନୁଯାୟୀ, ସମବାୟ ବ୍ୟାଙ୍କର ସଭାପତି ରଘୁନାଥ ଲେଙ୍କାଙ୍କ ସଭାପତିତ୍ବରେ ବ୍ୟାଙ୍କର ପରିଚାଳନା ନିର୍ଦ୍ଦେଶକ, ଶାଖା ପରିଚାଳକ ଏବଂ ଜଳଧରପୁର ସେବା ସମବାୟ ସମିତିର ସମ୍ପାଦକ ପ୍ରମୁଖ ଯୋଗ ଦେଇ ମୃତ ଚାଷୀଙ୍କ ସ୍ତ୍ରୀ ଯଶୋଦା ସାହୁଙ୍କୁ 5 ଲକ୍ଷ ଟଙ୍କାର ବୀମାରାଶି ପ୍ରଦାନ କରିଥିଲେ।
ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ