ETV Bharat / state

ବ୍ୟାନର ଚିରାକୁ ନେଇ ବିବାଦ, ଥାନାରେ ମାମଲା ରୁଜୁ - ଭଦ୍ରକରେ ପୋଷ୍ଟର ରାଜନୀତି

ଘଣ୍ଟେଶ୍ବର ବଜାରରେ ବ୍ୟାନର ଚିରିବା ଘଟଣାକୁ ନେଇ ବିବାଦ ଦେଖାଦେଇଛି । ଏନେଇ ଥାନାରେ ମାମଲା ରୁଜୁ କରାଯାଇଛି । ଅଭିଯୁକ୍ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରାଯାଇଛି । ଅଧିକ ପଢନ୍ତୁ

bhadrak
ବ୍ୟାନର ଚିରାକୁ ନେଇ ବିବାଦ, ଥାନାରେ ମାମଲା ରୁଜୁ
author img

By

Published : Jan 16, 2022, 3:55 PM IST

ଭଦ୍ରକ: ପଞ୍ଚାୟତ ନିର୍ବାଚନକୁ ନେଇ ଚାରିଆଡେ ରାଜନୀତି ସରଗରମ ହେବାରେ ଲାଗିଛି । ଭଦ୍ରକ ଜିଲ୍ଲା ଚାନ୍ଦବାଲି ନିର୍ବାଚନମଣ୍ଡଳୀ ଅଧିନ ଘଣ୍ଟେଶ୍ବର ବଜାରରେ ବ୍ୟାନର ଚିରା ଘଟଣାକୁ ନେଇ ବିବାଦ ସୃଷ୍ଟି ହୋଇଛି । ଏନେଇ ଥାନାରେ ମାମଲା ରୁଜୁ ହୋଇଛି। ଜଣେ ନେତାଙ୍କ ନୂଆ ବର୍ଷ ଶୁଭେଚ୍ଛାର ବ୍ୟାନର ଚିରା ଯାଇଥିବା ଅଭିଯୋଗ ହୋଇଛି।

ବ୍ୟାନର ଚିରାକୁ ନେଇ ବିବାଦ, ଥାନାରେ ମାମଲା ରୁଜୁ

ସୂଚନା ଅନୁଯାୟୀ ଘଣ୍ଟେଶ୍ବର ଫାଣ୍ଡି ନିକଟସ୍ଥ ବଜାରରେ ଦୁର୍ଗାମଣ୍ଡପ, ମାଛ ହାଟ ଓ ବସଷ୍ଟାଣ୍ଡରେ ଲାଗିଥିବା ଜଣେ ନେତାଙ୍କ ଏକାଧିକ ବ୍ୟାନରକୁ ରାତିରେ ଚିରା ଯାଇଥିବା ଅଭିଯୋଗ ହୋଇଛି। ଏକ ନିର୍ଦ୍ଦିଷ୍ଟ ରାଜନୈତିକ ଗୋଷ୍ଠୀଙ୍କ ହୀନ ମାନସିକତାରେ ରାତି ଅଧିଆ ଏପରି କରାଯାଇଥିବା ନେଇ ଥାନାରେ ଅଭିଯୋଗ ହୋଇଛି। ଆଗାମୀ ତ୍ରିସ୍ତରୀୟ ନିର୍ବାଚନ ପୂର୍ବରୁ ଏପରି ବ୍ୟାନର ଚିରା ଘଟଣା ପରେ ବିବାଦ ସୃଷ୍ଟି ସହ ରାଜନୈତିକ ହିଂସା ସୃଷ୍ଟି ହେବା ନେଇ ଆଶଙ୍କା କରାଯାଉଛି।

ଏହା ମଧ୍ୟ ପଢନ୍ତୁ: ସୋମବାର ପହଞ୍ଚିବ OMISURE କିଟ୍‌, ଆବଶ୍ୟକ ପଡ଼ବନି ଜିନୋମ ସିକ୍ବେନ୍ସ

ତେବେ ଏନେଇ ପୋଲିସ ଘଟଣାର ତଦନ୍ତ କରି ଦୁର୍ବୃତ୍ତଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି ହୋଇଛି ।

ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.