ETV Bharat / state

ତେଜୁଛି ଭଦ୍ରକ ପୌରପାଳିକା ବିବାଦ

author img

By

Published : Jun 5, 2022, 6:16 PM IST

ତେଜୁଛି ଭଦ୍ରକ ପୌରପାଳିକା ବିବାଦ । ପୌରାଧ୍ୟକ୍ଷା ଓ ପୌରନିର୍ବାହୀ ଅଧିକାରୀଙ୍କୁ କାଉଣ୍ଟର ଦେବା ପାଇଁ ପୌରପାଳିକାର ସଂଖ୍ୟାଧିକ କାଉନ୍ସିଲର ଏକ ସାମ୍ବାଦିକ ସମ୍ମିଳନୀରେ ବର୍ଷିଛନ୍ତି । ଅଧିକ ପଢ଼ନ୍ତୁ

ତେଜୁଛି ଭଦ୍ରକ ପୌରପାଳିକା ବିବାଦ
ତେଜୁଛି ଭଦ୍ରକ ପୌରପାଳିକା ବିବାଦ

ଭଦ୍ରକ : ତେଜୁଛି ଭଦ୍ରକ ପୌରପାଳିକା ବିବାଦ । ପୌରାଧ୍ୟକ୍ଷା ଓ ପୌରନିର୍ବାହୀ ଅଧିକାରୀଙ୍କୁ କାଉଣ୍ଟର ଦେବା ପାଇଁ ପୌରପାଳିକାର ସଂଖ୍ୟାଧିକ କାଉନ୍ସିଲର ଏକ ସାମ୍ବାଦିକ ସମ୍ମିଳନୀରେ ବର୍ଷିଛନ୍ତି । ଏନେଇ ଭଦ୍ରକ ପୌର ଉପାଧ୍ୟକ୍ଷା ଅଞ୍ଜୁବାଳା ଜେନାଙ୍କ ନେତୃତ୍ୱରେ ୧୮ଜଣ ବିଜେଡି କାଉନସିଲର ଏକତ୍ରିତ ହୋଇଥିଲେ ।

ତେଜୁଛି ଭଦ୍ରକ ପୌରପାଳିକା ବିବାଦ

ଖବର ଅନୁଯାୟୀ ଉପାଧ୍ୟକ୍ଷା ଅଞ୍ଜୁବାଳା ଜେନା ମେ ମାସ ଶେଷ ଭାଗରେ ଅନୁଷ୍ଠିତ ହୋଇଥିବା କାଉନ୍ସିଲ ବୈଠକରେ ଯୋଗ ଦେବାକୁ ପହଞ୍ଚିଥିଲେ । ହେଲେ ବୈଠକ ଗୃହର ମଞ୍ଚରେ ତାଙ୍କ ପାଇଁ ଆସନ ନଥିବା ନେଇ ତୀବ୍ର ଉତ୍ତେଜନା ପ୍ରକାଶ ପାଇଥିଲା । ଶେଷରେ ୧୫ ମିନିଟ ଛିଡ଼ା ହେବା ପରେ ମୋତେ ଚୌକି ମିଳିଥିଲା ବୋଲି କହିଛନ୍ତି ଅଞ୍ଜୁବାଳା ।

ଏହାକୁ ପରୀକ୍ଷଣରେ ପୌରାଧ୍ୟକ୍ଷା ଓ ପୌରନିର୍ବାହୀ ଅଧିକାରୀ ସ୍ୱୀକାର କରିଥିଲେ ବୋଲି ଅଭିଯୋଗ ହୋଇଛି । ଯାହାକୁ ନେଇ ସେ ଅସମ୍ମାନିତ ବୋଧ କରିବା ସହ ମୋ ଭଳି ଜଣେ ବୟସ୍କାଙ୍କ ପ୍ରତି ଭୁଲ ଓ ବେନିୟମ ଆଚରଣ ମୋତେ ଦୁଃଖ ଦେବା ସହିତ ମାନସିକ ଆଘାତ ଦେଇଛି ବୋଲି କହିଥିଲେ। ଅନ୍ୟ ପକ୍ଷରେ ଏପରି ଘଟଣାକୁ ନେଇ ବିଭିନ୍ନ ମନଗଢ଼ା ଓ ମିଥ୍ୟା ଅଭିଯୋଗ ଭଦ୍ରକ ପୌରାଧ୍ୟକ୍ଷା କାହିଁକି କରୁଛନ୍ତି ବୋଲି ସେ ପ୍ରଶ୍ନ କରିଛନ୍ତି ।

ତେବେ ପୌରାଧ୍ୟକ୍ଷା ଓ ପୌରନିର୍ବାହୀ ଅଧିକାରୀଙ୍କ ଏତାଦୃତ କାର୍ଯ୍ୟ ପାଇଁ ସେମାନେ ନିଃସର୍ତ୍ତ କ୍ଷମା ପ୍ରାର୍ଥନା କରନ୍ତୁ ବୋଲି ପୌର ଉପାଧ୍ୟକ୍ଷାଙ୍କ ସମେତ, ସର୍ବମୋଟ ୨୯ ଜଣ କାଉନସିଲରଙ୍କ ମଧ୍ୟରୁ ସଂଖ୍ୟାଧିକ ୧୮ଜଣ ବିଜେଡି କାଉନସିଲର ଏକ ସାମ୍ବାଦିକ ସମ୍ମିଳନୀରେ ଦାବି କରିଛନ୍ତି ।

ଇଟିଭି ଭାରତ, ଭଦ୍ରକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.