ETV Bharat / state

ଅତ୍ଯାବଶ୍ଯକ ସାମଗ୍ରୀ ଦରବୃଦ୍ଧି ନେଇ କଂଗ୍ରେସର ପ୍ରତିବାଦ - Congress protests update

ଭଦ୍ରକ ଜିଲ୍ଲାର ବିଭିନ୍ନ ନିର୍ବାଚନ ମଣ୍ଡଳୀରେ କେନ୍ଦ୍ର ବିରୋଧରେ କଂଗ୍ରେସର ପ୍ରତିବାଦ । କେନ୍ଦ୍ରର ଭୁଲ୍ ନିଷ୍ପତ୍ତି ପାଇଁ ଅତ୍ଯାବଶକୀୟ ସାମଗ୍ରୀ ଦରଦାମ ଆକାଶ ଛୁଆଁ ବୋଲି ଅଭିଯୋଗ କରିଛି ଦଳ । ଅଧିକ ପଢନ୍ତୁ...

ଅତ୍ଯାବଶ୍ଯକ ସାମଗ୍ରୀର ଦରବୃଦ୍ଧି ନେଇ କଂଗ୍ରେସର ପ୍ରତିବାଦ

author img

By

Published : Jul 7, 2021, 4:20 PM IST

ଭଦ୍ରକ: କେନ୍ଦ୍ର ସରକାରଙ୍କ ଅପାରଗତା ଯୋଗୁ ପେଟ୍ରୋଲ, ଡିଜେଲ, ରନ୍ଧନ ଗ୍ୟାସ୍, ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀର ଦର ଆକାଶ ଛୁଆଁ ହେବା ସାଙ୍ଗକୁ କୋରୋନା ପରିଚାଳନା ତ୍ରୁଟି, ବେରୋଜଗାର, ଆର୍ଥିକ ମାନ୍ଦାବସ୍ତା ଏହିପରି ବିଭିନ୍ନ ପ୍ରକାର ଅବ୍ୟବସ୍ଥା ପାଇଁ ଭଦ୍ରକ ଜିଲ୍ଲା କଂଗ୍ରେସ ପକ୍ଷରୁ ପ୍ରତିବାଦ କରାଯାଇଛି । ଏହି ପ୍ରତିବାଦରେ କେନ୍ଦ୍ରର ମୋଦି ସରକାର ଉପରେ ବର୍ଷିଛି ଦଳ ।

ଅତ୍ଯାବଶ୍ଯକ ସାମଗ୍ରୀର ଦରବୃଦ୍ଧି ନେଇ କଂଗ୍ରେସର ପ୍ରତିବାଦ

ଏନେଇ ପ୍ରଦେଶ କଂଗ୍ରେସ କମିଟି ଆହ୍ବାନରେ ଭଦ୍ରକ ଜିଲ୍ଲା ଅନ୍ତର୍ଗତ ଭଦ୍ରକ, ଚାନ୍ଦବାଲି, ବାସୁଦେବପୁର, ଧାମନଗର, ଭଣ୍ଡାରିପୋଖରୀ ଆଦି ନିର୍ବାଚନ ମଣ୍ଡଳୀ ସହ ତିହିଡ଼ି ଓ ବନ୍ତ ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ପ୍ରତିବାଦ ଶୋଭାଯାତ୍ରା ସହ ଗଣ ଧାରଣା ଦେଇଥିଲେ କଂଗ୍ରେସ ନେତା ଓ କର୍ମୀ । ତେବେ ଏହି ପ୍ରତିବାଦ ସମସ୍ତ କୋରୋନା ନିୟମାବଳୀ ଅନୁଯାୟୀ କରାଯାଇଥିବା କଂଗ୍ରେସ କହିଛି ।

ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.