ETV Bharat / state

ଆଦାନୀ ଗ୍ରୁପକୁ ନେଇ ରାହୁଲ ଗାନ୍ଧୀ ବାଣୀ ସତ୍ୟ ହେଲା: କଂଗ୍ରେସ

author img

By

Published : Feb 6, 2023, 10:53 PM IST

ଆଦାନୀ ଗ୍ରୁପ ଅଫ କମ୍ପାନୀର ପ୍ରସଙ୍ଗକୁ ନେଇ ରାଜ୍ଯବ୍ଯାପି କଂଗ୍ରେସର ବିକ୍ଷୋଭ ପ୍ରଦର୍ଶନ। ଭାରତ ଯୋଡ ଯାତ୍ରା ପରିପ୍ରେକ୍ଷୀରେ ଆଦାନୀ ଗ୍ରୁପ ବିଷୟରେ ରାହୁଲ ଗାନ୍ଧୀ ଯାହା କହିଥିଲେ ତାହା ସତ୍ୟ ହେବାକୁ ଯାଉଛି ବୋଲି କହିଛି କଂଗ୍ରେସ । ଅଧିକ ପଢ଼ନ୍ତୁ

କେନ୍ଦ୍ର ସରକାର ଉପରେ ବର୍ଷିଲା ଭଦ୍ରକ କଂଗ୍ରେସ

ଭଦ୍ରକ : କେନ୍ଦ୍ର ସରକାର ଉପରେ ବର୍ଷିଲା ଭଦ୍ରକ କଂଗ୍ରେସ। ଭାରତ ଯୋଡ ଯାତ୍ରା ପରିପ୍ରେକ୍ଷୀରେ ଆଦାନୀ ଗ୍ରୁପ ସମୂହକୁ ରାହୁଲ ଗାନ୍ଧୀ ଯାହା କହିଥିଲେ ତାହା ସତ୍ୟ ହେବାକୁ ଯାଉଛି ବୋଲି କହିଛି କଂଗ୍ରେସ। ଭଦ୍ରକ ଜିଲ୍ଲା ଷ୍ଟେଟ ବ୍ୟାଙ୍କ ମୁଖ୍ୟ ଶାଖା ସମ୍ମୁଖରେ ଆଜି କଂଗ୍ରେସ ଦଳ ପକ୍ଷରୁ ଜିଲ୍ଲା କଂଗ୍ରେସ କମିଟି ସଭାପତି ସୁବ୍ରତ କୁମାର ଦାସ ଙ୍କ ନେତୃତ୍ବରେ ଏକ ଗଣ ବିକ୍ଷୋଭ ଏବଂ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଥିଲା। ଆଦାନୀ ଗ୍ରୁପ ସମୂହ ର ଅଂଶଧନ ଦିନକୁଦିନ ହ୍ରାସ ପାଇବାରେ ଲାଗିଛି। ଫଳରେ ଗରିବ ଏବଂ ଖଟିଖିଆ ମାନେ ଏଥିରେ ବ୍ୟାପକ ଭାବେ ପ୍ରଭାବିତ ହେବା ନେଇ ଆଶଙ୍କା ପ୍ରକାଶ କରିଛି କଂଗ୍ରେସ । ଏହିପରି ହେଲେ ରାଜ୍ଯ ତଥା ଦେଶର ଅର୍ଥନୈତିକ ଅବସ୍ଥା ଶୋଚନୀୟ ହୋଇପଡ଼ିବା ସହ ଅରାଜକତା ସୃଷ୍ଟି ହେବା ନେଇ ଆଶଙ୍କା ପ୍ରକାଶ ପାଉଛି ବୋଲି କଂଗ୍ରେସ ଦଳ ପକ୍ଷରୁ କୁହାଯାଇଛି।

ତେବେ କେନ୍ଦ୍ରର ନରେନ୍ଦ୍ର ମୋଦୀ ସରକାର ଅତ୍ଯଧିକ ଅନୁକମ୍ପା ଆଦାନୀ ଗ୍ରୁପ ସମୂହ କୁ ଦେଖାଇ, କାହିଁକି ଭାରତୀୟ ଜୀବନ ବୀମା ନିଗମ ଏବଂ ଭାରତୀୟ ଷ୍ଟେଟ ବ୍ୟାଙ୍କ ପରି ବିଶ୍ୱସନୀୟ ସଂସ୍ଥା ରୁ ଲକ୍ଷ ଲକ୍ଷ ଟଙ୍କା କୋଟି ଟଙ୍କା ର ପୁଞ୍ଜି ଆଦାନୀ ଗ୍ରୁପ ସମୂହକୁ ପ୍ରଦାନ କରିଥିଲେ ବୋଲି ପ୍ରଶ୍ନ କରିଛନ୍ତି କଂଗ୍ରେସ ଦଳ ର ବରିଷ୍ଠ ନେତା ମାନେ। ତେଣୁ ଆଦାନୀ ଗ୍ରୁପ ସମୂହ ର ଷ୍ଟକ ଜାଲିଆତି ପ୍ରତିବାଦ ରେ (JPC) ଯଏଣ୍ଟ ପାର୍ଲିଆମେଣ୍ଟ କମିଟି ଦ୍ବାରା ତଦନ୍ତ କରାଯିବା ଦାବି କରିଛନ୍ତି କଂଗ୍ରେସ ଦଳ ର ବରିଷ୍ଠ ନେତା ମାନେ। ତେବେ ଏହି ଘଟଣା ଯୋଗୁଁ କେନ୍ଦ୍ରର ନରେନ୍ଦ୍ର ମୋଦୀ ସରକାର ପତନ ଘଟିବ ବୋଲି କହିଥିଲେ କଂଗ୍ରେସ ନେତୃତ୍ଵ ମାନେ। ଏହି କାର୍ଯ୍ୟକ୍ରମରେ ଜିଲ୍ଲା ର ସମସ୍ତ ବ୍ଲକ ର କଂଗ୍ରେସ ନେତୃତ୍ୱ ତଥା କର୍ମୀ ମାନେ ଉପସ୍ଥିତ ଥିଲେ।

ହିଣ୍ଡନବର୍ଗ ରିପୋର୍ଟରେ ସଂସ୍ଥା ଦ୍ବାରା ଆଦାନୀ ଗ୍ରୁପ ସମ୍ପର୍କରେ ସେୟାର ମୂଲ୍ୟ ହେରଫେର କରାଯାଇଥିବା ଅଭିଯୋଗ ହୋଇଛଇ । ଲଗାତାର ଭାବରେ ଆଦାନୀ ଗ୍ରୁପ କମ୍ପାନୀଗୁଡ଼ିକର ସେୟାର ମୂଲ୍ୟ ହ୍ରାସ ପାଇବା ସହ ଶିଳ୍ପପତି ଗୌତମ ଆଦାନୀଙ୍କ ସମ୍ପତ୍ତି ପ୍ରଭାବିତ ହୋଇଛି । ତେବେ ଲୋକେ ନିଜର ଝାଳବୁହା ଧନକୁ ସେୟାର ବଜାରରେ ଆଦାନୀ ଗ୍ରୁପରେ ଲଗାଇଥିଲେ । ଯେଉଁଥିରେ ସେୟାର ଦର ଏତେ ମାତ୍ରାରେ ହ୍ରାସ ପାଇଥିବା ଯୋଗୁଁ ବର୍ତ୍ତମାନ ଲୋକଙ୍କୁ ବିପୁଳ କ୍ଷତି ସହିବାକୁ ପଡ଼ିଛି । ସେମାନଙ୍କ ଅର୍ଥ ବୁଡିଯିବାର ମଧ୍ୟ ଆଶଙ୍କା ରହିଛି ।

ଇଟିଭି ଭାରତ, ଭଦ୍ରକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.