ETV Bharat / state

5 ଦଫା ଦାବି ନେଇ କମ୍ପ୍ୟୁଟର ଶିକ୍ଷକଙ୍କ ପ୍ରତିବାଦ

ଭଦ୍ରକ ଜିଲ୍ଲାରେ 174 ଟି ବିଦ୍ୟାଳୟରେ କମ୍ପ୍ୟୁଟର ଶିକ୍ଷକ ମାନେ ପୁନଃନିଯୁକ୍ତି ସହ 5 ଦଫା ଦାବି ନେଇ ଧାରଣାରେ ବସିଛନ୍ତି । ଅଧିକ ପଢନ୍ତୁ...

author img

By

Published : Feb 12, 2021, 6:34 PM IST

5 ଦଫା ଦାବି ନେଇ କମ୍ପୁଟର ଶିକ୍ଷକଙ୍କ ପ୍ରତିବାଦ

ଭଦ୍ରକ: ପୁନଃ ନିଯୁକ୍ତି ସହ 5 ଦଫା ଦାବି ନେଇ କମ୍ପ୍ୟୁଟର ଶିକ୍ଷକ ମାନେ ଧାରଣାରେ ବସିଛନ୍ତି । ଖବର ଅନୁଯାୟୀ, ଭଦ୍ରକ ଜିଲ୍ଲାରେ 174 ଟି ବିଦ୍ୟାଳୟରେ ଏହି ଶିକ୍ଷକ ମାନେ ନିଯୁକ୍ତ ହୋଇ କମ୍ପ୍ୟୁଟର ଶିକ୍ଷାଦାନ କରୁଥିଲେ । ଏନେଇ ସରକାରଙ୍କ ପକ୍ଷରୁ କମ୍ପ୍ୟୁଟର ଶିକ୍ଷାଦାନ କରିବା ପାଇଁ ଲକ୍ଷ ଲକ୍ଷ ଟଙ୍କା ବ୍ୟୟରେ ଭିତ୍ତିଭୂମିର ବିକାଶ ମଧ୍ଯ ହୋଇଥିଲା । ତାହା ପୁଣି ସରକାରୀ ତହବିଲରୁ ଖର୍ଚ୍ଚ ହୋଇଥିଲା, ଯାହାକି ଟିକସ ଦାତାଙ୍କ ଅର୍ଥ । ସୂଚନା ଅନୁଯାୟୀ ଏହି ଶିକ୍ଷାଦାନ ବ୍ୟବସ୍ଥା ଜିଲ୍ଲାର ସମସ୍ତ 174 ଟି ବିଦ୍ୟାଳୟରେ 5 ବର୍ଷ ଧରି ହେବା ପରେ ତାହା ହଠାତ ବନ୍ଦ କରିଦେଲେ ସରକାର । ଫଳରେ ବର୍ତ୍ତମାନ ବହୁମୂଲ୍ୟ କମ୍ପ୍ୟୁଟର ଉପକରଣ ଗୁଡିକ ନଷ୍ଟ ହେବାକୁ ବସିଲାଣି ।

ଛାତ୍ରଛାତ୍ରୀ ମାନେ ଆଉ କମ୍ପ୍ୟୁଟର ଶିକ୍ଷା ପାଇପାରୁ ନାହାନ୍ତି । ଅନ୍ୟପକ୍ଷରେ ଏହି ଶିକ୍ଷା ପ୍ରଦାନ କରୁଥିବା ଶିକ୍ଷକ ମାନଙ୍କୁ ଛଟେଇ କରାଯାଇଥିବା ଅଭିଯୋଗ ହୋଇଛି । ଏହାର ପ୍ରତିବାଦ କରି ପୁନଃ ନିଯୁକ୍ତି, ସ୍ଥାୟୀ ନିଯୁକ୍ତି, କମ୍ପ୍ୟୁଟର ଶିକ୍ଷା ପ୍ରଦାନ ବାଧ୍ୟତାମୂଳକ କରିବା ସହ 5 ଗୋଟି ଦାବି ନେଇ ଏହି କମ୍ପୁଟର ଶିକ୍ଷକ ମାନେ ଭଦ୍ରକ ଜିଲ୍ଲା ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେବା ସହ ଏକ ଦାବିପତ୍ର ପ୍ରଦାନ କରିଥିଲେ । ତେବେ ଏନେଇ ବିହୀତ ପଦକ୍ଷେପ ନେବାକୁ ଉଚ୍ଚ ଅଧିକାରୀଙ୍କ ନିକଟକୁ ଏହି ଦାବିପତ୍ର ପ୍ରଦାନ ନେଇ ଜାଣଇ ଦିଆଯିବ ବୋଲି ଭଦ୍ରକ ଜିଲ୍ଲା ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି । ଅନ୍ୟ ପକ୍ଷରେ ଏହି ନ୍ୟାର୍ଯ୍ୟ ଦାବି ହାସଲ ପାଇଁ ସଂଗ୍ରାମ ଜାରି ରହିବ ବୋଲି କମ୍ପ୍ୟୁଟର ଶିକ୍ଷକଙ୍କ ପକ୍ଷରୁ ଚେତାବନି ଦିଆଯାଇଛି ।

ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.