ETV Bharat / state

ପୋଲିସର ମନମାନୀ ବିରୋଧରେ ଅଭିଯୋଗ, ଅଭିଯୋଗକାରୀଙ୍କ ସାଥ ଦେଲା କିନ୍ନର ସଂଘ

author img

By

Published : Jul 24, 2020, 9:05 PM IST

ଭଦ୍ରକ ଜିଲ୍ଲା ଚାନ୍ଦବାଲି ଥାନା ଅଞ୍ଚଳର ଦିଲ୍ଲୀପ ସାହୁଙ୍କ ଦୋକାନ ଘରକୁ ପୋଲିସ ଉପସ୍ଥିତିରେ ଭଙ୍ଗାଯାଇଛି । ଏଥିରେ ପୋଲିସର ଭୂମିକା ସଶ୍ଲିଂଷ୍ଟ ଥିବା ଅଭିଯୋଗରେ ନ୍ୟାୟ ଭିକ୍ଷା କରିଛନ୍ତି ଦିଲ୍ଲୀପ । ତାଙ୍କୁ ନ୍ୟାୟ ପ୍ରଦାନ ପାଇଁ ସାଥ୍ ଦେଇଛି କିନ୍ନର ସଂଘ ।

ପୋଲିସର ମନମାନୀ ବିରୋଧରେ ଅଭିଯୋଗ
ପୋଲିସର ମନମାନୀ ବିରୋଧରେ ଅଭିଯୋଗ

ଭଦ୍ରକ: ପୋଲିସର ମନମାନିକୁ ନେଇ ବଢିବାରେ ଲାଗୁଛି ଅସନ୍ତୋଷ । ଭଦ୍ରକ ଜିଲ୍ଲା ଚାନ୍ଦବାଲି ଥାନା ଅଞ୍ଚଳର ଦିଲ୍ଲୀପ ସାହୁ ଏକ ଦୋକାନ କରିଥିଲେ । ପରେ ଦୋକାନ ଜମିକୁ ନେଇ ବିବାଦ ଉପୁଜିଥିଲା । ଯେଉଁଥିପାଇଁ ଚାନ୍ଦବାଲି ଜଜ କୋର୍ଟରେ ଏକ ସିଭିଲ କେସ୍‌ ବିଚାରଧିନ ଅଛି । ନ୍ୟାୟାଳୟରେ ମାମଲା ବିଚାରାଧୀନ ଥିବା ସତ୍ତ୍ବେ ପୋଲିସ ଉପସ୍ଥିତିରେ ଦୋକାନ ଭଙ୍ଗାଯାଇଛି । ଏବେ ଏହାକୁ ନେଇ ଏସପିଙ୍କ ନିକଟରେ ନ୍ୟାୟ ଭିକ୍ଷା କରିଛନ୍ତି ଅଭିଯୋଗକାରୀ ଓ ଓଡିଶା କିନ୍ନର ଆସୋସିଏସନ ସେକ୍ରେଟେରୀ କାଜଲ ନାୟକ ।

ପୋଲିସର ମନମାନୀ ବିରୋଧରେ ଅଭିଯୋଗ

ସୂଚନା ଯେ, କେତେକ ବ୍ୟକ୍ତି ଉଦ୍ଦେଶ୍ୟମୁଳକ ଭାବେ ଚାନ୍ଦବାଲି ପୋଲିସ ଉପସ୍ଥିତିରେ ତାଙ୍କ ଦୋକାନକୁ ଭାଙ୍ଗିି ଦେଇଥିବା ଅଭିଯୋଗ କରିଛନ୍ତି ଦିଲ୍ଲୀପ ସାହୁ । ଦୋକାନ ଭାଙ୍ଗିବା ପୂର୍ବରୁ ପୋଲିସ ତାଙ୍କୁ ଉଠାଇନେବା ସହ ମାଡ ମାରିଥିବା କହିଛନ୍ତି ଦିଲ୍ଲୀପ। ପରେ ସଟଡାଉନ ସମୟରେ ଜେସିବି ସହାୟତାରେ ତାଙ୍କ ଦୋକାନକୁ ଭଙ୍ଗାଯାଇଥିଲା । ଏନେଇ ଚାନ୍ଦବାଲି ତହସିଲଦାର ଓ ଚାନ୍ଦବାଲି ପୋଲିସ ନିକଟରେ ଅଭିଯୋଗ କରିଥିଲେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନାହିଁ ।

ଶେଷରେ ଅଭିଯୋଗକାରୀଙ୍କ ସହ କିନ୍ନରଙ୍କ ଏକ ଦଳ ଭଦ୍ରକ ଏସପିଙ୍କ ନିକଟରେ ଅଭିଯୋଗ କରିଛନ୍ତି । କୋଭିଡ କଟକଣା ଯୋଗୁଁ ଏସପି ଭେଟିନଥିଲେ ମଧ୍ୟ ତାଙ୍କ ନିକଟକୁ ଅଭିଯୋଗ ପତ୍ର ପଠାଯାଇଛି । ଏହି ଘଟଣାରେ ନ୍ୟାୟ ନମିଳିଲେ କିନ୍ନର ସଂଘ ଆନ୍ଦୋଳନ ଧମକ ଦେଇଛନ୍ତି ।

ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.