ETV Bharat / state

ଘର ଭିତରୁ ମା' ନାଗୁଣୀ ସହ 10 ନାଗ ଛୁଆ ଉଦ୍ଧାର

author img

By

Published : Jun 12, 2019, 11:06 AM IST

ଜିଲ୍ଲା ଧାମନଗର ବ୍ଲକ ଦିହୁଡି ଆନନ୍ଦପୁର ଗ୍ରାମରେ ନାଗ ସାପ ଉଦ୍ଧାର ହୋଇଛି । 10ଟି ନାଗ ଛୁଆ ଓ ଗୋଟିଏ ନାଗୁଣୀ ଉଦ୍ଧାର କରାଯାଇଛି ।

ଫଟୋ ସୌଜନ୍ୟ- ସମ୍ବାଦଦାତା ବାଲେଶ୍ବର

ଭଦ୍ରକ: ଜିଲ୍ଲା ଧାମନଗର ବ୍ଲକ ଦିହୁଡି ଆନନ୍ଦପୁର ଗ୍ରାମରେ 10ଟି ନାଗ ଛୁଆ ଓ ଗୋଟିଏ ନାଗୁଣୀ ଉଦ୍ଧାର କରାଯାଇଛି । ଗାଁର ଖଗେଶ୍ବର ମହାକୁଡ଼ଙ୍କ ଘରେ ଦେଖିବାକୁ ମିଳିଥିଲା ଏହି ଘଟଣା । ଏଥି ସହିତ ଗୋଟିଏ ମଲା ନାଗ ସାପ ଛୁଆ ମଧ୍ୟ ଉଦ୍ଧାର କରାଯାଇଛି ।

ଭିଡିଓ ସୌଜନ୍ୟ- ସମ୍ବାଦଦାତା ବାଲେଶ୍ବର

ତେବେ ତାଙ୍କ ଠାକୁର ଘରେ ଛୋଟ ନାଗ ଛୁଆ ଖେଳୁଥିବା ପ୍ରଥମେ ସେ ଦେଖିବାକୁ ପାଇଥିଲେ । ପରେ ସଙ୍ଗେ ସଙ୍ଗେ ସେ ସ୍ନେକ ହେଲପ ଲାଇନକୁ ଖବର ଜଣାଇଥିଲେ । ସ୍ନେକ ହେଲପ ଲାଇନ ପକ୍ଷରୁ ସେକ୍ ମିର୍ଜା ନାମକ ଜଣେ ବ୍ୟକ୍ତି ନାଗ ସାପ ଓ ଛୁଆ ଗୁଡିକୁ ଧରିବାକୁ ସାକ୍ଷମ ହୋଇଛନ୍ତି । ଘରର ଅନେକ ସ୍ଥାନରୁ ଗାତ ଖୋଳାଯାଇ ସାପ ଗୁଡିକୁ ଉଦ୍ଧାର କରାଯାଇଛି ।

ତେବେ ଘରର ଭିତରେ ଏତେ ସଂଖ୍ୟକ ସାପ ଦେଖିବାକୁ ମିଳିଥିବାରୁ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଭୟ ଖେଳି ଯାଇଛି ।

ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ

SLUG : COBRA RESCUE 
FORMAT : AVO 
REPORT : DEBASIS MOHAPATRA / BHADRAK
DATE : .12.06.2019

ANCHOR : ଭଦ୍ରକ ଜିଲ୍ଲା ଧାମନଗର ବ୍ଲକ ଦିହୁଡି ଆନନ୍ଦ ପୁରର ବାବୁସାହିରେ ନାଗ ସାପ ଉଦ୍ଧାର। ଗାଁର ଖଗେଶ୍ବର ମହାକୁଡ଼ଙ୍କ ଘରୁ 10 ଟି ନାଗ ଛୁଆ ଓ ଗୋଟିଏ ନାଗୁଣୀ ଉଦ୍ଧାର ହୋଇଛି। ଗୋଟିଏ ମଲା ସାପ ତାଙ୍କ ତୋରାଣି ହାଣ୍ଡିରେ ପଡିଥିବା ଦେଖିବାକୁ ପାଇଥିଲେ ଖଗେଶ୍ବର। ଏହା ପରେ ତାଙ୍କ ଠାକୁର ଘରେ ଛୋଟ ନାଗ ଛୁଆ ଖେଳୁଥିବା ଦେଖିବାକୁ ମିଳିଥିଲା। ଏଥିରେ ପରିବାର ଲୋକେ ଭୟଭୀତ ହୋଇ ସ୍ନେକ ହେଲପ ଲାଇନର ସେକ୍ ମିର୍ଜାଙ୍କୁ ଖବର ଦେଇଥିଲେ। ସେକ୍ ମିର୍ଜା ଆସି ଘର ଖୋଳି ନାଗ ଛୁଆ ଉଦ୍ଧାର କରିଥିଲେ। ଘର ଭିତରୁ ସାପ ବାହାରିବାକୁ ନେଇ ପରିବାର ଲୋକେ ଭୟଭୀତ ହୋଇପଡ଼ିଛନ୍ତି। 
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.