ETV Bharat / state

ଗୋଟିଏ ଦିନରେ ଚାରି ନିର୍ବାଚନ ମଣ୍ଡଳୀରେ ପ୍ରଚାର କରିବେ ବିଜେଡି ସୁପ୍ରିମୋ - bhadrak

ବିକାଶକୁ ମୁଖ୍ୟ ମୁଦ୍ଦା କରିଥିବା ବିଜେଡିର ନିର୍ବାଚନୀ ପ୍ରଚାର କରିବା ପାଇଁ ଚଳିତ ମାସ 23 ତାରିଖରେ ଦଳର ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭଦ୍ରକ ଜିଲ୍ଲା ଗସ୍ତରେ ଆସୁଛନ୍ତି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ଭଦ୍ରକ
author img

By

Published : Apr 21, 2019, 2:02 AM IST

ଭଦ୍ରକ: ଏପ୍ରିଲ 29 ତାରିଖ ଓଡିଶାରେ ଶେଷ ତଥା ଚତୁର୍ଥ ପର୍ଯ୍ୟାୟରେ ହେବାକୁ ଥିବା ମତଦାନ ପୂର୍ବରୁ ଭଦ୍ରକ ଜିଲ୍ଲାରେ ରାଜନୈତିକ ପାଣିପାଗ ବେଶ ସରଗରମ ହୋଇଛି । ତେବେ ଚଳିତଥର ନିର୍ବାଚନରେ ଭଦ୍ରକ ଜିଲ୍ଲା ଅନ୍ତର୍ଗତ 5 ଟି ବିଧାନସଭା ଆସନ ସହ ଭଦ୍ରକ ଲୋକସଭା ଆସନରେ ବିଜେଡି ବାଜିମାତ କରିବ ବୋଲି ଦୃଢୋକ୍ତି ପ୍ରକାଶ କରିଛନ୍ତି ଭଦ୍ରକ ବିଜେଡି ଜିଲ୍ଲା ସଭାପତି ଜଗନ୍ନାଥ ସ୍ୱାଇଁ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଭଦ୍ରକ

ବିକାଶକୁ ମୁଖ୍ୟ ମୁଦ୍ଦା କରିଥିବା ବିଜେଡିର ନିର୍ବାଚନୀ ପ୍ରଚାର କରିବା ପାଇଁ ଚଳିତ ମାସ 23 ତାରିଖରେ ଦଳର ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭଦ୍ରକ ଜିଲ୍ଲା ଗସ୍ତରେ ଆସୁଛନ୍ତି । ଏନେଇ ସୂଚନା ଦେଇଛନ୍ତି ଜିଲ୍ଲା ବିଜେଡି ସଭାପତି ଜଗନ୍ନାଥ ସ୍ୱାଇଁ । ଏହି ଗସ୍ତ ସମୟରେ ନବୀନ ପଟ୍ଟନାୟକ ପ୍ରଥମେ ବାସୁଦେବପୁର ନିର୍ବାଚନ ମଣ୍ଡଳୀ ଏବଂ ଭଦ୍ରକ ନିର୍ବାଚନ ମଣ୍ଡଳୀ ଗସ୍ତ କରିବେ । ପରେ ଭଣ୍ଡାରିପୋଖରୀ ନିର୍ବାଚନ ମଣ୍ଡଳୀର ବନ୍ତଠାରେ ନିର୍ବାଚନୀ ପ୍ରଚାର କରିବା ସହ ଶେଷରେ ଧାମନଗର ବିଧାନସଭା ନିର୍ବାଚନ ମଣ୍ଡଳୀ ଗସ୍ତ କରିବାର କାର୍ଯ୍ୟକ୍ରମ ରହିଛି ବୋଲି କହିଛନ୍ତି ଭଦ୍ରକ ଜିଲ୍ଲା ସଭାପତି ।

ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ

ସ୍ଲଗ- ପ୍ରଚାର ମୈଦାନରେ ମହିଳା। ଘରଘର ବୁଲିବା ସହ ଛକରେ ବାଣ୍ଟିଲେ ପ୍ରଚାରପତ୍ର।
ଫର୍ମାଟ- ଏଭିଓ
ରିପୋର୍ଟ- ଜୀବନ ଜ୍ୟୋତି ନାୟକ/ ବାଲେଶ୍ୱର
ତା- 19/04/2019
ଆଙ୍କର- ବାଲେଶ୍ୱରରେ ରାଜନୈତିକ ଉଷ୍ମତା ଯେତେ ବଢୁଛି ପ୍ରାର୍ଥୀମାନଙ୍କ ସପକ୍ଷରେ ଭୋଟ ମାଗିବା ପାଇଁ କର୍ମୀମାନଙ୍କ ଉତ୍ସାହ ସେତିକି ବୃଦ୍ଧି ପାଇବାରେ ଲାଗିଛି। ପ୍ରାର୍ଥୀମାନେ ନିର୍ବାଚନୀ ପ୍ରଚାରକୁ ବ୍ୟାପକ କରୁଥିବା ବେଳେ କର୍ମୀମାନେ ମଧ୍ୟ ସେଥିରୁ ବାଦ ପଡିନାହାନ୍ତି। ମହିଳା କର୍ମୀମାନେ ପ୍ରାର୍ଥୀମାନଙ୍କ ପାଇଁ ଭୋଟ ମାଗୁଥିବା ମଧ୍ୟ ଦେଖିବାକୁ ମିଳୁଛି।
ବାଲେଶ୍ୱର ବିଜେଡି ସାଂସଦ ପ୍ରାର୍ଥୀ ରବୀନ୍ଦ୍ର କୁମାର ଜେନା ଓ ସଦର ବିଧାୟକ ପ୍ରାର୍ଥୀ ଜୀବନ ପ୍ରଦୀପ ଦାଶଙ୍କ ସମର୍ଥନରେ ମହିଳାମାନେ ଏକଜୁଟ ହୋଇଥିଲେ। ସହରର ସିନେମା ଛକ ଠାରେ ଥିବା ସମସ୍ତ ଦୋକାନୀଙ୍କ ସମେତ ରାସ୍ତାରେ ଯାଉଥିବା ଯାତ୍ରୀମାନଙ୍କୁ ପ୍ରଚାରପତ୍ର ବାଣ୍ଟୁଥିବା ଦେଖିବାକୁ ମିଳିଥିଲା। ରାସ୍ତା କଡ଼ ଦୋକାନକୁ ଆସିଥିବା ଲୋକଙ୍କ ପାଖକୁ ଯାଇ ବିଜେଡି ପ୍ରାର୍ଥୀଙ୍କ ସପକ୍ଷରେ ଭୋଟ ଦେବାପାଇଁ ନିବେଦନ କରାଯାଇଥିଲା। ଲୋକମାନଙ୍କୁ ମହିଳାମାନେ ହାତ ଯୋଡି ପ୍ରାର୍ଥୀଙ୍କ ପାଇଁ ଭୋଟ ମାଗୁଥିବା ଦେଖିବାକୁ ମିଳିଥିଲା। ସୂଚନାରୁ ଜଣାଯାଏ, ମହିଳାମାନେ ଗତ କିଛିଦିନ ଧରି ବାଲେଶ୍ଵର ସଦର ନିର୍ବାଚନ ମଣ୍ଡଳୀରେ ବିଜେଡି ସପକ୍ଷରେ ଜୋରଦାର ପ୍ରଚାର ଆରମ୍ଭ କରିଛନ୍ତି। ପ୍ରାର୍ଥୀମାନଙ୍କ ସହ ବିଭିନ୍ନ ପଞ୍ଚାୟତ ତଥା ମ୍ୟୁନିସିପାଲିଟି ୱାର୍ଡକୁ ଯାଇ ଲୋକଙ୍କୁ ଭୋଟ ମାଗୁଥିବା ଦେଖିବାକୁ ମିଳିଥିଲା। ନବୀନ ସରକାରଙ୍କ ମହିଳାଙ୍କ ପ୍ରତି ସମ୍ମାନ ସ୍ଲୋଗାନ ଘରେ ଘରେ ପହଞ୍ଚାଇବା ପାଇଁ ମହିଳାମାନେ ଚେଷ୍ଟା କରୁଥିବା ଜଣାପଡିଛି। ତେବେ ମହିଳାମାନେ ପ୍ରାର୍ଥୀଙ୍କ ପାଇଁ ଅଣ୍ଟା ଭିଡ଼ିବା ଏକ ପ୍ରକାର ମହିଳା ଭୋଟକୁ ପ୍ରାର୍ଥୀଙ୍କ ସପକ୍ଷରେ ରଖିବା ପରି ମନେ ହେଉଛି। ଏହି ପ୍ରଚାରରେ ରୋଜି ପଟ୍ଟନାୟକ, ଜୟନ୍ତୀ ଦତ୍ତ, ସଲିମ ରାଜା, ରାଜଲକ୍ଷ୍ମୀ ଚାଟାର୍ଜୀ ପ୍ରମୁଖ ନେତୃତ୍ୱ ନେଇଥିବା ଜଣାପଡ଼ିଛି।
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.