ETV Bharat / state

ସରକାରୀ ସ୍କୁଲରେ ପାଣି ବୋହିଲେ ଛାତ୍ର, ନିରବ ଶିକ୍ଷକ

ଯେଉଁ ବୟସରେ ହାତରେ ପଢା ବହି ଧରି ପିଲାଏ ପାଠ ପଢିବା କଥା ସେ ବୟସରେ ସ୍କୁଲରେ ନଳକୂପ ହ୍ୟାଣ୍ଡେଲ ଧରାଇ ଦେଇଛନ୍ତି ଶିକ୍ଷକ । ଭୟରେ କିଛି ନ କହି ଚୁପଚାପ ପାଣି ବୋହି ଆଣୁଛନ୍ତି ଛାତ୍ର ।

author img

By

Published : Aug 9, 2019, 4:31 AM IST

ଫଟୋ ସୌଜନ୍ୟ: ସମ୍ବାଦଦାତା, ଭଦ୍ରକ

ଭଦ୍ରକ: ଯେଉଁ ବୟସରେ ହାତରେ ପଢା ବହି ଧରି ପିଲାଏ ପାଠ ପଢିବା କଥା ସେ ବୟସରେ ସ୍କୁଲରେ ନଳକୂପ ହ୍ୟାଣ୍ଡେଲ ଧରାଇ ଦେଇଛନ୍ତି ଶିକ୍ଷକ । ଭୟରେ କିଛି ନ କହି ଚୁପଚାପ ପାଣି ବୋହି ଆଣୁଛନ୍ତି ଛାତ୍ର । ଏ ଦୃଶ୍ୟ ହେଉଛି ବାସୁଦେବପୁର ବ୍ଲକ ପଢୁଆଁ ସରକାରୀ ପ୍ରାଥମିକ ବିଦ୍ୟାଳୟର । ବାହାରେ ବର୍ଷା ହେଉଥିବା ସମୟରେ ଏହି ସ୍କୁଲର କୁନି କୁନି ଛାତ୍ରମାନେ ଶିକ୍ଷକଙ୍କ ବ୍ୟବହାର ପାଇଁ ପାଣି ବାଲଟି ବୋହୁଥିବା ଦେଖିବାକୁ ମିଳିଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଭଦ୍ରକ

ବାଲଶ୍ରମକୁ ରୋକିବା ପାଇଁ ସରକାର ବିଭିନ୍ନ ଯୋଜନା କରୁଥିବା ବେଳେ ଏହାକୁ ଖୋଲାଖୋଲି ଭାବେ ଉଲଂଘନ କରୁଛନ୍ତି ସରକାରୀ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀ । ବାହାରେ ବର୍ଷା ହେଉଥିବା ସମୟରେ ବିଦ୍ୟାଳୟ ବାରଣ୍ଡାରେ ଛିଡା ହୋଇ ଛାତ୍ରମାନଙ୍କୁ ପାଣି ବୋହିବାର ଦେଖୁଥିଲେ ଶିକ୍ଷକ ଶିକ୍ଷୟିତ୍ରୀ । ଆଉ ଭୟରେ ବର୍ଷାରେ ଭିଜି ଭିଜି ପାଣି ବୋହୁଥିଲେ ନିରୀହ ଛାତ୍ର ।

ସମ୍ପୃକ୍ତ ବିଦ୍ୟାଳୟରେ 155 ଛାତ୍ରଛାତ୍ରୀଙ୍କୁ ପଢାଇବା ପାଇଁ ରହିଛନ୍ତି ମାତ୍ର 7 ଜଣ ଶିକ୍ଷକ । ହେଲେ ଏତେ ଜଣ ଶିକ୍ଷକ ଶିକ୍ଷୟିତ୍ରୀ ଥିବା ସତ୍ତ୍ବେ ପିଲାମାନେ କେଉଁ ପରସ୍ଥିତିରେ ବର୍ଷାରେ ଭିଜି ପାଣି ବୋହୁଥିଲେ ତାହା ଅସ୍ପଷ୍ଟ । ତେଣେ ଏନେଇ ଖବର ପାଇବା ପରେ ସମ୍ପୃକ୍ତ ଶିକ୍ଷକଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ନେଇ ସୂଚନା ଦେଇଛନ୍ତି ବ୍ଲକ ଶିକ୍ଷା ଅଧିକାରୀ ।

ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ

Intro:ଏଙ୍କର-ସୁବର୍ଣ୍ଣପୁର ଜିଲ୍ଲା ମହାଦେବ ପାଲି ଫାଣ୍ଡି ଅଧିନସ୍ଥ ଘୋଡାଧାର ଗାଁରେ ଘଟିଥିବା ହତ୍ୟାକାଣ୍ଡରେ ବିନିକା ପୋଲିସ 4 ଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ।ଏହି ହତ୍ୟାକାଣ୍ଡରେ ସଂପୃକ୍ତ ଥିବା ଅନ୍ୟ ଦୁଇ ଜଣ ଅଭିଯୁକ୍ତ ଏଯାଏଁ ଫେରାର ଅଛନ୍ତି ।ଜମିବାଡି ବିବାଦରେ ଲାଗି ରହିଥିବା ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଘୋଡାଧାର ଗାଁର 50 ବର୍ଷିୟ ପାଂଜେସ୍ବରୀ ସୁନାକୁ ହତ୍ୟା କରାଯାଇଥିଲା ।ପାଂଜେସ୍ବରୀଙ୍କ ସ୍ବାମୀ 60 ବର୍ଷିୟ କଟିଆ ଲୁହା ଓ ପୁଅ ମହେଶ୍ବର ଲୁହାକୁ ବି ଧାରୁଆ ଅସ୍ତ୍ର ସାହାଯ୍ୟରେ ଆକ୍ରମଣ କରାଯାଇଥିଲା ।ଗାଁର 40 ବର୍ଷିୟ ଦୁର୍ଯ୍ୟୋଧନ ଭଏନା , 65 ବର୍ଷିୟ ନରହରି ଭଏନା ଓ ସୋନପୁର ଥାନା ଅଧିନସ୍ଥ ଧଉରାଖମନ ଗାଁର 40 ବର୍ଷିୟ ପ୍ରହଲ୍ଲାଦ ବିଭାର ଓ 35 ବର୍ଷିୟ ସୀତା ବିଭାରକୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି ।ଏହି ହତ୍ୟାକାଣ୍ଡରେ ବ୍ୟବହାର କରାଯାଇଥିବା ଏକ ଧାରୁଆ ଖଣ୍ଡା ,ତିନୋଟି ବାଇକ ଓ ଗୋଟିଏ ମୋବାଇଲ ଫୋନ ପୋଲିସ ଜବତ କରିଛି ।ଏହି ହତ୍ୟାକାଣ୍ଡର ଅନ୍ୟ ଦୁଇ ଜଣ ଅଭିଯୁକ୍ତ ଏଯାଏଁ ପୋଲିସ ହାତରେ ପଡି ନାହାନ୍ତିBody:।ଘୋଡାଧାର ଗାଁର ପ୍ରାଥମିକ ବିଦ୍ୟାଳୟ ନିକଟରେ ଧାରୁଆ ଅସ୍ତ୍ର ସାହାଯ୍ୟରେ ଗାଁର 50 ବର୍ଷିୟ ପାଂଜିସ୍ବରୀ ଲୁହାକୁ ଗତ ଅଗଷ୍ଟ 4 ତାରିଖ ବେକକାଟି ହତ୍ୟା କରାଯାଇଥିଲା ।ପାଂଜିସ୍ବରୀର ପରିବାର ଲୋକେ ମହାଦେବ ପାଲି ଫାଣ୍ଡିରୁ ଭଏନା ପରିବାର ବିରୁଦ୍ଧରେ ଅଭିଯୋଗ କରି ଫେରୁଥିବା ସମୟରେ ଗାଁ ପ୍ରାଥମିକ ବିଦ୍ୟାଳୟ ପାଖରେ ପରିବାରର ସମସ୍ତ ଲୋକଙ୍କୁ ପାଖରେ ପାଇ ଆକ୍ରମଣ କରିଥିଲେ ।ପାଂଜେସ୍ବରୀଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଥିବା ବେଳେ ସ୍ବାମୀ ଓ ପୁଅ ଗୁରୁତର ଆହତ ହୋଇ ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସିତ ହୋଇଥିଲେ ।ଦୀର୍ଘ ଦିନରୁ ଏକ ସରକାରୀ ଜମିକୁ ନେଇ ଲୁହା ପରିବାର ଓ ଭଏନା ପରିବାର ଭିତରେ ଗାଳି ଗଣ୍ଡଗୋଳ ଆରମ୍ଭ ହୋଇ ଶତ୍ରୁତା ହୋଇଥିଲା ବୋଲି ଏସ ଡି ପି ଓ ମିହିର ପଣ୍ଡା ସୂଚନା ଦେଇଛନ୍ତି ।ଫେରାର ଅଭିଯୁକ୍ତ ଦୁଇ ଜଣଙ୍କୁ ଗିରଫ କରିବା ପାଇଁ ଦୁଇଟି ଟିମ ଗଠନ କରାଯାଇ ବିଭିନ୍ନ ଯାଗାରେ ଚଢାଉ କରାଯାଉଛି ବୋଲି ଏସ ଡି ପି ଓ କହିଛନ୍ତି ।Conclusion:ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା , ଇ ଟିଭି ଭାରତ ।
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.