ଭଦ୍ରକ: ସରକାରୀ କାର୍ଯ୍ୟାଳୟରେ କାମ କରୁଛନ୍ତି ଛୋଟ ଛୋଟ ପିଲା । ଏପରି ଦୃଶ୍ୟ ଦେଖିବାକୁ ମିଳିଛି ବନଖଣ୍ଡ ଅଧିକାରୀଙ୍କ କାର୍ଯ୍ୟାଳୟରେ ।
ଖବର ଅନୁଯାୟୀ, ଭଦ୍ରକ ବନଖଣ୍ଡ ଅଧିକାରୀଙ୍କ କାର୍ଯ୍ୟାଳୟ ପରିସରରେ କୁନିକୁନି ପିଲା ଚାରା ପାଇଁ ପ୍ରଯୁଜ୍ୟ ମାଟି ପଲିଥିନ ପ୍ୟାକିଂ କରୁଥିବା ଭିଡିଓ ସାମ୍ନାକୁ ଆସିବା ପରେ ଏହା ଜଣାପଡିଛି ।
ତେବେ ସରକାରୀ କାର୍ଯ୍ୟରେ କିପରି ବିଭାଗୀୟ ଅଧିକାରୀ ଶିଶୁଙ୍କୁ ଶ୍ରମିକ ଭାବେ ନିୟୋଜିତ କରିଥିଲେ ତାକୁ ନେଇ ଏବେ ଉଠିଛି ପ୍ରଶ୍ନ ? ଏଭଳି ଅଭିଯୋଗକୁ ବିଭାଗୀୟ ଅଧିକାରୀ ଖଣ୍ଡନ କରିବା ସହ ଏନେଇ କୌଣସି ପ୍ରତିକ୍ରିୟା ଦେବାକୁ ମନା କରିଥିଲେ ।
ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ