ETV Bharat / state

ଥାନା ପରିସରରେ ଦିଆଯାଉଛି ଗୋ-ସୁରକ୍ଷା - Cattle are tied up in the Bhadrak police station

ଭଦ୍ରକ ଜିଲ୍ଲା ତିହିଡି ଥାନା ପରିସରରେ 20 ଟି ଗୋରୁ ବନ୍ଧା ହୋଇଥିବା ଦେଖିବାକୁ ମିଳିଛି । ଗତ ସପ୍ତାହରେ ଭଦ୍ରକ-ଚାନ୍ଦବାଲି ରାଜ୍ୟ ରାଜପଥରେ ବେଆଇନ ଗୋଚାଲାଣ ହେଉଥିବା 2ଟି ଗୋରୁ ବୋଝେଇ ଗାଡିକୁ ଜବତ କରିବା ପରେ ଏବେ ଏହି ଗୋରରୁଙ୍କୁ ଥାନା ପରିସରରେ ବନ୍ଧା ଯାଇଛି ।

cow protection
ଥାନା ପରିସରରେ ଗୋରୁଙ୍କ ସୁରକ୍ଷା
author img

By

Published : Jul 6, 2020, 8:01 PM IST

ଭଦ୍ରକ: ଥାନା ପରିସରରେ ବନ୍ଧା ହୋଇଛନ୍ତି ଗୋରୁ । ଭଦ୍ରକ ଜିଲ୍ଲା ତିହିଡି ଥାନା ପରିସରରେ 20 ଟି ଗୋରୁ ବନ୍ଧା ହୋଇଥିବା ଦେଖିବାକୁ ମିଳିଛି । ଗତ ସପ୍ତାହରେ ଭଦ୍ରକ-ଚାନ୍ଦବାଲି ରାଜ୍ୟ ରାଜପଥରେ ବେଆଇନ ଗୋ-ଚାଲାଣ ହେଉଥିବା 2ଟି ଗୋରୁ ବୋଝେଇ ଗାଡିକୁ ଜବତ କରିବା ପରେ ଏବେ ଏହି ଗୋରରୁଙ୍କୁ ଥାନା ପରିସରରେ ବନ୍ଧା ଯାଇଛି ।

ଥାନା ପରିସରରେ ଗୋରୁଙ୍କ ସୁରକ୍ଷା

ଏହି ନିରୀହ ପଶୁ ଗୁଡିକର ଏଯାବତ ଥଇଥାନ କରାଯାଇ ନଥିବାରୁ ଏମାନଙ୍କୁ ଏଭଳି ଥାନା ପରିସରରେ ବନ୍ଧା ଯାଇଛି । ଯାହାକୁ ନେଇ ବିଭିନ୍ନ ମହଲରୁ ତିବ୍ର ଅସନ୍ତୋଷ ପ୍ରକାଶ ପାଉଥିବା ଜଣାପଡିଛି।

ତେଣୁ ଗୋସମ୍ପଦର ସୁରକ୍ଷା ପାଇଁ ତିହିଡି ଅଞ୍ଚଳରେ ଏକ ଗୋଶାଳା ନିର୍ମାଣ ପାଇଁ ବିଭିନ୍ନ ମହଲରେ ଦାବୀ ହେଉଥିବା ସୂଚନା ମିଳିଛି। ତେବେ ଏନେଇ ପୋଲିସ ପକ୍ଷରୁ କୌଣସି ପ୍ରତିକ୍ରିୟା ପ୍ରକାଶ କରାଯାଇନାହିଁ ।

ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.