ETV Bharat / state

ଓଲଟିଲା ଯାତ୍ରୀବାହୀ ବସ, 15 ରୁ ଉର୍ଦ୍ଧ୍ବ ଆହତ - ଭଦ୍ରକ ଜିଲ୍ଲା ଖବର

16 ନମ୍ବର ଜାତୀୟ ରାଜପଥର ଭଣ୍ଡାରିପୋଖରି ନିକଟରେ ଏକ ଯାତ୍ରୀବାହୀ ବସ ଦୁର୍ଘଟଣାଗ୍ରସ୍ତ । 15 ରୁ ଉର୍ଦ୍ଧ୍ବ ଆହତ । ଅଧିକ ପଢନ୍ତୁ...

ଓଲଟିଲା ଯାତ୍ରୀବାହି ବସ, 15 ରୁ ଉର୍ଦ୍ଧ୍ବ ଆହତ

author img

By

Published : Apr 1, 2021, 3:55 PM IST

ଭଦ୍ରକ: 16 ନମ୍ବର ଜାତୀୟ ରାଜପଥର ଭଣ୍ଡାରିପୋଖରୀ ନିକଟରେ ଏକ ଯାତ୍ରୀବାହୀ ବସ ଦୁର୍ଘଟଣାଗ୍ରସ୍ତ ହୋଇଛି ।ଏଥିରେ 15ରୁ ଅଧିକ ଯାତ୍ରୀ ଆହତ ହୋଇଥିବା ସୂଚନା ରହିଛି । ତେବେ ଆହତଙ୍କ ମଧ୍ୟରେ କିଛି ଗୁରୁତର ମଧ୍ୟ ରହିଛନ୍ତି। ଅଜୟ ଏଣ୍ଡ ଅଜୟ ନାମକ ଏକ ଘରୋଇ ଯାତ୍ରୀବାହୀ ବସ ଭୁବନେଶ୍ୱରରୁ ବାରିପଦା ଯାଉଥିବା ବେଳେ ଭଣ୍ଡାରିପୋଖରୀ ଆସାମ ପେଟ୍ରୋଲ ଟାଙ୍କି ନିକଟରେ ଭାରସାମ୍ୟ ହରାଇ ରାସ୍ତା କଡକୁ ଓଲଟି ପଡିଥିଲା ।

ଓଲଟିଲା ଯାତ୍ରୀବାହି ବସ, 15 ରୁ ଉର୍ଦ୍ଧ୍ବ ଆହତ

ଆହତ ସମସ୍ତ ଯାତ୍ରୀଙ୍କୁ ଭଣ୍ଡାରିପୋଖରୀ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି । ଅବସ୍ଥା ଜଟିଳ ଥିବା 4 ଯାତ୍ରୀଙ୍କୁ ଭଦ୍ରକ ଜିଲ୍ଲା ମୁଖ୍ୟ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଉଥିବା ସୂଚନା ମିଳିଛି । ତେବେ ଦୁର୍ଘଟଣାର ପ୍ରକୃତ କାରଣ ଓ ବସରେ ମୋଟ କେତେ ସଂଖ୍ୟକ ଯାତ୍ରୀ ଥିଲେ ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ । ତେବେ ବସର ଡ୍ରାଇଭର ମଦ୍ୟପାନ କରି ନିଶାଶକ୍ତ ଅବସ୍ଥାରେ ଦ୍ରୁତ ଗତିରେ ଗାଡି ଚଳାଉଥିବା ଅଭିଯୋଗ କରିଛନ୍ତି ବସରେ ଯାତ୍ରା କରୁଥିବା କିଛି ଯାତ୍ରୀ । ଦୁର୍ଘଟଣା ପରେ ବସର ଡ୍ରାଇଭର ଓ ହେଲପର ଘଟଣାସ୍ଥଳରୁ ଫେରାର ହୋଇଯାଇଛନ୍ତି ।

ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.