ଭଦ୍ରକ: ବାତ୍ୟା ବୁଲବୁଲ ପ୍ରଭାବରେ ସହରରେ ଲାଗି ରହିଛି ପ୍ରବଳ ବର୍ଷା ସହ ଘଣ୍ଟା ପ୍ରତି ପ୍ରାୟ 110 କିଲୋମିଟର ବେଗରେ ପବନ । ଫଳରେ ସହରରେ ବ୍ୟାପକ କ୍ଷୟକ୍ଷତି ହୋଇଥିବା ଦେଖାଯାଉଛି । ହେଲେ ପରିସ୍ଥିତିର ମୁକାବିଲା ପାଇଁ ପୂର୍ବରୁ ପ୍ରସ୍ତୁତ ପ୍ରଶାସନର ସତର୍କତା ଯୋଗୁଁ ରକ୍ଷା ପାଇଛନ୍ତି ଜିଲ୍ଲାବାସୀ । ତେବେ ସହରରେ ସୁରକ୍ଷା ଦୃଷ୍ଟିରୁ କ’ଣ ରହିଛି ପଦକ୍ଷେପ ତାହା ଅତିରିକ୍ତ ଜିଲ୍ଲାପାଳଙ୍କୁ ପଚାରି ବୁଝିଛି ଇଟିଭି ଭାରତ ଟିମ୍ ।
ଅତିରିକ୍ତି ଜିଲ୍ଲାପାଳଙ୍କ କହିବା ମୁତାବକ ,ଜିଲ୍ଲାର ମତ୍ସ୍ୟଜୀବୀ ତଥା ପଶ୍ଚିମବଙ୍ଗର କେତେକ ମତ୍ସ୍ୟଜୀବୀଙ୍କୁ ସମୟ ମଧ୍ୟରେ ସୁରକ୍ଷିତ ସ୍ଥାନକୁ ଅଣାଯାଇଥିଲା । ଏଥିସହ ସ୍ଥାନାନ୍ତର ହୋଇଥିବା ଲୋକମାନଙ୍କୁ ଆଶ୍ରୟସ୍ଥଳୀରେ ରନ୍ଧାଖାଦ୍ୟ ସହ ଶୁଖିଲା ଖାଦ୍ୟ ଯୋଗାଇବାର ବ୍ୟବସ୍ଥା କରାଯାଇଛି । ଅନ୍ୟପଟେ ସମସ୍ତ ପରିସ୍ଥିତି ପାଇଁ ଜିଲ୍ଲା ପ୍ରଶାସନ ସଜାଗ ରହିଥିବା ମଧ୍ୟ କହିଛନ୍ତି ଅତିରିକ୍ତ ଜିଲ୍ଲାପାଳ ।
ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ