ETV Bharat / state

ନଦୀରେ ବୁଡିଲା ଡଙ୍ଗା, ଅଳ୍ପକେ ବର୍ତ୍ତିଲେ 30ରୁ ଊର୍ଦ୍ଧ୍ଵ ଯାତ୍ରୀ - 30 people

ଭଦ୍ରକ ଚାରିବାଟିଆ ଘାଟର ମନ୍ତେଇ ନଦୀରେ ବୁଡିଲା ଡଙ୍ଗା । ଅଳ୍ପକେ ବର୍ତ୍ତିଲେ 30 ଯାତ୍ରୀ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ଭଦ୍ରକ
author img

By

Published : Jun 8, 2019, 12:00 AM IST

ଭଦ୍ରକ: କ୍ଷମତା ଠାରୁ ଅଧିକ ଲୋକ ଡଙ୍ଗାରେ ଯାତ୍ରା କରୁଥିବାରୁ ବାରମ୍ବାର ଦୁର୍ଘଟଣାର ଶିକାର ହେଉଥିବା ପରେ ବି ପୁଣି ଏମିତି ଏକ ଘଟଣା ଦେଖିବାକୁ ମିଳିଛି ଭଦ୍ରକ ଚାରିବାଟିଆ ଘାଟର ମନ୍ତେଇ ନଦୀରେ । 30ରୁ ଊର୍ଦ୍ଧ୍ବ ଲୋକଙ୍କ ସମେତ 8ଟି ମୋଟର ସାଇକେଲ ଏବଂ 6 ଟି ସାଇକେଲକୁ ନେଇ ଡଙ୍ଗାଟି ଯାଉଥିଲା । କୂଳର କିଛି ଦୂରରେ ଡଙ୍ଗାଟି ଓଲଟି ପଡିବାରୁ ଅଳ୍ପକେ ଏକ ବଡ ଦୁର୍ଘଟଣା ବଞ୍ଚିଯାଇଛନ୍ତି ସମସ୍ତେ । ଲୋକମାନେ ପହଁରି ପହଁରି କୂଳକୁ ଆସିବା ସହିତ ମହିଳା ଓ ଶିଶୁଙ୍କୁ ଉଦ୍ଧାର କରା ଯାଇଥିବା ଜଣାପଡିଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଭଦ୍ରକ

ତେବେ ସୂଚନାନୁଯାୟୀ ତିହିଡି ପଞ୍ଚାୟତର କିଛି ଲୋକ ଏକ ବାହାଘର ଲଗ୍ନ ଧରିବାକୁ ବାଲିମେଦ ପଞ୍ଚାୟତ ଅର୍ନ୍ତଗତ ଦାମୋଦରପୁରକୁ ମନ୍ତେଇ ନଦୀରେ ଡଙ୍ଗା ଦ୍ୱାରା ପାର ହେଉଥିଲେ । କ୍ଷମତା ଠାରୁ ଅଧିକ ଲୋକ ଡଙ୍ଗାରେ ଯାତ୍ରା କରୁଥିବାରୁ ଏପରି ଦୁର୍ଘଟଣା ଘଟିଲା ବୋଲି ଜଣାପଡିଛି । ତେବେ ଏହି ଅଞ୍ଚଳରେ ଏକ ସ୍ଥାୟୀ ପୋଲ ନିର୍ମାଣ ପାଇଁ ସାଧାରଣରେ ଦାବି ହୋଇଛି ।

ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ

SLUG : BOAT SINK 
FORMAT : AVB 
REPORT : DEBASIS MOHAPATRA / BHADRAK
DATE : .07.06.2019

ANCHOR : ଭଦ୍ରକ ଜିଲ୍ଲା ଦେଇ ଯାଇଥିବା ମନ୍ତେଇ ନଦୀରେ ଡଙ୍ଗା ବୁଡ଼ିଲା। ଅଳ୍ପକେ ରକ୍ଷା ପାଇଲେ 30 ରୁ ଉର୍ଦ୍ଧ୍ଵ ଯାତ୍ରୀ। ସୂଚନା ଅନୁଯାୟୀ ଭଦ୍ରକ ଜିଲ୍ଲା ଅନ୍ତର୍ଗତ ଚାରିବାଟିଆ ଘାଟର ମନ୍ତେଇ ନଦୀ କୂଳରେ ଡଙ୍ଗା ବୁଡିବାରୁ ଅଳ୍ପକେ ବର୍ତୀଲେ 30ରୁ ଉର୍ଦ୍ଧ ଯାତ୍ରୀ। ଡଙ୍ଗାଟିରେ ଅଧିକାଂଶ ମହିଳା ଓ ଶିଶୁ ଥିବା ଜଣାପଡିଛି। 30 ରୁ ଉର୍ଦ୍ଧ ଲୋକଙ୍କ ସମେତ 8 ଟି ମଟର ସାଇକେଲ ଏବଂ 6 ଟି ସାଇକେଲକୁ ନେଇ ଡଙ୍ଗାଟି ଯାଉଥିବା ବେଳେ କୁଳର କିଛି ଦୂରରେ ଡଙ୍ଗାଟି ଓଲଟି ପଡିଥିଲା। ଫଳରେ ଲୋକମାନେ ପହଁରି ପହଁରି କୂଳକୁ ଆସିବା ସହିତ ମହିଳା ଓ ଶିଶୁଙ୍କୁ ମଧ୍ୟ ଉଧାର କରାଯାଇପାରିଲା। ତିହିଡି ପଂଚାୟତର କିଛି ଲୋକ ଏକ ବାହାଘର ଲଗ୍ନ ଧରିବାକୁ ବାଲିମେଦ ପଂଚାୟତ ଅର୍ନ୍ତଗତ ଦାମୋଦରପୁରକୁ ମନ୍ତେଇ ନଦୀରେ ଡଙ୍ଗା ଦ୍ୱାରା ପାର ହେଉଥିଲେ। ଏହିସମୟରେ ଏହି ଦୁର୍ଘଟଣା ଘଟିଥିଲା। କ୍ଷମତା ଠାରୁ ଅଧିକ ଲୋକ ଡଙ୍ଗାରେ ଯାତ୍ରା କରୁଥିବାରୁ ଏପରି ଦୁର୍ଘଟଣା ଘଟିଲା ବୋଲି ଜଣାପଡିଛି। ତେବେ ଏହି ଅଞ୍ଚଳରେ ଏକ ସ୍ଥାୟୀ ପୋଲ ନିର୍ମାଣ ପାଇଁ ସାଧାରଣରେ ଦାବି ହୋଇଛି।
ବାଇଟ_ବିଚିତ୍ର ବାରିକ_ଡଙ୍ଗା ଆରୋହି 

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.