ETV Bharat / state

ଅନ୍ଧ ବିଶ୍ବାସ କବଳରେ ଲୋକେ, ଚୋର ଧରିବାକୁ ଚାଲିଛି ଖଟିଆ ବୁଲା - ଚୋର ଧରିବାକୁ ଚାଲିଛି ଖଟିଆ ବୁଲା

ଆଜିର ଆଧୁନିକ ଯୁଗରେ ମଧ୍ୟ ଲୋକେ କୌଣସି ସମସ୍ୟାର ସମାଧାନ ପାଇଁ ଅନ୍ଧବିଶ୍ବାସର ପନ୍ଥା ଆପଣାଉଛନ୍ତି । ଏହିଭଳି ଏକ ଦୃଶ୍ୟ ଦେଖିବାକୁ ମିଳିଛି ଭଦ୍ରକ ଅସୁରା ଗାଁରେ । କାରଣ ଗାୀଁରେ ଚୋର ଧରିବାକୁ ଖଟିଆ ବୁଲା ଚାଲିଥିବା ଦେଖିବାକୁ ମିଳିଛି ।

blind belive in bhadrakblind belive in bhadrak
ଏବେବି ଅନ୍ଧ ବିଶ୍ବାସ କବଳରେ ଲୋକେ
author img

By

Published : Mar 3, 2020, 5:42 AM IST

ଭଦ୍ରକ: ଏବେବି ଅନ୍ଧ ବିଶ୍ବାସ କବଳରେ ଲୋକେ। ଆଜିର ଆଧୁନିକ ଯୁଗରେ ମଧ୍ୟ ଲୋକେ କୌଣସି ସମସ୍ୟାର ସମାଧାନ ପାଇଁ ଅନ୍ଧବିଶ୍ବାସର ପନ୍ଥା ଆପଣାଉଛନ୍ତି । ଏହିଭଳି ଏକ ଦୃଶ୍ୟ ଦେଖିବାକୁ ମିଳିଛି ଭଦ୍ରକ ଅସୁରା ଗାଁରେ । କାରଣ ଗାୀଁରେ ଚୋର ଧରିବାକୁ ଖଟିଆ ବୁଲା ଚାଲିଥିବା ଦେଖିବାକୁ ମିଳିଛି ।

ଏବେବି ଅନ୍ଧ ବିଶ୍ବାସ କବଳରେ ଲୋକେ

ଖବର ଅନୁଯାୟୀ, ଗଙ୍ଗାଧର ବେହେରାଙ୍କ ଘରୁ ଚଳିତ ବର୍ଷ ଜାନୁୟାରୀ 16 ତାରିଖରେ ଲାଇଟ, ମାଇକ, ସାଉଣ୍ଡ ବକ୍ସ ଚୋରି ହୋଇଥିଲା। ଯାହାର ଆନୁମାନିକ ମୂଲ୍ୟ ପାଖାପାଖି 4 ଲକ୍ଷ ଟଙ୍କା ହେବ। ଏନେଇ ଗଙ୍ଗାଧର ଥାନାରେ ଅଭିଯୋଗ କରିଥିଲେ। ହେଲେ ଚୋରକୁ ପୋଲିସ ଧରିବାରେ ସକ୍ଷମ ନହେବାରୁ ଶେଷରେ ଅନ୍ଧ ବିଶ୍ବାସର ବଶବର୍ତ୍ତୀ ହୋଇ ସେ କେନ୍ଦୁଝର, ଶାଳବଣୀର ଅଞ୍ଚଳର ଜଣେ ବାଵାଙ୍କ ସାହାଯ୍ୟରେ ଖଟିଆ ଚଲାଉଛନ୍ତି।

ସେ ବାବା ସେଠାରେ ରହି ମୋଵାଇଲ ସହାୟତାରେ ନିର୍ଦ୍ଦେଶ ଦେଉଛନ୍ତି। ଯାହାକୁ ଦେଖିବା ପାଇଁ ଲୋକଙ୍କ ମଧ୍ୟରେ ବେଶ ଉତ୍ସାହ ପ୍ରକାଶ ପାଇଛି। ହେଲେ ଅଦ୍ୟାବଧି ବାବା ବି ଚୋର ପାଖରେ ପହଞ୍ଚି ପାରିନଥିବା ଜଣାପଡିଛି।

ଭଦ୍ରକରୁ ଦେବାଶିଷ୍ ମହାପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.