ETV Bharat / state

PMAY ଅନିୟମିତତା ନେଇ ରାଜ୍ୟ ସରକାରକୁ ଟାର୍ଗେଟ କଲେ ସମୀର ମହାନ୍ତି

ଭଦ୍ରକ ଜିଲ୍ଲା ଗସ୍ତ କରିଛନ୍ତି ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତି । ପ୍ରଧାନମନ୍ତ୍ରୀ ଆବାସ ଯୋଜନାରୁ ବଞ୍ଚିତ ହିତାଧିକାରୀଙ୍କ ସହ କଲେ ଆଲୋଚନା । ଅଧିକ ପଢନ୍ତୁ...

author img

By

Published : Aug 5, 2021, 7:18 AM IST

ଭଦ୍ରକରେ ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତି, PMAY ଅନିୟମିତତା ନେଇ ରାଜ୍ୟ ସରକାରକୁ କଲେ ଟାର୍ଗେଟ

ଭଦ୍ରକ: ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତି ଆଜି ଭଦ୍ରକ ଜିଲ୍ଲା ଗସ୍ତ କରିଛନ୍ତି । ଏହି ପ୍ରରିପେକ୍ଷୀରେ ସେ ଭଦ୍ରକରେ ପହଞ୍ଚି ତିହିଡି ବ୍ଲକ କୁବେରା ପଞ୍ଚାୟତରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ହୋଇଥିବା ଦୁର୍ନୀତିର ତଦାରଖ କରିଥିଲେ । ସମୀରଙ୍କ ନେତୃତ୍ବରେ ଏକ ରାଜ୍ୟ ବିଜେପି ଟିମ ମଧ୍ୟ ଘଟଣାସ୍ଥଳ ପରଦର୍ଶନ କରିବା ଆବାସ ଯୋଜନାରୁ ବଞ୍ଚିତ ହୋଇଥିବା ଯୋଗ୍ୟ ହିତାଧିକାରୀଙ୍କ ସହ ଆଲୋଚନା କରିଥିବା ଜଣାପଡିଛି ।

ସମୀର କହିଛନ୍ତି, ଆବାସ ଯୋଜନାରେ ବ୍ୟାପକ ପାତର ଅନ୍ତର କରାଯାଇଛି । ପ୍ରକୃତ ହିତାଧିକାରୀଙ୍କୁ ଏହି ଯୋଜନାରେ ସାମିଲ କରାଯାଇ ନ ଥିବାବେଳେ, ଅଯୋଗ୍ୟ ଲୋକଙ୍କୁ ଏହି ଯୋଜନାରେ ସାମିଲ କରାଯିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ଘଟଣା। ଏଥିପାଇଁ ଆନ୍ଦୋଳନ କି ଅଭିଯୋଗ କରିଲେ ତାଙ୍କୁ ଜେଲ ପଠାଇବା ଘଟଣା ଅତ୍ୟନ୍ତ ନିନ୍ଦନୀୟ । ଏହି ଘଟଣା ଉପରେ ପ୍ରକୃତ ତଦନ୍ତ କରି ପଦକ୍ଷେପ ନେବା ପାଇଁ ରାଜ୍ୟ ବିଜେପି ସଭାପତି କହିଥିଲେ।

ପୂର୍ବରୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ବ୍ୟାପକ ଅନିୟମିତତା, ଯୋଗ୍ୟ ହିତାଧିକାରୀ ଙ୍କୁ ବାଦ ଦେବା ସହ ଅଯୋଗ୍ୟ ହିତାଧିକାରୀଙ୍କୁ ସାମିଲ କରାଯିବା ଏଭଳି ଅଭିଯୋଗ ନେଇ କୁବେରା ପଞ୍ଚାୟତର ହିତାଧିକାରୀ ଓ ବିଜେପି ଦଳ ପକ୍ଷରୁ ଗଣଧାରଣା ଦିଆଯାଇଥିଲା । ଧାରଣା ସମୟରେ ଉତ୍ତେଜନା ପ୍ରକାଶ ପାଇବା ସରକାରୀ କାର୍ଯ୍ୟାଳୟରେ ଆସବାବପତ୍ର ଭଙ୍ଗାରୁଜା କରିବା ଅଭିଯୋଗରେ ୯ ବିଜେପି କର୍ମୀଙ୍କୁ ଗିରଫ କରିଥିଲା ପୋଲିସ । ତେବେ ଆଇନ୍ ଶୃଙ୍ଖଳା ପରିସ୍ଥିତିକୁ ଦୃଷ୍ଟିରେ ରଖି ଗିରଫ ଅଭିଯୁକ୍ତମାନଙ୍କର ସମସ୍ତ ଆଇନଗତ ପ୍ରକ୍ରିୟା ତିହିଡ଼ି ଥାନା ପରିବର୍ତ୍ତେ ଭଦ୍ରକ ଟାଉନ ଥାନାରେ ଶେଷ କରି କୋର୍ଟ ଚାଲାଣ କରାଯାଇଥିଲା । ଦଳୀୟ କର୍ମୀଙ୍କ ଗିରଫଦାରୀକୁ ମଧ୍ୟ ବିଜେପି ପକ୍ଷରୁ ନିନ୍ଦା କରାଯାଇଛି । ଦୁର୍ନୀତି ବିରୋଧରେ ସ୍ବର ଉତ୍ତୋଳନ କଲେ ବିଜେପି କର୍ମୀଙ୍କୁ ଜେଲ ପଠାଯାଉଥିବା କଥା କହିଛି ଦଳ ।

ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.