ETV Bharat / state

ବନ୍ୟା ରିଲିଫ ବଣ୍ଟନରେ ଅନିୟମତା, ଆମରଣ ଅନଶନରେ ବିଜେପି - ବନ୍ୟା ବିପନ୍ନଙ୍କୁ ରିଲିଫ ଯୋଗାଇବା ଦାବି

ବନ୍ୟାରେ ସର୍ବାଧିକ ପ୍ରଭାବିତ ବିପନ୍ନଙ୍କୁ ରିଲିଫ ମିଳିବା ବଦଳରେ ଏଥିରେ ଆଦୌ କ୍ଷତିଗ୍ରସ୍ତ ହୋଇନଥିବା ଲୋକଙ୍କୁ ମିଳିଛି ରିଲିଫ । ଏଭଳି ଅନିୟମତାକୁ ବିରୋଧ କରି ଭଣ୍ଡାରିପୋଖରୀ ବ୍ଲକ କାର୍ଯ୍ୟାଳୟ ସମୁଖରେ ବିଜେପି ପକ୍ଷରୁ ଆମରଣ ଅନଶନ ହୋଇଛି । ଅଧିକ ପଢନ୍ତୁ..

ବନ୍ୟା ରିଲିଫ ବଣ୍ଟନରେ ଅନିୟମତା,   ଆମରଣ ଅନଶନରେ ବିଜେପି

author img

By

Published : Oct 5, 2020, 7:23 PM IST

ଭଦ୍ରକ: ବନ୍ୟା ବିପନ୍ନଙ୍କୁ ଯୋଗାଇ ଦିଆଯାଉଥିବା ରିଲିଫ ସାମଗ୍ରୀ ବଣ୍ଟନରେ ବ୍ୟାପକ ଅନିୟମିୟତା ଅଭିଯୋଗ । ଏନେଇ ଭଣ୍ଡାରିପୋଖରୀ ବ୍ଲକ କାର୍ଯ୍ୟାଳୟ ସମୁଖରେ ବିଜେପି ପକ୍ଷରୁ ଆମରଣ ଅନଶନ କରାଯାଇଛି ।

ବନ୍ୟା ରିଲିଫ ବଣ୍ଟନରେ ଅନିୟମତା, ଆମରଣ ଅନଶନରେ ବିଜେପି

ତଥ୍ୟ ଅନୁସାରେ ଗତ ମାସ ବୈତରଣୀ ନଦୀରେ ଆସିଥିବା ପ୍ରଳୟଙ୍କରୀ ବନ୍ୟାରେ ଭଦ୍ରକ ଜିଲ୍ଲାର ସବୁଠୁ ଅଧିକ ପ୍ରଭାବିତ ଭଣ୍ଡାରିପୋଖରୀ ବ୍ଲକ ହୋଇଛି । ହେଲେ ପ୍ରଭାବିତଙ୍କ ବଣ୍ଟନ ପାଇଁ ସରକାରଙ୍କ ପକ୍ଷରୁ ଯେଉଁ ରିଲିଫ ସାମଗ୍ରୀ ଯୋଗାଇ ଦିଆଯାଉଛି ତାହା ଦଳୀୟ ଭିତିରେ ସୀମିତ ରହୁଥିବା ବିଜେପି ଅଭିଯୋଗ କରିଛି ।

ଫଳରେ ପ୍ରକୃତ ବନ୍ୟା ବିପନ୍ନ ମାନେ ରିଲିଫ ଓ ଘରଭଙ୍ଗା ସାହାଯ୍ୟ ପାଇବାରୁ ବଞ୍ଚିତ ହେଉଥିବା ନେଇ ପ୍ରତିବାଦ କରିଛି ଦଳ । ତେବେ ଏ ସମ୍ପର୍କରେ ସମସ୍ତେ ବିଡ଼ିଓଙ୍କ ଠାରୁ ଜିଲ୍ଲପାଳଙ୍କୁ ଅଭିଯୋଗ କଲେ ମଧ୍ୟ କେହି ଏ ଦିଗରେ ଦୃଷ୍ଟି ଦେଉ ନଥିବାରୁ ବିଜେପି ପକ୍ଷରୁ ଭଣ୍ଡାରିପୋଖରୀ ବ୍ଲକ କାର୍ଯ୍ୟାଳୟ ସମୁଖରେ ଆମରଣ ଅନଶନ କରାଯାଇଛି । ତେବେ ଅପରାହ୍ନ ପର୍ଯ୍ୟନ୍ତ ଏହି ଅନଶନ ଜାରି ରହିଥିବା ବେଳେ ଘଟଣାସ୍ଥଳରେ ଭଣ୍ଡାରୀପୋଖରୀ ଗୋଷ୍ଠୀ ଉନ୍ନୟନ ଅଧିକାରୀ ବିଜୟ କୁମାର ଦାସ ପହଞ୍ଚି, ମଙ୍ଗଳବାର ଏ ନେଇ ବିହିତ ପଦକ୍ଷେପ ନେବାକୁ ପ୍ରତିଶୃତି ଦେଇଛନ୍ତି । ଏହା ପରେ ଅନଶନ ପ୍ରତ୍ୟାହୃତ ହୋଇଥିବା ଜଣାପଡିଛି ।

ଭଦ୍ରକରୁ ଦେବାଶିଶ ମହାପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.